Advertisment

ଜେଲରୁ ନିର୍ବାଚନ ଲଢ଼ିପାରିବେ ଆତଙ୍କବାଦୀ ଅମୃତପାଲ ସିଂହ, କିନ୍ତୁ ଭୋଟ୍‌ ଦେଇପାରିବେନି କେଜ୍ରିୱାଲ!

ଏହା ପଛରେ ସମ୍ବିଧାନରେ ଏଲ୍ଲେଖିତ କେଉଁ ନିୟମ ରହିଛି, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଭାରତର ସମ୍ବିଧାନକୁ ନେଇ ଅନେକ ସମୟରେ ତର୍କ-ବିତର୍କ ହୁଏ। ସମ୍ବିଧାନରେ ପ୍ରଣୋଦିତ ନୀତି-ଆଦର୍ଶ କେତେ ଠିକ୍ ଓ କେତେ ଭୁଲ୍ ତା'ର ଚର୍ଚ୍ଚା ଚାଲେ। ଏହାରି ମଧ୍ୟରେ ଆମେ ବର୍ତ୍ତମାନ ସମୟରେ ଏକ ଘଟଣା ଉପରେ ଆଲୋଚନା କରିବା ଯେ, ଭାରତର ସମ୍ବିଧାନ ଜଣେ ବ୍ୟକ୍ତିଙ୍କୁ ଜେଲରେ ଥିବାବେଳେ କିପରି ନିର୍ବାଚନ ଲଢ଼ିବାର ସୁଯୋଗ ଦେଉଥିବା ବେଳେ ଜେଲରେ ଥିବା ବ୍ୟକ୍ତି ପାଇଁ ମତଦାନର ଅଧିକାର ନାହିଁ।

Advertisment

ବାସ୍ତବରେ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ବାବଦରେ ଆଲୋଚନା କରିବା। ପୁଲିସ ଷ୍ଟେସନ ଉପରକୁ ଆକ୍ରମଣ କରିବା ଘଟଣାରେ ଏପ୍ରିଲ ୨୩, ୨୦୨୩ରୁ ଗିରଫ ହୋଇ ଜେଲରେ ଅଛନ୍ତି ଅମୃତପାଲ ସିଂହ। ଚଳିତ ନିର୍ବାଚନରେ ସେ ପଞ୍ଜାବର ଖଦୁର ସାହେବ ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ।

ମେ' ୭ରୁ ୧୭ ମଧ୍ୟରେ ସେ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ଅମୃତପାଲଙ୍କ ଓକିଲ କହିଛନ୍ତି। କିନ୍ତୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଭୋଟ୍ ଦେଇପାରିବେ ନାହିଁ। ଏହା ପଛରେ ସମ୍ବିଧାନରେ ଏଲ୍ଲେଖିତ କେଉଁ ନିୟମ ରହିଛି, ଜାଣନ୍ତୁ...

Advertisment

କେଉଁ କାରଣରୁ ଅମୃତପାଲ ନିର୍ବାଚନ ଲଢିପାରିବେ କିନ୍ତୁ କେଜ୍ରିୱାଲ ଭୋଟ୍ ଦେଇପାରିବେନି? 
ସମ୍ବିଧାନର ନିୟମ ଅନୁସାରେ, ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇନଥିବେ ସେ ଜେଲରେ ଥିଲେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଏପରିକି ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନେ ଜେଲ ଅବଧି ଶେଷ ହେବାର ୬ ବର୍ଷ ପରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। 

ଉକ୍ତ ବ୍ୟକ୍ତି ଜେଲରେ ଥାଇ ସମର୍ଥକଙ୍କ ସହଯୋଗରେ ନାମାଙ୍କନ ଭରିପାରିବେ। ଯଦି ସମ୍ପୃକ୍ତ ପ୍ରାର୍ଥୀ ବିଜୟୀ ହୁଅନ୍ତି, ତେବେ ତାଙ୍କୁ ଶପଥ ନେବା ପାଇଁ ଅନୁମତି ଦିଆଯିବ, କାରଣ ଜେଲରେ ଶପଥ ପାଠ ଗ୍ରହଣ କରିବାର କୌଣସି ବ୍ୟବସ୍ଥା ନାହିଁ।

କିନ୍ତୁ ଜେଲରେ ଥିବାବେଳେ ଜଣେ ବ୍ୟକ୍ତି ମତଦାନ କରିପାରିବେ ନାହିଁ। ଜନ ପ୍ରତିନିଧି ଅଧିନିୟମ, ୧୯୫୧ର ଧାରା ୬୨(୫)ରେ ଉଲ୍ଲେଖ ଅନୁସାରେ, ଯଦି କୌଣସି ବ୍ୟକ୍ତି ପୁଲିସ ହେପାଜତରେ କିମ୍ବା କାରାଗାରରେ ବନ୍ଦୀ ଅଛନ୍ତି ତେବେ ସେ କୌଣସି ନିର୍ବାଚନରେ ଭୋଟ୍ ଦେଇ ପାରିବେ ନାହିଁ।

ଜେଲରୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀ
୧୯୯୬ରେ, ଡନରୁ ରାଜନେତା ସାଜିଥିବା ମୁଖତାର ଅନସାରୀ ଜେଲରେ ଥିବାବେଳେ ବିଏସପି ଟିକେଟରୁ ନର୍ବାଚନ ଲଢିଥିଲେ। ସେ ଉତ୍ତରପ୍ରଦେଶର ମଉ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ବିଜୟୀ ମଧ୍ୟ ହୋଇଥିଲେ। 

କେବଳ ଗୋଟିଏ ଥର ନୁହେଁ, ୨୦୦୫ରେ କାରାଗାରରେ ଥିବା ମୁଖତାର ଅନସାରୀ ତିନି ଥର ଜେଲରେ ଥାଇ ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୦୭, ୨୦୧୨ ଏବଂ ପୁନର୍ବାର ୨୦୧୭ରେ ମଉ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ଅନସାରୀ। ଗତ ମାସରେ ବନ୍ଦୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। 

୧୯୯୮ ଲୋକସଭା ନିର୍ବାଚନ ସମୟରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚାରା ଦୁର୍ନୀତି ମାମଲାରେ ଜେଲରେ ଥିଲେ। ସେ ବିହାରର ମାଧେପୁରା ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଜେଲରୁ ଜିତିଥିଲେ।

Arvind Kejriwal Amritpal Singh Voting Rule For Prisoner Election Rule For Prisoner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe