ବାହାର ପ୍ରାର୍ଥୀଙ୍କ ପାଇଁ କାଳ ହେବେ କି ମାଟିର ପୁଅ ?

ମାହାଙ୍ଗା(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲାରେ ମାହାଙ୍ଗ। ନିର୍ବାଚନମଣ୍ଡଳୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ମାହାଙ୍ଗା ବ୍ଲକ୍‌ର ୩୭ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୨୭ ପଞ୍ଚାୟତ ଏହିପରି ୬୪ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଭୋଟର ସଂଖ୍ୟା ୨ଲକ୍ଷ ୩୬ହଜାର ୧୬୮ । ତା’ ମଧ୍ୟରୁ ୧ଲକ୍ଷ ୨୬ହଜାର ୪୧୬ ପୁରୁଷ, ୧ଲକ୍ଷ ୯ହଜାର ୭୪୨ ମହିଳା। ନିର୍ବାଚନମଣ୍ଡଳୀର ଶତପ୍ରତିଶତ ଅଞ୍ଚଳ ଗ୍ରାମାଞ୍ଚଳ। ବିଜେଡି ଆସିବା ଦିନରୁ ଏହି ନିର୍ବାଚନ ମଣ୍ଡଳିକୁ ନିଜ କବ୍‌ଜାରେ […]

yhy

yhy

Premananda Dash
  • Published: Friday, 19 April 2019
  • Updated: 19 April 2019, 11:48 AM IST

Sports

Latest News

ମାହାଙ୍ଗା(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲାରେ ମାହାଙ୍ଗ। ନିର୍ବାଚନମଣ୍ଡଳୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ମାହାଙ୍ଗା ବ୍ଲକ୍‌ର ୩୭ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୨୭ ପଞ୍ଚାୟତ ଏହିପରି ୬୪ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଭୋଟର ସଂଖ୍ୟା ୨ଲକ୍ଷ ୩୬ହଜାର ୧୬୮ । ତା’ ମଧ୍ୟରୁ ୧ଲକ୍ଷ ୨୬ହଜାର ୪୧୬ ପୁରୁଷ, ୧ଲକ୍ଷ ୯ହଜାର ୭୪୨ ମହିଳା। ନିର୍ବାଚନମଣ୍ଡଳୀର ଶତପ୍ରତିଶତ ଅଞ୍ଚଳ ଗ୍ରାମାଞ୍ଚଳ। ବିଜେଡି ଆସିବା ଦିନରୁ ଏହି ନିର୍ବାଚନ ମଣ୍ଡଳିକୁ ନିଜ କବ୍‌ଜାରେ ରଖି ଆସିଛି। ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରତାପ ଜେନା ବିଧାୟକ ହୋଇ ଆସିଛନ୍ତି।

ଗତଥର ସେ ୮୯ହଜାର ୫୩୧ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ୨୭ହଜାର ୮୭୪ଭୋଟ୍‌ରେ ହରାଇଥିଲେ। ଶାରଦା ୬୧ହଜାର ୬୫୭ଖଣ୍ଡ ଭୋଟ୍ ପାଇଥିଲେ। ଏବେ ସମୀକରଣ ବଦଳିଛି । ଶାରଦା ଏବେ ବିଜେପି ଟିକଟରେ ଲଢୁଛନ୍ତି। ଆଉ କଂଗ୍ରେସ ଦେଇଛି ନୂଆ ମୁହଁ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁଙ୍କୁ ସେ ପ୍ରାର୍ଥୀ କରିଛି।

ପ୍ରତାପ ଲାଗାତାର ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ ଜୟଯୁକ୍ତ ହୋଇ ବିଧାୟକ ହୋଇଛନ୍ତି। ଗଣାଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଆଇନ ଓ ସୂଚନା ଲୋକସଂପର୍କ ବିଭାଗଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗର ମନ୍ତ୍ରୀପଦ ପାଇଛନ୍ତି। ତଥାପି ମାହାଙ୍ଗ।ରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେଭଳି ଆଖିଦୃଷ୍ଟିଆ ଉନ୍ନତୀ ହୋଇନି। ଏବେ ବି ମାହାଙ୍ଗ।ରେ ଅନେକ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି। ତା ସାଙ୍ଗକୁ କୃଷକମାନଙ୍କ ପାଇଁ ଜଳସେଚନ ଭଳି ମୌଳିକ ସମସ୍ୟାର ସମାଧାନ ହୋଇପାରି ନାହିଁ। ତେଣୁ ଭୋଟର ପ୍ରତାପଙ୍କୁ ଏଥର କେତେଦୂର ଗ୍ରହଣ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପଟେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନ ମାହାଙ୍ଗ। ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନୁହେଁ, ବରଂ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ସରକାରଙ୍କ ସ୍ୱେଚ୍ଛାଚାରିତା ଏବଂ ଅହଙ୍କାର ଭିତରେ ଅଣନିଃଶ୍ୱାସୀ ହୋଇପଡୁଥିବା ଭୋଟରଙ୍କର ବିକଳ୍ପ ଭାବରେ ବିଜେପି ହିଁ ପ୍ରଥମ ପସନ୍ଦ ହେବ ବୋଲି ଶାରଦା କହିଛନ୍ତି। ଘରଘର ବୁଲି ଭୋଟରମାନଙ୍କର ଆଶୀର୍ବାଦ ଭିକ୍ଷା କରୁଛନ୍ତି ସେ। ଦିନକୁ ଦିନ ମୋଦିଙ୍କ ଲୋକପ୍ରିୟତା ଭୋଟରମାନଙ୍କ ଭିତରେ ଏକ ନିରବ ପ୍ରଭାବ ପକାଉଛି ଏବଂ ଏହାର ପ୍ରତିଫଳନ ଭୋଟ୍‌ ବାକ୍ସରେ ପଡ଼ିବ ବୋଲି ସେ ଆଶା ରଖିଛନ୍ତି।

ସେପଟେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ନୂଆ ମୁହଁ। ଦେବେନ୍ଦ୍ର ଆସିବା ପରେ ମାହାଙ୍ଗ।ରେ କଂଗ୍ରେସ ସଂଗଠନ ମୃତ୍ୟୁ ସଂଜୀବନି ପାଇଛି କହିଲେ ଭୁଲ୍ ହବନି। ଦେବେନ୍ଦ୍ର ଦିନରାତି ଏକ କରି ଦେଇଛନ୍ତି। ମାହାଙ୍ଗ।ରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଉଭୟ ଦେବେନ୍ଦ୍ର ଓ ଶାରଦା ମାହାଙ୍ଗ।ର ମୂଳ ବାସିନ୍ଦା ହୋଇଥିବାରୁ ପ୍ରତାପଙ୍କୁ ପଡିଶା ବୋଲି କହି ଭୋଟରମାନଙ୍କ ମନ ଭିତରେ ଆଞ୍ଚଳିକତା ଓ ମାଆ ମାଟି ପାଇଁ ସମ୍ୱେଦନଶିଳତାର ଫ।ଇଦା ଉଠାଇବା ପାଇଁ ମଧ୍ୟ ଅଣ୍ଟାଭିଡିଛନ୍ତି।

ତେବେ ଏସବୁ ଦେଖିଲେ ମାହାଙ୍ଗ।ରେ ତ୍ରିମୁଖି ଲଢେଇ ହେବାର ସମ୍ଭାବନା ରହିଛି। ଯେ କେହିବି ଜିତିବେ, ଖୁବ୍ କମ୍ ବ୍ୟବଧାନରେ ଜିତିବେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story