Advertisment

ପଶ୍ଚିମ ଓଡ଼ିଶାର ସମ୍ୱଲପୁର ଓ ସୁନ୍ଦରଗଡ଼କୁ ନେଇ ଚିନ୍ତାରେ ବିଜେଡି

ଲୋକଙ୍କ ଭିତରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ନବୀନ ନିବାସରେ ତିଆରି ହେଉଛି ଗେମ୍‌ପ୍ଲାନ୍‌। ସେପଟେ କିନ୍ତୁ ଚର୍ଚ୍ଚା ହେଉଛି ଏଥର ସମ୍ୱଲପୁରରୁ ପ୍ରଣବ ପ୍ରକାଶ ଦାସ ଓ ସୁନ୍ଦରଗଡ଼ରୁ ଦିଲୀପ ତୀର୍କି ପ୍ରାର୍ଥୀ ହୋଇପାରନ୍ତି।

BJD

BJD

Advertisment

ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଏଥର କିଏ ହେବେ ବିଜେଡି ଯୋଦ୍ଧା? ଜଣେ ସମ୍ବଲପୁରିଆ ନା ଜିଲ୍ଲା ବାହାର ନେତାଙ୍କୁ ଟିକେଟ ଦେବ ଶଙ୍ଖ ଦଳ? ଲୋକଙ୍କ ଭିତରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ନବୀନ ନିବାସରେ ତିଆରି ହେଉଛି ଗେମ୍‌ପ୍ଲାନ୍‌। ସେପଟେ କିନ୍ତୁ ଚର୍ଚ୍ଚା ହେଉଛି ଏଥର ସମ୍ୱଲପୁରରୁ ପ୍ରଣବ ପ୍ରକାଶ ଦାସ ଓ ସୁନ୍ଦରଗଡ଼ରୁ ଦିଲୀପ ତୀର୍କି ପ୍ରାର୍ଥୀ ହୋଇପାରନ୍ତି।

Advertisment

ଆଜି ସମ୍ୱଲପୁର ନବୀନ ନିବାସରେ ତିଆରି ଚାଲିଛି ଗେମ୍‌ ପ୍ଲାନ୍‌। ଯେଉଁଠି ଥିଲେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ସହ ରେଢାଖୋଲ ଓ ଛେଣ୍ଡିପଦା ବିଧାୟକ ଏବଂ ଅନ୍ୟ ନେତାମାନେ। କିନ୍ତୁ ନଥିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। କାରଣ ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରେ ବିଜେପି ବାଜିମାତ କରିଥିଲା। ଏହାଛଡ଼ା ସମ୍ୱଲପୁର ସଂସଦୀୟ କ୍ଷେତ୍ର ୭ ବିଧାନସଭା ମଧ୍ୟରୁ ସମ୍ବଲପୁର, ରେଙ୍ଗାଲି, ଓ ଦେବଗଡକୁ ବିଜେପି ଅକ୍ତିଆର କରିଥିଲା। ତେଣୁ ଏଥର ଜଣେ ଟାଣୁଆ ଯୋଦ୍ଧାଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି ବିଜେଡି। ତେବେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।

ଗତ ଥର ଜୋରଦାର ଲଢ଼େଇ କରି ପରାସ୍ତ ହୋଇଥିଲେ ଇଞ୍ଜିନିୟରରୁ ନେତା ହୋଇଥିଲେ ନଳିନୀ ପ୍ରଧାନ। ତାଙ୍କୁ ଏଥର ଦଳ ଆଠମଲ୍ଲିକ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି। ତା’ସହ ରେଢାଖୋଲରେ ରୋହିତ ପୂଜାରୀଙ୍କ ପରିବର୍ତ୍ତେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେଣେ ସମ୍ବଲପୁର ଲୋକସଭା ପାଇଁ ଏଥର ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବାରୁ ବିଜେଡି ହଡ଼ବଡ଼େଇଛି। ସମ୍ବଲପୁର ଲୋକସଭାରୁ କିଏ ହେବେ ବିଜେଡି ପ୍ରାର୍ଥୀ ସେ ନିଷ୍ପତ୍ତି କେବଳ ନବୀନ ନେବେ ବୋଲି କହିଛନ୍ତି ରୋହିତ ପୂଜାରୀ। ଏଣେ ବିଜେପିର ଦମ୍ଭୋକ୍ତି ସମ୍ବଲପୁର ସଂସଦୀୟ କ୍ଷେତ୍ର ସହ ସବୁ ବିଧାନସଭା ଆସନରେ ଦଳ ଏଥର ଖୁବ ଭଲ କରିବ।

Advertisment

ସେହିପରି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରକୁ ନେଇ ମଧ୍ୟ ବିଜେଡି ଚିନ୍ତାରେ ପଡ଼ି ଯାଇଛି। ସେଠିକାର ବରିଷ୍ଠ ନେତା ମଙ୍ଗଳା କିସାନ, ସାରଦା ନାୟକ ଓ ଦିଲୀପ ତୀର୍କିଙ୍କୁ ନେଇ ଆଜି ନବୀନ ନିବାସରେ ହୋଇଛି କସରତ। ସାଂସଦ ଜୁଏଲ ଓରାମଙ୍କୁ ଏଥର ଚେକ ଦେବାକୁ ଦଳ କରିଛି ବଡ଼ ରଣନୀତି। କାରଣ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରକୁ ମଧ୍ୟ ଗତଥର ବିଜେପି ହାତେଇବା ସହ ୭ ବିଧାନସଭା କ୍ଷେତ୍ର ସୁନ୍ଦରଗଡ଼ ସଦର, ତଳସରା ଓ ବୀରମିତ୍ରପୁରରେ ପଦ୍ମ ଫୁଟିଥିଲା। ବଣାଇରେ ସିପିଏମ୍, ରାଜଗାଙ୍ଗପୁରରେ କଂଗ୍ରେସ ବାଜିମାତ୍ କରିଥିଲା। କେବଳ ରାଉରକେଲା ଓ ରଘୁନାଥପାଲ୍ଲୀରେ ଶଙ୍ଖ ବଜାଇ ପାରିଥିଲା ବିଜେଡି। ବିଜେପିରୁ ଜୁଏଲ ଓରାମ ରିପିଟ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଜେଡି ଖୋଜୁଛି ଟାଣୁଆ ମୁହଁ। ଗତ ଥର ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟ୍‌ରେ ହାରିଥିବା ସୁନୀତା ବିଶ୍ୱାଳଙ୍କୁ ଆଉ ରିପିଟ ନକରି ସେଠି ଦିଲୀପ ତିର୍କୀଙ୍କୁ ଯୋଦ୍ଧା କରିବାକୁ ବ୍ଲୁ ପ୍ରିଣ୍ଟ କରୁଥିବା ଚର୍ଚ୍ଚା ହେଉଛି।

BjD Sambalpur Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe