Advertisment

କାହିଁକି ହାରିଲା ବିଜେଡି? ପ୍ରଦୀପ ମାଝି କହିଲେ ପରାଜୟର ୩ କାରଣ

ଚଳିତ ନିର୍ବାଚନରେ ବିଜେଡି ୫୧ ଆସନ ପାଇଥିବା ବେଳେ ବିଜେପି ୭୮, କଂଗ୍ରେସ ୧୪ ଓ ସ୍ୱାଧୀନ ୪ଟି ଆସନ ଜିତିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
BJd

BJd

ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ସରକାରରୁ ହଟିବାର ପ୍ରାୟ ୩ ମାସ ପରେ ବୁଲେଇ ବଙ୍କେଇ ନିଜ ପରାଜୟର ସମୀକ୍ଷା କରୁଛି। ଦଳ ତରଫରୁ ପରାଜୟ ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି। ସିଧାସଳଖ ନ ହେଲେ ବି ପରୋକ୍ଷରେ ବିଜେଡି ସର୍ବେସର୍ବା ଭି.କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ବିଭିନ୍ନ ସଂଗ୍ରାଠନିକ ଜିଲ୍ଲାର କର୍ମକର୍ତ୍ତା ଓ ନେତାଙ୍କୁ ଡାକି ସମୀକ୍ଷା କରୁଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦଳ ପରାଜୟର ଏସବୁ କାରଣ ପ୍ରତି ନେତାମାନେ ଅବଗତ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ନେତା ପ୍ରଦୀପ ମାଝି ସମୀକ୍ଷା ବୈଠକରେ ଦଳ ପରାଜୟର ଯେଉଁ ସବୁ କାରଣ ନବୀନଙ୍କୁ ଅବଗତ କରାଇଛନ୍ତି ତାହା ବିଜେଡି ରାଜନୀତିକୁ ଉଷ୍ମ କରିଛି।

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ନେତା, କର୍ମୀ ଓ ସାଂଗଠନିକ କର୍ମକର୍ତ୍ତାଙ୍କୁ ଡାକି ସମୀକ୍ଷା କରିଥିଲେ ନବୀନ। ଏହି ଦୁଇ ଜିଲ୍ଲାରେ ବିଜେଡି କାହିଁକି ନିର୍ବାଚନ ହାରିଲା, ତା’ ପଛର କାରଣ କ’ଣ ବୋଲି ପଚାରିଥିଲେ ନବୀନ? ନିର୍ବାଚନ ହାରିବାର ୩ ମାସ ପରେ ପ୍ରଦୀପ ନବୀନଙ୍କ ସମ୍ମୁଖରେ ପରାଜୟର କାରଣ ରଖିଥିଲେ। ନବରଙ୍ଗପୁର ଜିଲ୍ଲାରେ କାହିଁକି ବିଜେଡି ନିର୍ବାଚନ ହାରିଲା ୩ଟି ବଡ଼ କାରଣ କହିଥିଲେ ପ୍ରଦୀପ।

୧. ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା।ଏହି ମେଣ୍ଟ ପ୍ରଚାର ଯୋଗୁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ୱସନୀୟତା ହରାଇଲୁ।

Advertisment

୨. ଦଳରେ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଦଳରେ ଜଣେ ନେତା ଓ ଅନ୍ୟ ନେତାଙ୍କର ଚେର କାଟିବାକୁ ସବୁବେଳେ ଚେଷ୍ଟା କରୁଥିଲେ। ନେତାଙ୍କ ଭିତରେ ଥିବା ଅନ୍ତର୍ଘାତୀ କାର୍ଯ୍ୟକଳାପ ପରାଜୟ ପାଇଁ ଦାୟୀ ବୋଲି କହିଛନ୍ତି ପ୍ରଦୀପ।

୩.  ଖରାପ ନିର୍ବାଚନ ପରିଚାଳନା ଯୋଗୁ ଦଳ ହାରିଲା। ଏଥିସହ  ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜମ୍ ନଥିଲା ବୋଲି ନବୀନଙ୍କ ସମ୍ମୁଖରେ କହିଛନ୍ତି ପ୍ରଦୀପ।ଏହି ୩ଟି କାରଣ ଯୋଗୁ ଦଳ ନବରଙ୍ଗପୁରରେ ପରାଜୟ ହୋଇଥିଲା।  ଏଥିସହ ସେ ପରାଜୟ ହେବା ସହ ଅନେକ ଟାଣୁଆ ବିଧାୟକ ମଧ୍ୟ ନିର୍ବାଚନ ହାରିଥିବା କହିଛନ୍ତି ପ୍ରଦୀପ।

ସୂଚନାରୁ ପ୍ରକାଶ, ଚଳିତ ନିର୍ବାଚନରେ ବିଜେଡି ୫୧ ଆସନ ପାଇଥିବା ବେଳେ ବିଜେପି ୭୮, କଂଗ୍ରେସ ୧୪ ଓ ସ୍ୱାଧୀନ ୪ଟି ଆସନ ଜିତିଛନ୍ତି।

BjD Naveen Patnaik