Advertisment

ବାଲେଶ୍ୱରରେ କିଏ ହେବେ ବିଜେଡି ପ୍ରାର୍ଥୀ? ନବଜ୍ୟୋତିଙ୍କ ମିଶ୍ରଣକୁ ଅପେକ୍ଷା!

ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ଦଳ ୩ଟି ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତିଙ୍କ ପାଇଁ ବାଲେଶ୍ୱର ଲୋକସଭା ଆସନକୁ ଖାଲି ରଖିଥିବା ଚର୍ଚ୍ଚା ହେଉଛି।

BJD

BJD

Advertisment

ବିଜେଡି ଆଜି ନିଜର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପର୍ଯ୍ୟାୟରେ ୨୭ଟି ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ଦଳ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ବାଲେଶ୍ୱର ଆସନରେ କିଏ ଦଳୀୟ ପ୍ରାର୍ଥୀ ହେବେ ସେ ନେଇ କାର୍ଡ ଖୋଲିନି। ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ଦଳ ୩ଟି ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତିଙ୍କ ପାଇଁ ବାଲେଶ୍ୱର ଲୋକସଭା ଆସନକୁ ଖାଲି ରଖିଥିବା ଚର୍ଚ୍ଚା ହେଉଛି।

Advertisment

ବିଜେଡି ପ୍ରଥମ ପର୍ଯ୍ୟାୟରେ ୯, ଦ୍ୱିତୀୟ ପର୍ଯ୍ୟାୟରେ ୬ ଓ ଆଜି ତୃତୀୟ ପର୍ଯ୍ୟାୟରେ ୫ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପୂର୍ବରୁ ୨ଟି ପର୍ଯ୍ୟାୟରେ ଦଳ ୪ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଆଜି ଆଉ ୨ଜଣ ମହିଳାଙ୍କୁ  ଲୋକସଭା ପ୍ରାର୍ଥୀ କରିଛି ।

ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ସୁରେନ୍ଦ୍ର ସିଂ ଭୋଇଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିଥିବାବେଳେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ପରିବର୍ତ୍ତେ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ କରିଛି। ସେହିପରି ବ୍ରହ୍ମପୁର ଲୋକସଭା ଆସନରେ ଭୃଗୁ ବକ୍ସିପାତ୍ରଙ୍କୁ ଦଳ ଟିକେଟ୍ ଦେଇଛି । ଭୃଗୁ ଆଜି ସକାଳେ ବିଜେଡିରେ ସାମିଲ ହୋଇଥିଲେ । ସେହିପରି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ପୁଣିଥରେ ଟିକେଟ୍ ଦେଇଥିବାବେଳେ ବରଗଡ଼ରେ ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିଛି ।

Advertisment

ବିଜେଡି ସୂତ୍ର ଅନୁସାରେ, ଆସନ୍ତା ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବାଲେଶ୍ୱର ଲୋକସଭା ଆସନ ପାଇଁ ଦଳ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ତେବେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବିଜେଡିରେ ସାମିଲ ହେବାର ସମ୍ଭାବନା ଥିବାରୁ ତାଙ୍କୁ ଲୋକସଭା ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଯଦି ଏଭଳି ହୁଏ ତା’ହେଲେ ବିଜେଡି ଚଳିତ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବାର ପ୍ରତିଶ୍ରୁତିକୁ ପାଳନ କରିବାରେ ସକ୍ଷମ ହେବନି ବୋଲି ଜଣାପଡ଼ିଛି ।

Odisha BjD Bjd Leader Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe