Advertisment

କିଏ ହେବେ ଜି. ଉଦୟଗିରି NAC ଅଧ୍ୟକ୍ଷା? ସିଲ୍‌ ହେଲା ୩ ପ୍ରାର୍ଥୀଙ୍କ ଭାଗ୍ୟ

ଜି.ଉଦୟଗିରି ଏନଏସି ସହରରେ ଭୋଟର ସଂଖ୍ୟା ୮୧୧୫ ରହିଛି। ସେଥି ମଧ୍ୟରୁ ଆଜି ୪୫୧୯ ଜଣ ଭୋଟର ଭୋଟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୨୩୩୩ ରହିଥିବା ବେଳେ ୨୧୮୪ ପୁରୁଷ ଭୋଟର ଓ ୨ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି।

G Udayagiri

G Udayagiri

Advertisment

ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ଉପ ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳାର ସହ ହୋଇଛି। ଭୋଟ୍‌ରମାନେ ସକାଳେ କେନ୍ଦ୍ରକୁ ଆସି ମତଦାନ କରିଛନ୍ତି। ୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମେଶିନରେ ସିଲ୍‌ ହୋଇଛି। ଆସନ୍ତା କାଲି ଫଳାଫଳ ପ୍ରକାଶ ପାଇବ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Advertisment

ଜି.ଉଦୟଗିରି ଏନଏସି ସହରରେ ଭୋଟର ସଂଖ୍ୟା ୮୧୧୫ ରହିଛି। ସେଥି ମଧ୍ୟରୁ ଆଜି ୪୫୧୯ ଜଣ ଭୋଟର ଭୋଟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୨୩୩୩ ରହିଥିବା ବେଳେ ୨୧୮୪ ପୁରୁଷ ଭୋଟର ଓ ୨ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। ମହିଳା ଭୋଟରମାନେ ଆଗରେ ରହିଛନ୍ତି। ମହିଳା ଭୋଟର ହିଁ ବିଜୟୀ ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ସାଜିବେ ବୋଲି ଚର୍ଚ୍ଚା ହେଉଛି।

ଏଥର ମଇଦାନରେ ବିଜେଡିରୁ ଦେବସ୍ମିତା ଶତପଥୀ, ବିଜେପିରୁ ରଞ୍ଜିତା ନାୟକ ଓ କଂଗ୍ରେସରୁ ମଧୁଲିନା ଦିଗାଲ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ପୂର୍ବତନ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କର ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦ ଖାଲି ପଡ଼ିଥିଲା। ବିଜେଡି ଏହି ଉପ -ନିର୍ବାଚନରେ ପୁଣି ଥରେ ଦିବଂଗତ ଭାନୁପ୍ରଭା ମିଶ୍ରଙ୍କ ଝିଅ ଦେବସ୍ମିତା ଶତପଥୀଙ୍କୁ ପ୍ରାର୍ଥୀ କରିଛି। ଦେବସ୍ମିତା ଜଣେ ଉଚ୍ଚ ଶିକ୍ଷିତା ଓ ନୂଆକରି ରାଜନୀତିରେ ପାଦ ଥାପି ଥିବାବେଳେ ନିଜ ମାଆଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି। ଏହା ସହ ସେ ଶାସକ ବିଜେଡିର ପ୍ରାର୍ଥୀ ହୋଇ ଅନୁକମ୍ପା ଭୋଟ ହାତେଇ ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି।

Advertisment

ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରଞ୍ଜିତା ନାୟକ। ସେହିପରି କଂଗ୍ରେସର ମଧୁଲିନା ଦିଗାଲ ମଧ୍ୟ ବିଜେଡି ସରକାରକୁ ଟକ୍କର ଦେଇ ବିଜୟୀ ହେବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା କାଲି ହେବ ଭୋଟ୍‌ ଗଣତି। ଆଉ ଜି.ଉଦୟଗିରି ପାଇବ ନୂଆ ଅଧ୍ୟକ୍ଷ।

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe