Paralakhemundi
ପାରଳାଖେମୁଣ୍ଡିରେ ଏଥର ହେବ ଅଲଗା ପ୍ରକାର ଲଢ଼େଇ। ମୈଦାନରେ ଅଛନ୍ତି ଅଭିଜ୍ଞ, ନବାଗତ ଓ ହେଭିୱେଟ୍। ହେଲେ ଜନତା ଜନାର୍ଦ୍ଦନ କାହାକୁ ଆଶୀର୍ବାଦ ଦେବେ? ତାହା ସ୍ପଷ୍ଟ ହୋଇନଥିବା ବେଳେ ପାରଳାଖେମୁଣ୍ଡି ବୁଦ୍ଧିଜୀବୀଙ୍କ ମତ, ତିନି ପ୍ରାର୍ଥୀ କେହି କାହାଠୁ କମ୍ ନୁହେଁ। ଏଥର ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ଅଧିକ ରହିଛି।
ଦକ୍ଷିଣ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ପାରଳାଖେମୁଣ୍ଡି। ଚଳିତବର୍ଷ ବିଜେପି ଷ୍ଟାଣ୍ଡିଂ MLA କେ. ନାରାୟଣ ରାଓଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ପାରଳାଖେମୁଣ୍ଡିରେ ଏଥର ଦଳୀୟ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ହୋଇଥିବାରୁ ବେଶ୍ ଉତ୍ସାହିତ ହୋଇଛନ୍ତି ନାରାୟଣ ରାଓ। ସେ କହିଛନ୍ତି, ବାରମ୍ବାର ବିଧାୟକ ଭାବେ ତାଙ୍କର ଗଭୀର ଲୋକସଂପର୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହିଁ ଏଥର ନିର୍ବାଚନ ବୈତରଣୀ ପାର ହେବାର ମୁଖ୍ୟ ଆୟୁଧ ହେବ।
ସେପଟେ କିନ୍ତୁ ଅଭିଜ୍ଞ ନାରାୟଣ ରାଓଙ୍କୁ ଟକ୍କର ଦେବାକୁ ବିଜେଡି ମଇଦାନକୁ ଛାଡ଼ିଛି ଜଣେ ନବାଗତଙ୍କୁ। ସେ ହେଲେ ବିଶିଷ୍ଟ ବ୍ୟବସାୟୀ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପଶ ପାଣିଗ୍ରାହୀ। ବାପାଙ୍କ ପରିଚୟ ଓ ନବୀନ ପଟ୍ଟନାୟକଙ୍କ ଯୋଜନାର ଲମ୍ବା ତାଲିକା ଧରି ସେ ଲୋକଙ୍କ ପାଖକୁ ଯାଉଥିବା କହିଛନ୍ତି ରୂପେଶ।
ଆଉ କଂଗ୍ରେସର ଯେଉଁ ହେଭିୱେଟଙ୍କୁ ନେଇ ଏଥର ପାରଳାଖେମୁଣ୍ଡିରେ ବେଶୀ ଚର୍ଚ୍ଚାରେ। ସେ ହେଉଛନ୍ତି ଦଳର ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ବିଜୟ ବାରମ୍ବାର ପାରଳାଖେମୁଣ୍ଡି ଗସ୍ତ କରି ୟା ଭିତରେ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଯାଉଥିବା ବେଳେ କଂଗ୍ରେସ ହିଁ ଏଥର ରାଜ୍ୟରେ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି।
ମଇଦାନ ପ୍ରସ୍ତୁତ, ଯୋଦ୍ଧା ମଧ୍ୟ ତୟାର। ତେବେ ଜନତା ହିଁ ଜନାର୍ଦ୍ଦନ ବୋଲି ସ୍ପଷ୍ଟ ଜାଣି ସାରିଛନ୍ତି ପାରଳାଖେମୁଣ୍ଡି ଆସନର ଯୋଦ୍ଧା। ଏଠିକାର ସମସ୍ୟାର ସମାଧାନ ଓ ଜନତାଙ୍କ ଆସ୍ଥାଭାଜନ ହିଁ ହେବ ଏଠି ବିଜୟର ମୁଖ୍ୟ ମପକାଠି। କାରଣ ଏଠି ପ୍ରତିଥର ବଦଳେ ରାଜନୀତିର ରଙ୍ଗ। ୨୦୦୯ରୁ ୨୦୧୯ ମଧ୍ୟରେ ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତେ ଥରେ ଥରେ କ୍ଷମତାର ସ୍ୱାଦ ଚାଖିଥିବା ବେଳେ ଏଥର କିନ୍ତୁ ଦଳ ଅପେକ୍ଷା ବ୍ୟକ୍ତିତ୍ୱକୁ ବେଶୀ ଗୁରୁତ୍ୱ ଦେଉଛନ୍ତି ଭୋଟର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1712508841.jpg)