କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରେ କସରତ

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀମାନଙ୍କ ଉପସ୍ଥିତି ଜିଲ୍ଲା ପରିଷଦ ସଭ୍ୟମାନଙ୍କ ସହ ବୈଠକ କରିଥିଲେ ।

BJD

BJD ପାର୍ଟି ଅଫିସ୍‌

Ordigital Desk
  • Published: Tuesday, 20 August 2024
  • Updated: 20 August 2024, 08:23 PM IST

Sports

Latest News

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଆଜି ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସବୁ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ନେଇ ଆସନ୍ତା ୨୨ତାରିଖରେ ହେବାକୁ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳି ସେଠୀ ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ଇସ୍ତଫା ଦେଇ ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ସେଥିପାଇଁ ଏହି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା ।

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀମାନଙ୍କ ଉପସ୍ଥିତି ଜିଲ୍ଲା ପରିଷଦ ସଭ୍ୟମାନଙ୍କ ସହ ବୈଠକ କରିଥିଲେ । ଏଥିରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ନେତାମାନଙ୍କ ସହ ବୈଠକ କରି ୨୨ତାରିଖରେ ହେବାକୁ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଯେଭଳି ବିଜେଡି ପାଖରେ ରହିବ ତାହା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ।

Also Read

ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ସମସ୍ତେ ଦଳୀୟ ନିଷ୍ପତ୍ତିକୁ ମାନିବେ ବୋଲି ଏକସ୍ୱରରେ କହିବା ସହ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି । ଦଳ ପକ୍ଷରୁ ୩ଜଣଙ୍କ ନାଁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚୂଡ଼ାନ୍ତ କରାଯାଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କୁ ଦିଆଯାଇଛି । ଦଳର ଜିଲ୍ଲା ପରିଷଦ ସଭ୍ୟ ସଂଖ୍ୟା ଅଧିକ ଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ(ଅଣସଂରକ୍ଷିତ)କୁ  ଏକପାଖିଆ ଭାବେ ଦଖଲ କରିବ ବୋଲି ଆକଳନ କରାଯାଉଛି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୋଟ ୩୨ଟି ଆସନ ମଧ୍ୟରୁ ବିଜେଡି ପ୍ରାର୍ଥୀ ବାକି ୩୧ଟି ଆସନ ଓ ବିଜେପି ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ଦଳ ୧୩ନମ୍ବର ଜୋନ୍ ସଭ୍ୟ ଗୀତାଞ୍ଜଳି ସେଠୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ କରି ଜିତାଇଥିଲା । କିନ୍ତୁ ସେ ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ଇସ୍ତଫା ଦେଇଥିବାରୁ ୨୨ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ୨୨ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ, ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଂଚ, ୧୨ଟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଆବଶ୍ୟକତା ପଡ଼ିଲେ ସାଢ଼େ ୧୨ଟାରୁ ୨ମଧ୍ୟରେ ଭୋଟିଂ କରାଯିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story