Advertisment

କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ, କେଉଁମାନଙ୍କ ନାଁଙ୍କୁ ନେଇ ହେଉଛି ଚର୍ଚ୍ଚା

ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିବାର ରହିଛି। ଏହା ସହ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିବ ଦଳ।

ଅଦ୍ୟତନ ହୋଇଛି
undefined

BJP

Advertisment

ବିଜେପି ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ କିଏ ? କାହା ଉପରେ ଭରସା କରିବ କେନ୍ଦ୍ର ବିଜେପି ? କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର? ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୁବ ହେବେ ନା ଅଭିଜ୍ଞ ? ରାଜ୍ୟରେ ଅଭିଜ୍ଞ ତଥା ଟାଣୁଣା ବିରୋଧୀ ଥିବା ବେଳେ ସେମାନଙ୍କୁ କାଉଣ୍ଟର କରିବା ସହ ଉଭୟ ଦଳ ଓ ସରକାରକୁ ଚଲାଇଲା ଭଳି ପ୍ରଶାସନରେ ଦକ୍ଷତା ଥିବା ନେତାଙ୍କ ଉପରେ ଦଳ ଭରସା କରିପାରେ।

Advertisment

ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ମେଣ୍ଟ ଚର୍ଚ୍ଚାରୁ ଦଳକୁ ବାହାର କରି ଏକାକୀ ଲଢି ବିପୁଳ ବିଜୟ କରାଇବା ପଛରେ ମନମୋହନଙ୍କର ରହିଛି ବଡ଼ ଶ୍ରେୟ। ତେଣୁ ତାଙ୍କ ନାଁ ଉପରେ ବିଚାର ଚାଲିଥିବା କୁହାଯାଉଛି। ୪୦ ବର୍ଷର ରାଜନୈତିକ କ୍ୟାରିୟରରେ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିବା ମନମୋହନଙ୍କର ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ପ୍ରଶାସନିକ ଅଭିଜ୍ଞତା ରହିଛି। ତାଙ୍କ ସହ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି। ଉଭୟ ନେତା ଦକ୍ଷ ଓ ଅଭିଜ୍ଞ। ସେହିପରି ଜୟ ନାରାୟଣ ମିଶ୍ର, କନକବର୍ଦ୍ଧନ ସିଂଦେଓ ଏବଂ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ଯଦି ବିଜେପି ଶାସିତ ଅନ୍ୟ ରାଜ୍ୟ ଢାଞ୍ଚାରେ ସରକାର ଗଢାଯାଏ, ତା’ହେଲେ ଉପମୁଖ୍ୟମନ୍ତ୍ରୀ ପାଇଁ ମୋହନ ମାଝୀଙ୍କ ନାଁଙ୍କୁ ନେଇ ଆଲୋଚନା ହେଉଛି।

ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିବାର ରହିଛି। ଏହା ସହ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିବ ଦଳ। ପର୍ଯ୍ୟବେକ୍ଷକ ଓଡ଼ିଶା ଆସି ବିଧାୟକ ଦଳ ବୈଠକରେ ଯୋଗ ଦେଇ ବିଧାୟକ ଦଳ ନେତା ବାଛିବେ। ଅନ୍ୟପକ୍ଷରେ ଆସନ୍ତା ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱରର ଜନତା ମୈଦାନ। ଶପଥ ଗ୍ରହଣ ସମାବେଶରେ ପ୍ରଧାନମନ୍ତ୍ରୀ, ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ SPG ସହ ପୁଲିସ ଓ ପ୍ରଶାସନର ଅଧିକାରୀ ପହଞ୍ଚି ପୂରା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି।

Advertisment
Bjp Cmo Of Odisha Dharmendra Pradhan Baijayanta Panda Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe