Advertisment

ଅଶ୍ୱିନୀ ବୈଷ୍ଣବଙ୍କୁ କାହିଁକି ସମର୍ଥନ ଦେଲା ବିଜେଡି?

ଅତ୍ୟାଧୁନିକ ୪୧ଟି ବନ୍ଦେ ଭାରତ ଏକ୍ସପ୍ରେସରୁ ଓଡ଼ିଶାକୁ ଦୁଇଟି ମିଳିଥିଲା। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ପ୍ରାଧାନ୍ୟ ଦେଇଥିଲେ। କଂଗ୍ରେସ ଅମଳରେ ରେଳ ବଜେଟରୁ ୮୦୦ କୋଟି ମିଳୁଥିବା ଓଡ଼ିଶାକୁ ଏବେ ୧୦ ହଜାର କୋଟି ମିଳିଲାଣି।

BJP

BJP

Advertisment

ବିଜେଡିରେ ସଂଖ୍ୟା ଥାଇ କାହିଁକି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କଲା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏହାର ସ୍ପଷ୍ଟୀକରଣ ରଖିଛି ବିଜେଡି। ଅଶ୍ୱିନୀ ବୈଷ୍ଣବଙ୍କ ସମୟରେ ଓଡ଼ିଶାର ରେଳ ଯୋଗାଯାଗରେ ଢେର ଉନ୍ନତି ହୋଇଛି, ତାହାକୁ କେହି ଅସ୍ୱୀକାର କରିପାରିବ ନାହିଁ।

Advertisment

ଅତ୍ୟାଧୁନିକ ୪୧ଟି ବନ୍ଦେ ଭାରତ ଏକ୍ସପ୍ରେସରୁ ଓଡ଼ିଶାକୁ ଦୁଇଟି ମିଳିଥିଲା। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ପ୍ରାଧାନ୍ୟ ଦେଇଥିଲେ। କଂଗ୍ରେସ ଅମଳରେ ରେଳ ବଜେଟରୁ ୮୦୦ କୋଟି ମିଳୁଥିବା ଓଡ଼ିଶାକୁ ଏବେ ୧୦ ହଜାର କୋଟି ମିଳିଲାଣି। ୨୦୨୧ ମସିହାରେ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟର ମଙ୍ଗ ଧରିବା ପରେ ରେଳ କ୍ଷେତ୍ରରେ ଏମିତି ଅନେକ ଫାଇଦା ପାଇଛି ଓଡ଼ିଶା। ରାଜ୍ୟ ରେଳ ମାନଚିତ୍ରରେ ଘଟିଛି ଅନେକ ପରିବର୍ତ୍ତନ।

ବଜେଟରେ ରାଜ୍ୟକୁ ରେଳ ଅନୁଦାନ ୧୦ ହଜାର କୋଟି ପାର କରିଛି। ୨୦୦୯ରୁ ୧୪ ମସିହାରେ ଉପା ସରକାର ଅମଳରେ ରେଳ ବଜେଟରୁ ରାଜ୍ୟକୁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିବା ବେଳେ ଚଳିତ ବଜେଟରେ ଏହା ୧୦ ହଜାର ୫୩୬ କୋଟିରେ ପହଞ୍ଚିଛି। ସେହିପରି ୨୦୦୯ରୁ ୧୪ ମଧ୍ୟରେ ବର୍ଷକୁ ୫୩ କିଲୋମିଟର ନୂଆ ରେଳ ଲାଇନ୍‌ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷ ଏହା ୪୭୩ କିଲୋମିଟରକୁ ବଢ଼ିଛି।

Advertisment

ଖାଲି ସେତିକି ନୁହେଁ, ୨୪ ବର୍ଷ ତଳେ ଆରମ୍ଭ ହୋଇ ସଂପୂର୍ଣ୍ଣ ହୋଇପାରୁ ନଥିବା ଅନୁଗୋଳ-ସୁକିନ୍ଦା ଓ ହରିଦାସପୁର-ପାରାଦୀପ ରେଳ ଲାଇନରେ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏହାବାଦ ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଦ୍ରୁତ ଗତିରେ ଚାଲିଛି କାମ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇ ଯେଉଁ ପ୍ରେସ୍‌ ରିଲିଜ ଦେଇଛନ୍ତି, ସେଥିରେ ରାଜ୍ୟରେ ରେଳପଥ ଓ ଟେଲିକମ ବିକାଶ ସ୍ୱାକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଦେଉଥିବା ସ୍ପଷ୍ଟ କରିଛନ୍ତି। ସେପଟେ ରେଳ ବିଶେଷଜ୍ଞଙ୍କ ମତରେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରାଜ୍ୟ ଅନେକ ଫାଇଦା ପାଇଛି।

ଅନ୍ୟପକ୍ଷରେ ସଂଖ୍ୟା ଗଣିତ ଦେଖିଲେ, ଚଳିତ ରାଜ୍ୟସଭା ନିର୍ବାଚନରେ ବିଜେଡି ରାଜ୍ୟର ୩ଟି ଯାକ ସିଟ୍‌ ହାତେଇ ପାରିଥାନ୍ତା। ହେଲେ ସେଭଳି ନକରି ତୃତୀୟ ସିଟଟି ବିଜେପି ପାଇଁ ଦଳ ଖାଲି ରଖିଲା। ତେବେ ବଡ଼ କଥା ହେଉଛି, ୨୦୧୯ ରେ ସାଧାରଣ ନିର୍ବାଚନ ପରେ ଅଶ୍ୱିନୀ ରାଜ୍ୟସଭା ଯାଇଥିଲେ। ଏଥର କିନ୍ତୁ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ହୋଇଛନ୍ତି। ଯାହା ବିଜେପି ଓ ବିଜେଡି ମଧ୍ୟରେ ଘନିଷ୍ଠତାକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ଏବେ ବଡ଼ ପ୍ରଶ୍ନ, ଆଗାମୀ ନିର୍ବାଚନରେ ଏହା ଉଭୟ ଦଳର କର୍ମୀଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିବନି ତ? ସେହିପରି ଦୁଇ ଦଳ ମଧ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟକୁ ନେଇ ମଧ୍ୟ ରାଜନୈତିକ ମହଲରେ ଆକଳନ ଆରମ୍ଭ ହୋଇଯାଇଛି। ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟକୁ ସିଧାସଳଖ ଖଣ୍ଡନ କରିଛନ୍ତି।

ଏବେ ଦେଖିବାକୁ ରହିଲା, ରାଜ୍ୟସଭାରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ଅଯାଚିତ ସମର୍ଥନ ଆଗାମୀ ସାଧାରଣ ନିର୍ବାଚନରେ କିଭଳି ପ୍ରଭାବ ପକାଉଛି? କର୍ମୀ ଓ ଭୋଟର ଏ ସମୀକରଣକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି।

BjD Bjp Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe