ଦିଲ୍ଲୀରୁ ଫେରି କଣ କହିଲେ ମନମୋହନ | Odisha Reporter
Advertisment
ଆଜି ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଆସନ୍ତା ୧୦ ତାରିଖ ସନ୍ଧ୍ୟାରେ ଜନତା ମୈଦାନରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ପ୍ରତିଫଳନ। ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଦଳର ସଂସଦୀୟ କମିଟି ନିଷ୍ପତ୍ତି ନେବ। ଏଯାଏଁ ସେନେଇ ନିଷ୍ପତ୍ତି ହୋଇନି । ଆଉ ଦୁଇ ଦିନ ଧୈର୍ଯ୍ୟ ରଖନ୍ତୁ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଦଳର ଶୀର୍ଷ ନେତୃବୃନ୍ଦ ଯୋଗ ଦେବେ। ଏଥିସହ ସେ ଆଦୌ ମୁଖ୍ୟମନ୍ତ୍ରୀ ରେସରେ ନାହାନ୍ତି ବୋଲି କହିଛନ୍ତି ମନମୋହନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us