ମୂଲ୍ୟବାନ ସମ୍ପତ୍ତି ବିଜେଡିକୁ କାହିଁକି, ରାଜ୍ୟବାସୀଙ୍କ କେଉଁ ସ୍ୱାର୍ଥରେ ଲାଗୁଛି ଶଙ୍ଖ ଭବନ?

ରାଜଧାନୀ ଭୁବନେଶ୍ୱରର ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରେ ବିଜେଡିର ରାଜ୍ୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି ।

Sankha bhawan BJD

ଶଙ୍ଖଭବନ

Ordigital Desk
  • Published: Saturday, 20 July 2024
  • Updated: 20 July 2024, 10:16 PM IST

Sports

Latest News

ବିଜେଡି ସରକାର ରାଜଧାନୀର ମୂଲ୍ୟବାନ ସରକାରୀ ଜମିକୁ ‘ବିଜେଡିର ରାଜ୍ୟ ମୁଖ୍ୟାଳୟ ଶଙ୍ଖଭବନ’ ନିର୍ମାଣ ପାଇଁ ଟେକିଦେବା ଏବେ ବିବାଦୀୟ ମୋଡ଼ ନେଇଛି । ଶଙ୍ଖଭବନ ଜମି ଲିଜ୍ ପ୍ରସଙ୍ଗ ଓ ନିର୍ମାଣ କାର୍ଯ୍ୟରେ କୌଣସି ଅସଙ୍ଗତି ହୋଇନାହିଁ ବୋଲି ବିଜେଡି  ଯୁକ୍ତି ବାଢ଼ୁଥିଲେ ମଧ୍ୟ ବିମାନ ବନ୍ଦର ଓ ରାଜ୍ୟ ସଚିବାଳୟଠୁ ମାତ୍ର ୧କିମି ଦୂରରେ ଥିବା ସରକାରୀ କ୍ୱାର୍ଟସକୁ ଭାଙ୍ଗି ‘ଶଙ୍ଖଭବନ’ ନିର୍ମାଣ ପାଇଁ ଜମି ପ୍ରଦାନ କରାଯିବା କାହା ସ୍ୱାର୍ଥରେ ଥିଲା ବୋଲି ଏବେ ପ୍ରଶ୍ନ ଉଠିଛି । ଶଙ୍ଖ ଭବନକୁ ଦିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗର ଜମିର ‘କିସମ’ ସଡ଼କକୁ ବେଆଇନ ଭାବେ ‘ଘରବାରି’କୁ ପରିବର୍ତ୍ତନ ହୋଇଥିବା ନେଇ ଅଭିଯୋଗ ହେବାପରେ ତା’ର ତଦନ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱରର ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରେ ବିଜେଡିର ରାଜ୍ୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି । ଏହି ସମସ୍ତ ଜମି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର । ଏହି ଜମି ଉପରେ ଥିବା ୪ଟି ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ବିଜେଡିକୁ ଭବ୍ୟ କୋଠା ନିର୍ମାଣ କରିବାକୁ ତତକାଳୀନ ବିଜେଡି ସରକାର ଅନୁମତି ଦେଇଥିଲେ ।   ଦଳ କ୍ଷମତାରେ ଥିବାରୁ ତା’ର ଫାଇଦା ଉଠାଇ କରୋନା ମହାମାରୀ କଟକଣାବେଳେ ଗଙ୍ଗନଗର ମୌଜାର ପ୍ଲଟ ନମ୍ବର ୭୯୭ର (ଆଂଶିକ ବା ୦୮୨ ଡିସିମିଲ), ପ୍ଲଟ ୭୯୮ର(ଆଂଶିକ ବା ୦୭୩ ଡିସିମିଲ), ପ୍ଲଟ ନମ୍ବର ୭୯୭/୮୪୯ର ୦୩୮୩ ଏବଂ ପ୍ଲଟ ନମ୍ବର ୮୦୦ର ୬୪୫ଡିସିମିଲ ଜମିକୁ ଲିଜ୍ ସୂତ୍ରରେ ବିଜେଡିକୁ ଦେବା ପାଇଁ ତତକାଳୀନ ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ । ତେବେ ଏହି ୪ଟି ପ୍ଲଟ୍ ମଧ୍ୟରୁ ୭୯୮ ନମ୍ବର ପ୍ଲଟର କିସମ ‘ସଡ଼କ’ ଥିଲା । ଏହି ସମସ୍ତ ଜମିକୁ ଏକର ପିଛା ୧୦.୪୭କୋଟି ଟଙ୍କାର ବେଂଚମାର୍କ ଭାଲ୍ୟୁଏସନ ଆଧାରରେ ସରକାର ବିଜେଡିକୁ ୧୨ କୋଟି ୯୩ ଲକ୍ଷ ୯୨ହଜାର ୧୨୩ଟଙ୍କାରେ ଦେଇଥିଲେ। ଏଥିରେ ୪ଟି କ୍ୱାର୍ଟର୍ସ ବାବଦ ୫୫ ଲକ୍ଷ ୩୨ ହଜାର ଟଙ୍କା ସାମିଲ୍‌ ଅଛି।   

Also Read

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ବିଶ୍ୱରେ କରୋନା ମହାମାରୀ ହାହାକାର ସୃଷ୍ଟି କରିଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ୨୦୨୦ ନଭେମ୍ବର ୧୬ତାରିଖରେ ନିଜ ଦଳର ମୁଖିଆ(ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କ ପାଖରେ ବିଜୁ ଜନତା ଦଳକୁ ଦୀର୍ଘକାଳୀନ ଲିଜ୍‌ରେ ନିର୍ଦ୍ଦିଷ୍ଟ ପରିମାଣର ଓ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଦେବା ପାଇଁ ଆବେଦନ କଲେ । ଆଉ ବିଜେଡିରେ କୋଟିଏ ସଦସ୍ୟ ଅଛନ୍ତି ଓ ଦଳରେ ସବୁ ୱିଙ୍ଗ ଅଛନ୍ତି ତଥା ଦଳ ‘ମୋ ପରିବାର’ ନାଁରେ ସାମାଜିକ ସେବା ବି କରୁଛି । ବିଜେଡିର ଆଦର୍ଶରେ ପ୍ରଭାବିତ ହୋଇ ରାଜ୍ୟବାସୀ ୨୦ବର୍ଷ ହେଲା ଦଳକୁ ଆଶୀର୍ବାଦ ଦେଇଛନ୍ତି । ଦଳର ସଦସ୍ୟତା ଓ କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ ବ୍ୟାପକ ହେବାର ଥିବାରୁ ବର୍ତ୍ତମାନ ଯେଉଁଠି ଅଫିସ ରହିଛି ସେଠାରେ ଅଧିକ ଜାଗାର ଆବଶ୍ୟକତା ଅନୁଭୂତ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପ୍ରଚଳିତ ନୀତି ଆଧାରରେ ବିଜେଡିକୁ ୧.୧୮୩ଏକର ଜମି ଦୀର୍ଘକାଳୀନ ଲିଜରେ ଦେବାକୁ ଶ୍ରୀ ଦାସ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।

ଆଉ ବିଜେଡିର ଏହି ଅନୁରୋଧ ପାଇବାର ମାତ୍ର ୧୧ଦିନ ନପୁରୁଣୁ ଅର୍ଥାତ୍ ୨୦୨୦ ନଭେମ୍ବର ୨୭ ତାରିଖରେ ତତକାଳୀନ ମୁଖ୍ୟସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜମି ଆବଂଟନ କମିଟିର ବୈଠକ ବସି ବିଜେଡି ଯେଉଁଠି ଯେତିକି ଜମି ମାଗିଥିଲା ତାହା ଦେବାକୁ ସୁପାରିଶ କଲେ । ସାଧାରଣ ପ୍ରଶାସନ ବିଭାଗର ଏହି ସୁପାରିଶକୁ ମଧ୍ୟ ଅତ୍ୟନ୍ତ ଚତୁରତାର ସହ ତତକାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଆଜ୍ ପ୍ରପୋଜଡ୍‌’ଲେଖି ଫାଇଲ ତଳକୁ ଫେରାଇଦେଲେ ।

ଏହାପରେ ଇଷ୍ଟେଟ୍ ନିର୍ଦ୍ଦେଶକଙ୍କ ଦ୍ୱାରା ୨୦୨୦ ଡିସେମ୍ବର ୨୪ତାରିଖରେ ବିଜେଡି ମାଗିଥିବା ଜମି ଉପରେ ଥିବା ସରକାରୀ କ୍ୱାଟର୍ସଗୁଡ଼ିକର ମୂଲ୍ୟାୟନ ପାଇଁ ପୂର୍ତ୍ତ ବିଭାଗକୁ ଚିଠି କରାଗଲା । ଆଉ ପୂର୍ତ୍ତ ବିଭାଗ ମାତ୍ର ୪ଦିନ ଭିତରେ ଅର୍ଥାତ୍ ଡିସେମ୍ବର ୨୮ତାରିଖରେ ବିଜେଡି ମାଗିଥିବା ଜାଗା ଉପରେ ୪ଟି କ୍ୱାର୍ଟର୍ସର ମୂଲ୍ୟ ପ୍ରାୟ ୫୫.୩୨ଲକ୍ଷ ଟଙ୍କା ବୋଲି ଦର୍ଶାଇ ନିଜର ରିପୋର୍ଟ ପଠାଇଲେ ।

ଏହାର ଠିକ୍ ଦିନକ ପରେ ୨୦୨୦ ଡିସେମ୍ବର ୨୯ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଏକର ପିଛା ୧୦.୪୭କୋଟି ଟଙ୍କାର ବେଂଚମାର୍କ ଭାଲ୍ୟୁଏସନରେ ବିଜେଡିକୁ ୧.୧୮୩ଏକର ସାଧାରଣ ପ୍ରଶାସନ ଜମି ଲିଜ୍ ସୂତ୍ରରେ ଦେବାକୁ ନିର୍ଦ୍ଦେଶନାମା ଜାରି କଲେ । ଯାହାକୁ ପରବର୍ତ୍ତୀ ସମୟରେ ବିଜେଡି ନିଜ ନାମରେ ପଟ୍ଟା କରାଇନେଇଛି । ଏହାସହିତ ମ୍ୟୁଟେସନ୍ କରି ଜମିର କିସମ ବି ପରିବର୍ତ୍ତନ କରାଇ ନେଇଥିବା ଜଣାପଡ଼ିଛି । ଦାଖଲଖାରଜ ନମ୍ବର ୯୯୨୮/୨୦୨୧ରେ ଭୁବନେଶ୍ୱର ତହସିଲଦାର ଗଙ୍ଗନଗର ମୌଜାର ମୂଳ ଖତିୟାନ ୧୧୨ରୁ ୧.୧୮୩ଏକର ବିଶିଷ୍ଟ ୪ଟି ପ୍ଲଟକୁ ମିଶାଇ ବିଜେଡିକୁ ନୂଆ ଖତିୟାନ ନମ୍ବରରେ ପଟ୍ଟା ଜାରି କରିଛନ୍ତି ।

ଯଦିଓ ବିଧାନସଭାରେ ୨୦୨୧ ସେପ୍ଟେମ୍ବର ୪ତାରିଖରେ ତତକାଳୀନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜେଡିକୁ ଜମି ବିକ୍ରି ନୁହେଁ ବେଂଚମାର୍କ ଭାଲ୍ୟୁଏସନ୍ ଆଧାରରେ ୧.୧୮୩ଏକର ଜମିକୁ ୧୨.୩୮କୋଟି ଟଙ୍କାରେ ଲିଜରେ ଦିଆଯାଇଥିବା ସୂଚନା ଦେଇଥିଲେ । ସେହିପରି ବିଜେପିକୁ ମଧ୍ୟ ଖାରବେଳନଗର ସ୍ଥିତ କାର୍ଯ୍ୟାଳୟର ୧.୨୭୯ଏକର ଜମିକୁ ୨୫.୮୧କୋଟି ଟଙ୍କା ବେଂଚମାର୍କ ଭାଲ୍ୟୁ ଆଧାରରେ ଲିଜରେ ଦିଆଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଗୋଟିଏ ରାଜନୀତିକ ଦଳକୁ ବଜାର ଦରରେ ରାଜଧାନୀର ପ୍ରମୁଖ ସ୍ଥାନରେ ମୂଲ୍ୟବାନ ସରକାରୀ ଜମି କାହିଁକି ଟେକି ଦିଆଗଲା? ଏଥିରେ ସାଧାରଣ ଲୋକଙ୍କ କ’ଣ ସ୍ୱାର୍ଥ ସାଧନ ହେବ । ବିଜେଡିକୁ ଯଦି ସରକାର ଜମି ଦେବାର ଥିଲା ତା’ହେଲେ ଅନ୍ୟ କେଉଁଠି ଦେଇପାରିଥାନ୍ତେ, କିନ୍ତୁ ତାହା ନକରି ଏତେପରିମାଣର ସରକାରୀ ଜମିକୁ ମାତ୍ର ୧୨.୬୦କୋଟି ଟଙ୍କାରେ ଦେଇ ବିଜେଡି ନାକେବଳ ନିଜ କ୍ଷମତାର ଦୁରୂପଯୋଗ କରିଛି ବରଂ ରାଜ୍ୟବାସୀଙ୍କ ସହ ଧୋକା କରିବାକୁ ପଛାଇ ନାହିଁ । ଯଦି ବିଜେଡି ଯେଉଁ ଯୁକ୍ତି ବାଢ଼ି ଏତେ ମୂଲ୍ୟବାନ ସରକାରୀ ଜମିକୁ ହାତେଇଛି, ସରକାରୀ କ୍ୱାର୍ଟର୍ସ ନେଇଥିବା ଅନେକ ସଂଗଠନ ଯଦି ସମାନ ଯୁକ୍ତି ଦର୍ଶାଇ ଆବେଦନ କରିବେ ତା’ହେଲେ ରାଜ୍ୟ ସରକାର ସେମାନଙ୍କୁ ଏଭଳି ଜମି ବିକ୍ରି କରିବେ କି ବୋଲି ପ୍ରଶ୍ନ ଉଠିଛି ।

ତେଣୁ ବିଜେଡିକୁ କେଉଁ ପରିସ୍ଥିତିରେ ଏତେ ପରିମାଣର ଜମି ଦିଆଗଲା ଓ ତତକାଳୀନ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଥିବା କମିଟି କାହିଁକି ଏଭଳି ନିଷ୍ପତ୍ତିକୁ ବିରୋଧ କଲେନି ତଥା ରାଜ୍ୟବାସୀଙ୍କ ସମ୍ପତ୍ତିକୁ ବିଜେଡି ହାତରେ ଟେକିଦେଲେ ତା’ର ଖୋଳତାଡ଼ ହେବା ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story