Advertisment

ବିଜେଡିର ଟିକେଟ କସରତ; ଆଜି ନବୀନ ନିବାସରେ ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ

ଗତକାଲି ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ଆସନ ଗୁଡ଼ିକକୁ ନେଇ ବୈଠକ ବସିଥିଲା।

ଅଦ୍ୟତନ ହୋଇଛି
undefined

Naveen Pattnayak

Advertisment

ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହେବ। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହେବେ।

Advertisment

ଭୁବନେଶ୍ୱର, ବ୍ରହ୍ମପୁର ଓ  କନ୍ଧମାଳ  ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରର ନେତାଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍ ଦେବ ସେନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚାନା କରିବେ।

ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେପି ହାତରେ ରହିଛି। ଚଳିତ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ର କିପରି ବିଜେଡି ଖାତାକୁ ଯିବ ସେନେଇ ମଧ୍ୟ ଆଜିର ବୈଠକରେ ଅଙ୍କକଷା  ଯିବ ବୋଲି ସୂଚନା ରହିଛି।

Advertisment

ଗତକାଲି ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ଆସନ ଗୁଡ଼ିକକୁ ନେଇ ବୈଠକ ବସିଥିଲା। ଆସିକାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ମେ୨୦ରେ ଭୋଟ ହେବାକୁ ଥିବା ବେଳେ, ଏପ୍ରିଲ ୨୬ରୁ ନାମାଙ୍କନ ହେବ । ସେହିପରି ଭୁବନେଶ୍ୱରରେ ମେ ୨୫ରେ ଭୋଟ ଥିବା ବେଳେ ଏପ୍ରିଲ ୨୯ରୁ ନାମାଙ୍କନ ହେବ।। ତା’ପୂର୍ବରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର କରଛି ବିଜେଡି।

BjD Bhubaneswar Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe