Advertisment

ବବିଙ୍କ ପ୍ରଶଂସା ପତ୍ର ଲେଖିଲା କିଏ? ସବୁ ପୋଷ୍ଟ ସମାନ ହେଲା କେମିତି?

ବବିଙ୍କ ସପକ୍ଷରେ ବାହାରିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଜେଡି ବିଧାୟକ ଅନନ୍ତନାରାୟଣ ଜେନା, ସୌଭିକ୍ ବିଶ୍ୱାଳ ଓ ଅନ୍ୟ କିଛି ନେତା। ସେମାନେ ସମସ୍ତେ ସୋଶାଲ୍‌ ମିଡ଼ିଆରେ ବବିଙ୍କ ପାଇଁ ପ୍ରଶଂସା ପତ୍ର ପୋଷ୍ଟ କରିଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପାଇଁ ପ୍ରଶଂସା ପତ୍ର ଲେଖିଲା କିଏ? ତାଙ୍କୁ ପ୍ରଶଂସା କରି ସୋଶାଲ୍‌ ମିଡିଆରେ ପୋଷ୍ଟ ହୋଇଥିବା ସବୁ ଲେଖା ସମାନ ହେଲା କେମିତି? X ରେ ପୋଷ୍ଟ ହୋଇଥିବା ଲେଖାକୁ ନେଇ ସୋଶାଲ୍‌ ମିଡ଼ିଆ ୟୁଜର୍ସ ଆଜି ଏପରି ପ୍ରଶ୍ନ ପଚାରିଛନ୍ତି। ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି। ଯେମିତି ଲାଗୁଛି ଭିଣୋଇ ବିଜେପିରେ ମିଶିବା ପରେ ବିଶାଦରେ ଥିବା ବବିଙ୍କ ମାନ ଭଞ୍ଜନ କରିବା ପାଇଁ ବିଜେଡି ନେତାମାନେ ଗୋଟିଏ ପୋଷ୍ଟକୁ କପି କରିଛନ୍ତି!

Advertisment

ଘଟଣାଟି ଏମିତି। ଶୁକ୍ରବାର ବବିଙ୍କ ଭିଣୋଇ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଥିଲେ ଅରିନ୍ଦମ। ଏହି ଖବର ସାମ୍ନାକୁ ଆସିବା ପରେ ସୋଶାଲ୍‌ ମିଡ଼ିଆ ଟାର୍ଗେଟରେ ଥିଲେ ବବି। ସୋଶାଲ୍‌ ମିଡ଼ିଆ ୟୁଜର୍ସ ଓ ବିରୋଧୀ ଦଳର ନେତାମାନେ ବବିଙ୍କୁ ଟାର୍ଗେଟ କରିଥିଲେ। ନାନା କଥା ସୋଶାଲ ମିଡ଼ିଆରେ ଲେଖାଯାଇଥିଲା। ଏହା ପରେ ବବିଙ୍କ ସମର୍ଥନରେ ସୋଶାଲ ମିଡିଆରେ ଲେଖା ପୋଷ୍ଟ କରିଥିଲେ କେତେକ ବିଜେଡି ନେତା। 

ବବିଙ୍କ ସପକ୍ଷରେ ବାହାରିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ସୌଭିକ୍‌ ବିଶ୍ୱାଳ ଓ ଅନ୍ୟ କିଛି ନେତା। ସେମାନେ ସମସ୍ତେ ସୋଶାଲ୍‌ ମିଡ଼ିଆରେ ବବିଙ୍କୁ ପ୍ରଶଂସା କରି ପୋଷ୍ଟ କରିଥିଲେ। ସେହି ସବୁ ପୋଷ୍ଟ ଗୁଡ଼ିକର ଶୀର୍ଷକ ଥିଲା ‘ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ’। ସବୁଠାରୁ ମଜାଦାର କଥା ହେଉଛି ସମସ୍ତଙ୍କ ପୋଷ୍ଟ ସମାନ ଥିଲା। ସେହି ପୋଷ୍ଟରେ ଗୋଟିଏ ହେଲେ ଶବ୍ଦ ବା କମା ଅଲଗା ଥିବା ଦେଖିବାକୁ ମିଳିନଥିଲା। ଲାଗୁଥିଲା ଯେମିତି ଗୋଟିଏ ପୋଷ୍ଟକୁ ସମସ୍ତେ କପି କରିଛନ୍ତି। ଏକଥା ଆମେ କହୁନି। ସୋଶାଲ୍‌ ମିଡ଼ିଆ ୟୁଜର୍ସ ଲେଖିଛନ୍ତି।

Advertisment

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର Xରେ କରିଥିବା ପୋଷ୍ଟକୁ ନେଇ ୟୁଜର୍ସମାନେ ଦେଇଛନ୍ତି ମଜାଦାର କମେଣ୍ଟ। ଦେବବ୍ରତ Sahoo @bapisahoo ନାମକ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, “ଜଣାପଡ଼ୁଛି ରାଜ୍ୟର ଲୋକ ପ୍ରତିନିଧି କେତେ ନ୍ୟୁନ ସ୍ତରୀୟ ଅନୁଗତ। ନିଜ ଇଚ୍ଛାରେ ସାମାଜିକ ଗଣମାଧ୍ୟମରେ ଲେଖି ବି ପାରୁ ନାହାଁନ୍ତି। WhatsApp ରେ ମିଳୁଥିବା କଥା ଆଉ ଫଟୋ ଖାଲି ଉତାରି ଦେଉଛନ୍ତି।”

ସେହିଭଳି Prasanta Routray@1973prasanta ଲେଖିଛନ୍ତି, “ସସ୍ମିତ ବାବୁ, ଭାଗ୍ୟ ଆପଣଙ୍କର ପୂରା ଜଳୁଛି। ଆପଣଙ୍କ ଏଇ କପି ପେଷ୍ଟ ପୋଷ୍ଟରୁ ଆଉ କିଛି ବୁଝିବାକୁ ବାକି ନାହିଁ। ଯେତେ ଚାଟିବା କଥା ଚାଟି ଯାଆନ୍ତୁ, ଲୋକ ଏବେ କିଛି କିଛି ବୁଝିଲେଣି। ଓଡ଼ିଆଙ୍କୁ ଜଗନ୍ନାଥ ଭରସା।” ସେହିପରି Adv. Surendra @surendraod ଲେଖିଛନ୍ତି, “ସସ୍ମିତ ବାବୁ ଆପଣଙ୍କ ପାଇଁ ଯେତିକି ଆଦର ଥିଲା ଆଜି ସବୁ ସାରିଦେଲା ପରି ମନେ ହେଉଛି। ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଆପଣ। ଏହି ବିଲୁଆ ଭୁକା ଦୌଡ଼ରେ ଆପଣ ସାମିଲ ହେବେ ବୋଲି ଆଶାନଥିଲା।” ଏମିତି ଅନେକ ଲେଖିଛନ୍ତି। ଏହାଛଡ଼ା ଅନ୍ୟ ବିଜେଡି ନେତାଙ୍କ ପୋଷ୍ଟରେ ମଧ୍ୟ କମେଣ୍ଟ ଦେଇଛନ୍ତି।

ତେବେ ଏଠି ଗୋଟିଏ କଥା ସ୍ପଷ୍ଟ ହେଉନି, ଏମାନେ ବବିଙ୍କୁ ବିଶାଦରୁ ବାହାର କରିବା ପାଇଁ ପୋଷ୍ଟ କରିଥିଲେ ନା ସମାଲୋଚନାର ଶିକାର ହେବାକୁ ଲେଖିଲେ? କିନ୍ତୁ ଏ କଥା ସତ ଯେ ଏମାନେ ନିଜ ହୃଦୟରୁ ବବିଙ୍କ ପାଇଁ ଲେଖିନାହାନ୍ତି! ଯଦି ବବିଙ୍କୁ ପ୍ରଶଂସା କରି ଲେଖି ଥାଆନ୍ତେ, ତାହା ହେଲେ ହୃଦୟରୁ ବାହାରୁଥିବା ପ୍ରତିଟି ଶବ୍ଦ ସମସ୍ତଙ୍କର ସମାନ ହେବନି। ଲାଗୁଛି ବବିଙ୍କୁ ପ୍ରଶଂସା କରି ଲେଖିବା ପାଇଁ ବିଜେଡି ନେତାଙ୍କୁ କୁହାଯାଇଛି! ତେଣୁ ସମସ୍ତଙ୍କ ପୋଷ୍ଟ ସମାନ ହୋଇଛି। ଅଥବା ଜଣେ ଲେଖାଟିଏ ପୋଷ୍ଟ କରିବା ପରେ ଅନ୍ୟମାନେ ତାକୁ କପି କରି ନିଜ ନିଜ ଆକାଉଣ୍ଟରେ ପୋଷ୍ଟ କରି ଦେଇଛନ୍ତି। 

Bhubaneswar BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe