Advertisment

ଜଗତସିଂହପୁର ବିଜେଡ଼ି ଅଙ୍କ ଛିଣ୍ଡୁନି

ଜଗତସିଂହପୁରର ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ଯୋଗ ଦେବା ପରେ ଘନେଇଛି ରାଜନୀତି।

author-image
Biswajit Samal
politics

politics

ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ। ଜିଲ୍ଲାରୁ ଆରମ୍ଭ କରି ନବୀନ ନିବାସ ଯାଏ ସବୁଠି ଆଶାୟୀ ଟିକେଟ ପାଇବା ପାଇଁ ପାୱାର ସୋ ପ୍ରଦର୍ଶନ କରୁଛନ୍ତି।

Advertisment

ଆଉ ଏପଟେ ଜଗତସିଂହପୁରର ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ଯୋଗ ଦେବା ପରେ ଘନେଇଛି ରାଜନୀତି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ କିଏ ହେବ ବିଜେଡି ପ୍ରାର୍ଥୀ ତାକୁ ନେଇ ବଢିଛି ଚର୍ଚ୍ଚା। ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଯିବେ କୁଆଡେ। ଚିରଞ୍ଜୀବଙ୍କୁ ଦଳ କେଉଁଠି ଥଇଥାନ କରିବ। ସେହିପରି ଗତଥର ନିରାଶ ହୋଇଥିବା ଅମରେନ୍ଦ୍ର ଦାସ କିନ୍ତୁ ଏଥର ନିଜ ସଂଗଠନକୁ ସୁଦୃଢ କରି ଟିକେଟ୍ ପାଇଁ ଦାବିକୁ ଜୋର କରିଥିବାରୁ ଦଳ ପାଇଁ ଅଡୁଆ ବଢିଛି। ଏପରି ସ୍ଥିତିରେ ବଳ କଷାକଷି ଜୋର ଧରିଛି।

କେବଳ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ନୁହେଁ ବାଲିକୁଦା-ଏରସମା ଓ ପାରାଦ୍ୱୀପରେ ବି ସମାନ ସ୍ଥିତି। ବାଲିକୁଦା ବିଧାୟକ ରଘୁନନ୍ଦନ ଦାସଙ୍କୁ ଚାଲେଞ୍ଜ କରି ଆଜି ନବୀନ ନିବାସ ସମ୍ମୁଖରେ ବିଶାଳ ରୋଡ୍ ସୋ କରିଛନ୍ତି ଆଶାୟୀ ସୌମ୍ୟଜିତ୍ ମହାପାତ୍ର। ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେବା ସହ ମୁଖିଆଙ୍କ ନିକଟରେ ଟିକେଟ ଲବିକୁ ଜୋର କରିଛନ୍ତି। ଯୁବଚେହାରାକୁ ଅଗ୍ରାଧିକାର ମିଳିବ ବୋଲି ଆଶା ରଖିଛନ୍ତି ସୌମ୍ୟଜିତ୍।

Advertisment

ସେହିପରି ପାରାଦ୍ୱୀପରେ ବି ପ୍ରବଳ ଦାବିଦାର। ସ୍ୱର୍ଗତ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ପାଇଁ କଣ୍ଟା ସାଜିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ବାପି ସର୍ଖେଲଙ୍କ ପତ୍ନି ମୋନିଦୀପା ବିଜେଡିରେ ଯୋଗ ଦେବାପରେ ବାପିଙ୍କୁ ବି ଏବେ ବିଜେଡି ସମାବେଶରେ ଉପସ୍ଥିତ ରହୁଥିବା ଦେଖାଯାଉଛି। ସମ୍ବିତଙ୍କୁ ଚାଲେଞ୍ଜ ଦେଇ ବାପି ସର୍ଖେଲ ଏଥର ବିଜେଡି ଟିକେଟ ପାରାଦ୍ୱୀପରୁ ହାତେଇବେ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ କିନ୍ତୁ ବିଜେଡି ଜିଲ୍ଲା ସଭାପତି କହିଛନ୍ତି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ମାନିବେ।

BjD Jagatsinghpur Bjd Politics