BJD
କ’ଣ ପାଇଁ ୨୪ ବର୍ଷର ଶାସନ ଭୁଶୁଡ଼ିଲା? କେଉଁ କାରଣ ପାଇଁ ବିଜେଡି ହାରିଲା?କେଉଁ କାରଣ ପାଇଁ ମାହାଙ୍ଗାରେ ଅଙ୍କିତ ପ୍ରତାପ ଜେନା ହାରିଲେ? ଏ ସମ୍ପର୍କରେ ପଦୁଟିଏ କହିଲେନି ବିଜେଡି ବିଧାୟକ ପ୍ରତାପ ଜେନା। ହେଲେ ଖାଲି ନବୀନ ପଟ୍ଟନାୟକଙ୍କ ଗୁଣଗାନ କଲେ। ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ପାଣ୍ଡିଆନ୍ଙ୍କ ପ୍ରଶ୍ନ ଶୁଣି ଚାଲିଗଲେ ପ୍ରତାପ ଜେନା।
ବିଜେଡି ପରାଜୟ ପରେ ପ୍ରତାପ ଜେନା କହିଛନ୍ତି, ନବୀନ ବାବୁ ଭାରତବର୍ଷର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଥିଲେ। ଓଡ଼ିଶାବାସୀଙ୍କ ହୃଦୟରେ ଥିଲେ। ଆଜି ମଧ୍ୟ ସେ ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି। ଯାହାକି ଭବିଷ୍ୟତରେ ପ୍ରମାଣ କରିବ ବୋଲି ସେ କହିଛନ୍ତି।
ପରାଜୟର କାରଣ ସମ୍ପର୍କରେ ପଚାରିବାରୁ ଶ୍ରୀ ଜେନା କହିଛନ୍ତି, ବହୁତ କଥା ଅଛି। ଯାହାକୁ ତର୍ଜମା କରାଯାଇପାରିବ। କିନ୍ତୁ ନବୀନବାବୁ ହେଉଛନ୍ତି ଅପ୍ରତିଦ୍ୱନ୍ଦୀ ନେତା। ଆଜି ମଧ୍ୟ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ନବୀନବାବୁ ଅଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ହେଲେ ପାଣ୍ଡିଆନ୍ଙ୍କ ସମ୍ପର୍କରେ ପ୍ରଶ୍ନ ହେବାରୁ ଶ୍ରୀ ଜେନା ପଳାଇ ଯାଇଥିଲେ।
ସୂଚନାରୁ ପ୍ରକାଶ, ଲଗାତାର ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ଜିତି ଆସୁଥିଲେ ପ୍ରତାପ ଜେନା। ହେଲେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିଥିଲା। ବିଜୟୀ ହେବେ ବୋଲି ଆଶା କରିଥିଲେ। ହେଲେ ମାହାଙ୍ଗାର ଭୋଟର ତାଙ୍କୁ ଚକ୍ମା ଦେଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନ ବିଜୟୀ ହୋଇଛନ୍ତି। ସେ ବିଜେଡି ପ୍ରାର୍ଥୀ ଅଙ୍କିତଙ୍କୁ ୭୪୨୩ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ସାରଦା ପ୍ରସାଦ ପ୍ରଧାନ ୮୮୬୩୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅଙ୍କିତ ୮୧୨୦୯ ଓ ବିଜେପିର ସୁମନ୍ତ କୁମାର ଘଡ଼େଇ ୧୯୪୧ ଖଣ୍ଡ ଭୋଟ୍ ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJD_1717583223.jpg)