Advertisment

ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନାରୁ ଦୂରେଇ ରଖିବା ପରାଜୟର କାରଣ- ବିଜେଡି ନେତା

ବିଜେଡି ହାରିବା ନେଇ ଶ୍ରୀ ବେହେରା କହିଛନ୍ତି, ନିର୍ବାଚନ ପରିଚାଳନାରେ ତ୍ରୁଟି ବିଚ୍ୟୁତି ହୋଇଛି। ତେବେ ପରାଜୟର ମୁଖ୍ୟ କାରଣ ହେଉଛି, ନିର୍ବାଚନ ପରିଚାଳନାରେ ଦଳର ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା।

ଅଦ୍ୟତନ ହୋଇଛି
BJD

BJD

Advertisment

୨୪ ବର୍ଷ ଧରି ଶାସନ ଗାଦିରେ ବସିଥିଲା ବିଜେଡି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେତେ କ’ଣ ଯୋଜନା କରିଥିଲା। ଏତେ ସବୁ ଯୋଜନା ସତ୍ତ୍ୱେ ଷଷ୍ଠ ପାଳିରେ କାହିଁକି ହାମ୍ୱୁଡେଇ ପଡ଼ିଲା ବିଜେଡି? ଏହାକୁ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଥିବା ବେଳେ ଆଜି ପରାଜୟର କାରଣ କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ଯୋଗୁ ବିଜେଡି ହାରିଥିବା ସେ କହିଛନ୍ତି।

Advertisment

ଶ୍ରୀ ବେହେରା କହିଛନ୍ତି, ଓଡ଼ିଶାରେ ଲୋକସଭା ଓ ବିଧାନସଭା ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ଓ ଆକଳନକୁ ପଛରେ ପକାଇ ଯେଉଁ ଫଳାଫଳ ଆସିଲା, ତାହା ନିଶ୍ଚିତ ଭାବେ ଅଭୁତପୂର୍ବ। କିନ୍ତୁ ଓଡ଼ିଶାରେ ଏବେ ମଧ୍ୟ ନବୀନ ପଟ୍ଟନାୟକ ଗରିବ ଜନସାଧାରଣ ଜନତା ଓ ମହିଳାଙ୍କ ମନରେ ଅଛନ୍ତି ବୋଲି ସେ କହିଛନ୍ତି।

ବିଜେଡି ହାରିବା ନେଇ ଶ୍ରୀ ବେହେରା କହିଛନ୍ତି, ନିର୍ବାଚନ ପରିଚାଳନାରେ ତ୍ରୁଟି ବିଚ୍ୟୁତି ହୋଇଛି। ତେବେ ପରାଜୟର ମୁଖ୍ୟ କାରଣ ହେଉଛି, ନିର୍ବାଚନ ପରିଚାଳନାରେ ଦଳର ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା। ଯହା ସାଧାରଣରେ ଗ୍ରହଣୀୟ ହୋଇପାରିଲାନି। ଏହାର ସମୀକ୍ଷା କରାଯିବ। କିନ୍ତୁ ଆଜିର ସ୍ଥିତିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁମାନେ ଜିତିଛନ୍ତି, ସେମାନେ ନିଶ୍ଚିତ ଭାବେ ଦଳର କାର୍ଯ୍ୟକ୍ରମକୁ ଆଗକୁ ନେବେ। ସେମାନେ ବିରୋଧୀ ଦଳର ଭୂମିକା ନିର୍ବାହ କରିବେ ବୋଲି ଶଶିଭୂଷଣ ବେହେରା କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଚଳିତ ନିର୍ବାଚନରେ ବିଜେଡି ୫୧ ଆସନ ପାଇଥିବା ବେଳେ ବିଜେପି ୭୮, କଂଗ୍ରେସ ୧୪ ଓ ସ୍ୱାଧୀନ ୪ଟି ଆସନ ଜିତିଛନ୍ତି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe