କାହିଁକି ସୁରକ୍ଷା: କାହା ନିର୍ଦ୍ଦେଶରେ ପାଣ୍ଡିଆନଙ୍କୁ ୨ ପିଏସଓ, ଅସିତ ତ୍ରିପାଠୀଙ୍କୁ ୪ ପିଏସଓ

ବିଜେଡି ଶାସନରେ ସର୍ବେସର୍ବା ଥିବା ଭିକେ ପାଣ୍ଡିଆନଙ୍କୁ ଏବେ କୌଣସି ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁନଥିଲେ ମଧ୍ୟ ତାଙ୍କର ସୁରକ୍ଷାରେ ୨ଜଣ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି ।

BJD

ଭି.କେ ପାଣ୍ଡିଆନ୍‌ ଓ ଅସିତ ତ୍ରିପାଠୀ(ଫାଇଲ ଫଟୋ)

Ordigital Desk
  • Published: Monday, 02 September 2024
  • Updated: 02 September 2024, 10:02 PM IST

Sports

Latest News

ରାଜ୍ୟରେ ବିଜେପି ସରକାରକୁ ଆସିବାର ତିନିମାସ ପୁରିବ । ତଥାପି ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କ ପ୍ରଭାବ ରାଜ୍ୟ ପ୍ରଶାସନରେ ବଳବତ୍ତର ରହିଛି । ପାଣ୍ଡିଆନ କୌଣସି ସରକାରୀ ପଦପଦବୀରେ ନଥାଇ ମଧ୍ୟ ତାଙ୍କୁ ଦୁଇଜଣ ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ(ଦୀର୍ଘବର୍ଷ ଧରି ସେହି ଦୁଇଜଣ ଅଛନ୍ତି) ଓ ପଶ୍ଚିମଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କୁ ୪ଜଣ ପିଏସଓ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ତେବେ ପାଣ୍ଡିଆନ ଓ ଅସିତଙ୍କୁ କିଏ ଓ କାହିଁକି ପିଏସଓ ଦେଇଛନ୍ତି ତଥା ସେମାନଙ୍କ ଜୀବନ ପ୍ରତି କ’ଣ ଓ କିଭଳି ବିପଦ ରହିଛି ତାକୁ କିଏ ଆକଳନ କରିଛନ୍ତି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ଶାସନରେ ସର୍ବେସର୍ବା ଥିବା ଭିକେ ପାଣ୍ଡିଆନଙ୍କୁ ଏବେ କୌଣସି ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁନଥିଲେ ମଧ୍ୟ ତାଙ୍କର ସୁରକ୍ଷାରେ ୨ଜଣ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି । ପାଣ୍ଡିଆନ ଜିଲ୍ଲା ଗସ୍ତରେ ବୁଲୁଥିବାବେଳେ ତାଙ୍କ ସହ ଛାଇଭଳି ରହୁଥିବା ଅଶୋକ ପ୍ରଧାନ ଯିଏକି ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ(ଏସଏସଡବ୍ଲୁୃ୍ୟ)ର ଓ ଅନ୍ୟଜଣେ ଅନୀଲ କୁମାର ମହାନ୍ତି କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଏବେବି ତାଙ୍କର ପିଏସଓ ଭାବେ କାର୍ଯ୍ୟ କରୁଛନ୍ତି । ଯଦିଓ ମୋହନ ସରକାର କ୍ଷମତାକୁ ଆସିବା ପରେ ଜୁନ୍ ୨୦ତାରିଖରେ ଏହି ଦୁଇଜଣଙ୍କୁ ତତ୍କାଳ ପ୍ରଭାବରୁ ପାଣ୍ଡିଆନଙ୍କ ସୁରକ୍ଷାରୁ ପ୍ରତ୍ୟାହାର କରିନିଆଯାଇଥିଲା, ମାତ୍ର ପରେ କାହା ନିର୍ଦ୍ଦେଶରେ ସେମାନଙ୍କୁ ପୁଣିଥରେ ତାଙ୍କ ସୁରକ୍ଷାରେ ମୁତୟନ କରାଗଲା ତାହା ଏବେବି ଅସ୍ପଷ୍ଟ । ପାଣ୍ଡିଆନ ଏବେ କୌଣସି ସରକାରୀ ପଦପଦବୀରେ ନାହାନ୍ତି କିମ୍ବା ସର୍ବସାଧାରଣରେ ତାଙ୍କୁ ଦେଖିବାକୁ ମିଳୁନି । ସେ ସକ୍ରିୟ ରାଜନୀତିରୁ ମଧ୍ୟ ସନ୍ୟାସ ଗ୍ରହଣ କରିସାରିଛନ୍ତି । ବାହାର ରାଜ୍ୟ(ତାମିଲନାଡୁ)ର ଜଣେ ବ୍ୟକ୍ତିଙ୍କୁ ରାଜ୍ୟ ସରକାର କାହିଁକି ସୁରକ୍ଷା ଯୋଗାଇ ଦେଉଛନ୍ତି ତାହା ଏବେବି ଅସ୍ପଷ୍ଟ । ତା’ଛଡ଼ା ପାଣ୍ଡିଆନ ସରକାରୀ ଚାକିରିରୁ ଅବସର ନେଇସାରିଛନ୍ତି, ଓଡ଼ିଶାରେ ସେ ରହିବା ତାଙ୍କ ନିଜସ୍ୱ ପସନ୍ଦ ଉପରେ ନିର୍ଭର କରୁଛି । କିନ୍ତୁ ତାଙ୍କୁ ରାଜ୍ୟର ବିଜେପି ସରକାର ସାଧାରଣ ଲୋକଙ୍କ ଟିକସରେ ଦରମା ପାଉଥିବା ଦୁଇଜଣ ପିଏସଓଙ୍କୁ ମୁତୟନ କରିବା ସାଧାରଣରେ କୌତୁହଳର ବିଷୟ ହୋଇଛି ।  ତା’ଛଡ଼ା ପାଣ୍ଡିଆନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କିଏ ରିପୋର୍ଟ ଦେଇଛି, ଯାହା ଆଧାରରେ ମୋହନ ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି ।

Also Read

ସେହିପରି ଅଗଷ୍ଟ ୧୭ତାରିଖରେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଅସିତ୍ କୁମାର ତ୍ରିପାଠୀ । ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଥିବା ପୂର୍ବତନ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ପୁରସ୍କୃତ କରାଯାଇଥିଲା । କିନ୍ତୁ ଜୁନ୍ ୧୨ରେ ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ମଧ୍ୟ ଅସିତ୍ ନିଜ ପଦ ଛାଡ଼ିନଥିଲେ । ପ୍ରାୟ ୨ମାସ ପରେ ଚାପ ପଡ଼ିବାରୁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ତେବେ ସରକାରୀ ପଦବୀରୁ ଇସ୍ତଫା ଦେବାର ୧୫ଦିନ ପରେ ମଧ୍ୟ ତାଙ୍କ ସୁରକ୍ଷାରେ ୪ଜଣ ପିଏସଓ ମୁତୟନ ହୋଇଥିବା ଜଣାପଡ଼ିଛି । ଏହି ପିଏସଓମାନଙ୍କୁ ନିୟମିତ ଡ୍ୟୁଟି ମଧ୍ୟ ଆଲର୍ଟ କରାଯାଉଛି ।

ପୁଲିସ ସୂତ୍ର ଅନୁସାରେ, କମିଶନରେଟ ପୁଲିସର ଯବାନ ତ୍ରିଲୋଚନ ରାଉତରାୟ(ସିପାହୀ-୩୭୬), ଦୀପ ପ୍ରଧାନ(ସିପାହୀ-୫୪୦), ବିଜନ ନାୟକ(ସିପାହୀ-୬୦୦, ଜେ ନାୟକ(ସିପାହୀ-୫୪୫)ଙ୍କୁ ଏବେବି ଅସିତଙ୍କ ସୁରକ୍ଷାରେ ମୁତୟନ କରାଯାଉଛି ।

ତେବେ ଏହି ଯବାନମାନଙ୍କୁ କାହା ନିର୍ଦ୍ଦେଶରେ ପାଣ୍ଡିଆନ ଓ ଅସିତଙ୍କ ସୁରକ୍ଷାରେ ମୁତୟନ କରାଯାଉଛି, ତାହା ଜଣାପଡ଼ିନି । ପାଣ୍ଡିଆନ ଓ ଅସିତଙ୍କୁ ନିଜ ପସନ୍ଦର ପିଏସଓ ଯୋଗାଇ ଦେବା ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ(ଗୃହ ବିଭାଗ ଦାୟିତ୍ୱ)ଙ୍କ ଜାଣତରେ ହୋଇଛି ନା ମୁଖ୍ୟମନ୍ତ୍ରୀଙ୍କୁ ବିବାଦୀୟ କରିବା ଓ ପାଣ୍ଡିଆନଙ୍କୁ ଖୁସି କରିବାକୁ ପୁଲିସ ପ୍ରଶାସନ ନିଜଆଡ଼ୁ ଏପରି କରିଛି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଜେଡିର ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକଙ୍କୁ ମିଳିଥିବା ପିଏସଓଙ୍କୁ ହଟାଇ ନିଆଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story