Advertisment

ଇସ୍ପାତନଗରୀ ରାଉରକେଲାରେ କିଏ ମାରିବେ ବାଜି?

ରାଜଧାନୀ ଭୁବନେଶ୍ୱରଠୁ ୩୪୦ କିଲୋମିଟର ଦୂରରେ ଥିବା ରାଉରକେଲା ଏକ ଶିଳ୍ପ ପ୍ରଧାନ ନଗରୀ ଭାବେ ପରିଚିତ। ଚଣ୍ଡିଗଡ଼ ପରେ ଦେଶର ଦ୍ୱିତୀୟ ସୁବ୍ୟବସ୍ଥିତ ନଗରୀ ଭାବେ ଜଣାଶୁଣା।

RKL

RKL

Advertisment

ଇସ୍ପାତନଗରୀ ରାଉରକେଲାରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମଇଦାନରେ। ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ପ୍ରଚାର। ଡୋର୍‌ ଟୁ ଡୋର ଯାଉଛନ୍ତି ପ୍ରାର୍ଥୀ। ଆଉ ନିଜ ପାଇଁ ମାଗୁଛନ୍ତି ଭୋଟ୍‌। କିନ୍ତୁ ସବୁ ନିଷ୍ପତ୍ତି ଜନତା ଜନାର୍ଦ୍ଦନଙ୍କ ଉପରେ। ସେପଟେ ଦେଖିବାକୁ ଗଲେ ଏଥର ରାଉରକେଲାରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ହେଭିୱେଟ୍‌ ଦିଲୀପ ରାୟ। ତାଙ୍କୁ କଡ଼ା ଟକ୍କର ଦେବା ପାଇଁ ମଇଦାନକୁ ଆସିଛନ୍ତି ବିଜେଡିରୁ ଶାରଦା ନାୟକ ଓ କଂଗ୍ରେସରୁ ବୀରେନ୍ଦ୍ର ନାଥ ପଟ୍ଟନାୟକ।

Advertisment

ବିଜେପି ହେଭିୱେଟ୍ ଦିଲ୍ଲିପ ରାୟ। ୨୦୧୪ରେ ବିଜେପି ଟିକେଟରେ ଜିତିଥିଲେ। ହେଲେ ୨୦୧୯ରେ ଲଢ଼ି ନଥିଲେ। କିନ୍ତୁ କୋଇଲା ଦୁର୍ନୀତି ମାମଲାରୁ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏଥର ପୁଣି ତାଙ୍କୁ ରଣଭୂମୀକୁ ଓହ୍ଲାଇଛି ବିଜେପି। ଟିକେଟ୍‌ ପାଇବା ପରଠୁ ସେ ବିଜେପି ନେତା ଓ କର୍ମୀଙ୍କୁ ନେଇ ଘନ ଘନ ରଣନୀତି ପ୍ରସ୍ତୁତି କରିବା ସହ ଡୋର ଡୁ ଡୋର କ୍ୟାମ୍ପେନିଂ କରୁଛନ୍ତି। ମୋଦି ଗ୍ୟାରେଣ୍ଟି, ବ୍ରାହ୍ମଣୀ ନଦୀରେ ନୂଆ ସେତୁ ଓ ତାଙ୍କ ଅମଳରେ ରାଉରକେଲା ସହରର ବିକାଶକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି।

ସେପଟେ ବିଜେଡି ହେଭିୱେଟ୍‌ ମନ୍ତ୍ରୀ ଶାରଦା ନାୟକ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଚଳାଇଛନ୍ତି ଜୋରଦାର ଷ୍ଟ୍ରାଟେଜି। ମହାନଗର ନିଗମ ସହ ଆଖପାଖ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଧାର କରି ସେ ପୁଣି ନିର୍ବାଚନ ବୈତରଣୀ ପାର ହେବେ ବୋଲି କହୁଛନ୍ତି।

Advertisment

ତେଣେ ବିଜେପି ଓ ବିଜେଡି ଉପରେ ରାଉରକେଲା ଭୋଟର ଖପ୍ପା ଥିବା ଓ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କହି ଭୋଟ୍ ମାଗୁଛନ୍ତି ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ।

ରାଜଧାନୀ ଭୁବନେଶ୍ୱରଠୁ ୩୪୦ କିଲୋମିଟର ଦୂରରେ ଥିବା ରାଉରକେଲା ଏକ ଶିଳ୍ପ ପ୍ରଧାନ ନଗରୀ ଭାବେ ପରିଚିତ। ଚଣ୍ଡିଗଡ଼ ପରେ ଦେଶର ଦ୍ୱିତୀୟ ସୁବ୍ୟବସ୍ଥିତ ନଗରୀ ଭାବେ ଜଣାଶୁଣା। ବୃହତ ଇସ୍ପାତ କାରଖାନା ସହ NIT ଭଳି ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସହ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ରହିଛି ଏ ସହରରେ। ହେଲେ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ସହରବାସୀ। ଏମିତିକି ଗତ ଡିସେମ୍ବର ମାସରେ ସହରରେ ଦୂଷିତ ପାଣି କାରଣରୁ ଝାଡ଼ାବାନ୍ତି ବ୍ୟାପି ୧୩ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ଅଭିଯୋଗ ସହ ଶହ ଶହ ଲୋକ ଆକ୍ରାନ୍ତ ହେବା ଘଟଣା ମହାନଗର ନିଗମର ଢିଲା ପ୍ରଶାସନିକ ବ୍ୟବସ୍ଥାର ପୋଲ୍‌ ଖୋଲି ଦେଇଥିଲା। ତେଣୁ ଏଭଳି ସ୍ଥିତିରେ ଭୋଟର ଜଣେ ଦକ୍ଷ ପ୍ରାର୍ଥୀଙ୍କ ହାତରେ ପୁଣି ରାଉରକେଲାର ଭାଗ୍ୟ ସମର୍ପିବାକୁ ଚାହୁଁଥିବା ବେଳେ ରାଜନୈତିକ ସମୀକ୍ଷକ କହିଲେଣି, ଏଥର ଲଢ଼େଇ ରୋଚକ ହେବ।

BjD Bjp Congress Rourkela Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe