ଅସହାୟ ନବୀନ, ଆତ୍ମରକ୍ଷା ମୁଦ୍ରାରେ ପାଣ୍ଡିଆନ: ଭୁଶୁଡ଼ୁଛି ବିଜେଡି, ଆକ୍ରୋଶରେ ନେତା-କର୍ମୀ

ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ଯେଉଁ ଢଙ୍ଗରେ ରାଜ୍ୟସଭାରେ ଆତ୍ମସମର୍ପଣ କରିଛି ତାହା ଦଳର ଅସହାୟତାର ପ୍ରମାଣ ଦେଇଛି ।

BJD

ନବୀନ ଓ ପାଣ୍ଡିଆନ (ଫାଇଲ ଫଟୋ)

Ordigital Desk
  • Published: Friday, 04 April 2025
  • Updated: 04 April 2025, 04:04 PM IST

Sports

Latest News

୨୪ବର୍ଷ ଶାସନ କାଳରେ କରିଥିବା ଅପକର୍ମ ଏବେ ବିଜେଡିକୁ ମହଙ୍ଗା ପଡ଼ୁଛି । ବିଜେଡିର ଅଘୋଷିତ ସର୍ବେସର୍ବ ଭିକେ ପାଣ୍ଡିଆନଙ୍କ ଗୋଟିଚାଳନା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସହାୟତା ଯୋଗୁ ଦଳ ଭୁଶୁଡ଼ିବାରେ ଲାଗିଛି । ଦଳୀୟ ନେତା-କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆକ୍ରୋଶ ଏବେ ଚରମସୀମାରେ ପହଂଚିଛି । ରାଜ୍ୟସଭାରେ ୱକଫ ବିଲକୁ ନେଇ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟ ଏବେ ଦଳୀୟ ନେତା-କର୍ମୀଙ୍କ ଦମ୍ଭକୁ ଭାଙ୍ଗି ଚୁରମାର କରିଦେଇଛି ।

ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ଯେଉଁ ଢଙ୍ଗରେ ରାଜ୍ୟସଭାରେ ଆତ୍ମସମର୍ପଣ କରିଛି ତାହା ଦଳର ଅସହାୟତାର ପ୍ରମାଣ ଦେଇଛି । କେଉଁ ଅଦୃଶ୍ୟ କାରଣରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ରାଜ୍ୟସଭାରେ ସୁହାଇବା ଭଳି ବିଜେଡି ନିଷ୍ପତ୍ତି ନେଲା ତାହା ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ରାଜ୍ୟସଭାରେ ଏହି ୱାକଫ ବିଲ ଦଳୀୟ ସାଂସଦମାନଙ୍କ ଆଭିମୁଖ୍ୟ ପଛରେ ନିଶ୍ଚିତ କିଛି ଗୋଟିଏ ଖେଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଏଥିବା ସଭାପତି ନବୀନ ପଟ୍ଟନାୟକ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ତା’ର କାରଣ ଖୋଜା ଚାଲିଛି ବୋଲି କହି ନବୀନଙ୍କୁ ସୁରକ୍ଷା ଓ ପରୋକ୍ଷରେ ପାଣ୍ଡିଆନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ୱକଫ୍ ବିଲକୁ ନେଇ ବିଜେଡି ବିଗତ ୨ଦିନ ଧରି ଯେଉଁ ଡ୍ରାମା କରୁଥିଲା ଓ ଯେଭଳି ଢଙ୍ଗରେ ୟୁ-ଟର୍ଣ୍ଣ ନେଇଛି ତାହା ନବୀନ-ପାଣ୍ଡିଆନଙ୍କ ଅସଲ ଚରିତ୍ରକୁ ପଦାରେ ପକାଇ ଦେଇଛି।

ୱକଫ୍ ବିଲକୁ ନେଇ ବିଜେଡିର ନାଟକବାଜି

ନରେନ୍ଦ୍ର ମୋଦି ସରକାରଙ୍କ ୱକଫ୍ ସଂଶୋଧନ ବିଲ୍‌-୨୦୨୫ ରାଜ୍ୟସଭାରେ ବହୁମତରେ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୨୮ଜଣ ସଦସ୍ୟ ସମର୍ଥନ ଓ ୯୫ଜଣ ସଦସ୍ୟ ବିରୋଧ କରିଥିଲେ । ୧୨ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ । ମାତ୍ର ଏସବୁ ମଧ୍ୟରେ ବିଜେଡିର ନାଟକୀୟ ଢଙ୍ଗରେ ୟୁ-ଟର୍ଣ୍ଣ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ଅପକର୍ମ ପାଇଁ ଚଳିତ ଲୋକସଭାରେ ମୂଳପୋଛ ହୋଇଥିବା ବିଜେଡି ରାଜ୍ୟସଭାରେ ମାତ୍ର ୭ଜଣ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିଛି ।

Also Read

ରାଜ୍ୟସଭାରେ ଏହି ୱକଫ୍ ବିଲ୍ ଆଲୋଚନାରେ ସାମିଲ ହୋଇ ଦଳର ସାଂସଦ ମୁନ୍ନା ଖାନ୍ ୱକଫ୍ ସଂଶୋଧନ ବିଲକୁ କଡ଼ା ବିରୋଧ କରିଥିଲେ । ତେବେ ମୁନ୍ନାଙ୍କ ଆଲୋଚନା ସରିବାର ମାତ୍ର କିଛି ସମୟ ମଧ୍ୟରେ ଦଳର ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି ୱକଫ ବିଲ୍ ପ୍ରସଙ୍ଗରେ ଦଳର ସାଂସଦମାନେ ନିଜର ବିବେକାନୁମୋଦିତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଲେ । ତେବେ ଦୀର୍ଘଦିନରୁ ୱକଫ୍ ବିଲକୁ ବିରୋଧ କରିବ ବୋଲି କହି ଆସୁଥିବା ବିଜେଡି ଏଭଳି ଅଚାନକ  ୟୁ-ଟର୍ଣ୍ଣ ନେବା ପାଇଁ ନବୀନ-ପାଣ୍ଡିଆନଙ୍କ ଅସହାୟତା,ଅପାରଗତା ଓ ଅପରିପକ୍ୱତାର ପ୍ରମାଣ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୫ରେ ଶଙ୍ଖ ଭବନ ପରିସରରେ ଓ ଅନ୍ୟ ସମୟରେ ନବୀନ ନିବାସରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିବାବେଳେ ୱକଫ୍ ସଂଶୋଧନ ବିଲକୁ ବିଜେଡି ବିରୋଧ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନବୀନ ସ୍ପଷ୍ଟ କରିଥିଲେ ଯେ, ରାଜ୍ୟଣ ବିଭିନ୍ନ ଅଂଚଳର ସଂଖ୍ୟାଲଘୁ ଭାଇଭଉଣୀମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି ଓ ସେମାନଙ୍କ ମନରେ ଅସୁରକ୍ଷା ଭାବନା ଥିବା ନେଇ ଅବଗତ କରାଉଛନ୍ତି । ତେଣୁ ୱକଫ ବିଲକୁ ବିଜେଡି ବିରୋଧ କରିବ ବୋଲି ନବୀନ କହିଥିଲେ । ସେବେଠୁ ୱକଫ ବିଲକୁ ନେଇ ବିଜେଡି ନିଜର ବିରୋଧ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବାବେଳେ ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଏହା ଜାରି ରହିଥିଲା । କିନ୍ତୁ ଦଳ ପକ୍ଷରୁ କୌଣସି ହୁଇପ୍ ଜାରି ହୋଇନଥିଲା ।

ଆଉ ରାଜ୍ୟସଭାରେ ଭୋଟିଂ ପାଇଁ ସରକାର ପ୍ରସ୍ତୁତ ହେଉଥିବାବେଳେ ବିଜେଡି ଅଚାନକ ନିଜର ସାଂସଦମାନଙ୍କୁ ବିବେକ ଅନୁସାରେ ୱକଫ୍ ବିଲ୍ ନେଇ ନିଷ୍ପତ୍ତି ନେବାକୁ କହିଥିଲା । ଦଳର ଏଭଳି ଆଭିମୁଖ୍ୟ ସମ୍ପର୍କରେ ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି ସୂଚନା ଦେଲେ । ଆଉ ଶୁକ୍ରବାର ମଧ୍ୟ ସେ ୱକଫ୍ ବିଲକୁ ସମର୍ଥନ କରିଥିବା ଓ ଦେବାଶୀଷ ସାମନ୍ତରାୟ ଭୋଟିଂରୁ ଅନୁପସ୍ଥିତ ଥିବା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ବିଜେଡିର ରାଜ୍ୟସଭାରେ ମୋଟ୍ ୭ଜଣ ସାଂସଦଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିବାବେଳେ ବାକି ୬ଜଣଙ୍କ ମଧ୍ୟରୁ ୫ଜଣ ସପକ୍ଷରେ ଓ ଜଣେ ବିରୋଧରେ ଭୋଟ୍ ଦେଇଛନ୍ତି । ରାଜ୍ୟସଭାରେ ବିଜେଡି ଭଳି ଆଭିମୁଖ୍ୟ ମଧ୍ୟ ୱାଇଏସଆର କଂଗ୍ରେସ ଆପଣାଇଥିଲା । ଏନଡିଏର ସହଯୋଗୀ ହୋଇନଥିଲେ ମଧ୍ୟ ବିଜେଡି ଓ ୱାଇଏସଆର କଂଗ୍ରେସ ବିଗତ କିଛିବର୍ଷ ଧରି ସହଯୋଗୀଙ୍କଠୁ ବି ଅଧିକ ସମର୍ଥନ ଦେଇଆସୁଛନ୍ତି ।

ଗୋଟିଏ ଫୋନ୍ କଲ ବିଜେଡିକୁ ଯଥେଷ୍ଟ

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗୋଟିଏ ଫୋନ୍ କଲ ପରେ ହିଁ ରାଜ୍ୟସଭାରେ ୱକଫ ବିଲକୁ ନେଇ ବିଜେଡିର ଆଭିମୁଖ୍ୟରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଆସିଥିଲା । ଦଳର ଆଭିମୁଖ୍ୟ ସମ୍ପର୍କରେ ସାଂସଦ ସସ୍ମିତ ପାତ୍ରଙ୍କୁ ଟୁଇଟ୍ କରି ସାର୍ବଜନୀନ କରିବା ନିମନ୍ତେ କୁହାଯାଇଥିଲା । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କ କଲ୍ ଓ ମେସେଜ୍ ପଠାଇ ଦଳର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେତେବେଳକୁ ରାଜ୍ୟସଭାରେ ୱକଫ୍ ସଂଶୋଧନ ବିଲକୁ ଦଳୀୟ ସାଂସଦ ମୁନ୍ନା ଖାନ୍ ବିରୋଧ କରି ଆଲୋଚନାରେ ସାମିଲ ହୋଇସାରିଥିଲେ । ତେବେ ଏହି ଫୋନ୍ କଲ୍ ନବୀନଙ୍କୁ ଆସିଥିଲା ନା ପାଣ୍ଡିଆନଙ୍କୁ ତାହା ଜଣାପଡ଼ିନି କିମ୍ବା କିଏ କରିଥିଲେ ତାହା ବି ଜଣାପଡ଼ିନି । ମାତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଭିଯୋଗ ଅନୁସାରେ ବାପ-ପୁଅ(ନବୀନ-ପାଣ୍ଡିଆନ) ଦିଲ୍ଲୀ ଯାଇ ଡିଲ୍ କରି ଫେରିଛନ୍ତି । ବିଜେପି ନିକଟରେ ନବୀନଙ୍କୁ ତାଙ୍କ ମାନସପୁତ୍ର ବିକ୍ରି କରିଦେଇଛନ୍ତି ବୋଲି ସେ କଟାକ୍ଷ କରିଥିଲେ ।

ସେହିପରି ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, ବିଜେଡି ସାଂସଦମାନଙ୍କର ବିବେକ ହେଉଛି ଭୟଭୀରୁତାର ବିବେକ । ଭୟରେ ବିଜେପିକୁ ସମର୍ଥ ଦେଉଛି ବିଜେଡି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ  ନବୀନ-ପାଣ୍ଡିଆନ କାହାସହ ଡିଲ୍ କରୁଛନ୍ତି ଓ କିଭଳି ଡିଲ୍ ହେଉଛି ତାହା ଜଣାପଡ଼ିନଥିଲେ ମଧ୍ୟ ରାଜ୍ୟରେ ବିଗତ ୧୦ମାସ ମଧ୍ୟରେ କୌଣସି ଗୋଟିଏ ଦୁର୍ନୀତି ମାମଲା ଉଜାଗର ନହେବା ଓ ପାଣ୍ଡିଆନ ତଥା ତାଙ୍କ ଟିମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ହିଁ ଏଭଳି ଡିଲ୍ ଚର୍ଚ୍ଚାକୁ ବଳିଷ୍ଠ କରାଉଛି ।

ଦଳରେ ଚରମ ଅସନ୍ତୋଷ ଓ ବଦ୍ରିଙ୍କ ବିସ୍ଫୋରକ ବୟାନ

ଶଙ୍ଖଭବନରେ ଶୁକ୍ରବାର ଅନୁଷ୍ଠିତ ବିଜେଡିର ଉପଦେଷ୍ଟାମାନଙ୍କ ବୈଠକରେ ମଧ୍ୟ ୱକଫ୍ ବିଲକୁ ନେଇ ଦଳର ଆଭିମୁଖ୍ୟ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ନେତା ତଥା ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ, ୱକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେବା ପଛରେ ନିଶ୍ଚିତ ଖେଳ ହୋଇଛି । ୱକଫ ବିଲକୁ ବିରୋଧ କରିବାକୁ ମୁନ୍ନା ଖାନଙ୍କୁ ୨ଥର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ । ଏହାସତ୍ତ୍ୱେ ସାଂସଦମାନେ କିଭଳି ବିଲକୁ ସମର୍ଥନ କଲେ ତାହା ଚିନ୍ତାଜନକ । ଏଥିରେ କିଛି ଖେଳ ନିଶ୍ଚୟ ହୋଇଛି । ଦଳର ସଭାପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କଥା ଖୋଜା ଚାଲିଛି । ହୁଇପ୍ କାହିଁକି ରହିଲାନି ଓ ଦଳର ସାଂସଦମାନଙ୍କ ଆଭିମୁଖ୍ୟ କାହିଁକି ଗୋଟିଏ ଲାଇନରେ ହେଲା, ତାହା ଏବେ ସନ୍ଦେହଘେରରେ ବୋଲି ବଦ୍ରି କହିଛନ୍ତି । ବଦ୍ରିଙ୍କ ଏହି ବୟାନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ପାଣ୍ଡିଆନଙ୍କ ଇସାରାରେ ସାଂସଦମାନେ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ ମଧ୍ୟ ବିଜେଡିର ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ।

ବିଜେଡିକୁ ତଳିତଳାନ୍ତ କଲେଣି ପାଣ୍ଡିଆନ, ଅସହାୟତା ଜଳଜଳ

ନିଜର ଔଦ୍ଧତ୍ୟ ଓ ସୁପର ସିଏମ୍ ହେବାର ଲାଳସାକୁ ପୂରଣ କରିବା ଚକ୍କରରେ ବିଜେଡିକୁ ତଳିତଳାନ୍ତ କରିସାରିଲେଣି ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ । ୨୪ବର୍ଷର ବିଜେଡି ଶାସନର ଅପ୍ରତ୍ୟାଶିତ ଅନ୍ତ ଘଟିଲା । ସାଂଗଠନିକ କାର୍ଯ୍ୟଠୁ ଆରମ୍ଭ କରି ସବୁକିଛି ଠପ୍ ପଡ଼ିଲାଣି । ତଥାପି ପାଣ୍ଡିଆନଙ୍କ ଏଭଳି ଗୋଟିଚାଳନା ଓ ଆତ୍ମରକ୍ଷା କୌଶଳ ବିଜେଡି ପାଇଁ ବାରମ୍ବାର କ୍ଷତିକାରକ ହେଉଛି ବୋଲି ଜାଣି ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳୀୟ ନେତାମାନେ ଅସହାୟ ହୋଇପଡ଼ିଛନ୍ତି । ନବୀନ ଓ ଦଳର ନେତାମାନଙ୍କର ଅସହାୟତା ଜଳଜଳ ହୋଇ ଦିଶୁଥିବାବେଳେ ପାଣ୍ଡିଆନ ପୁଣିଥରେ ଆନୁଷ୍ଠାନିକ ଭାବେ ଆଗକୁ ଆସିବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାର ଆଜି ଶ୍ରୀଗଣେଶ ହୋଇଛି । ଗଞ୍ଜାମ ଜିଲ୍ଲାର କିଛି କର୍ମୀ ଓ ନେତାମାନଙ୍କୁ ନବୀନ ନିବାସ ଅଣାଯାଇ ସେଠାରେ ସେମାନେ ନବୀନଙ୍କ ପାଖରେ ପାଣ୍ଡିଆନଙ୍କ ସପକ୍ଷରେ ମାହୋଲ ପ୍ରସ୍ତୁତ କରାଉଥିବା ଜଣାପଡ଼ିଛି । ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ରାଉତଙ୍କ ମଧ୍ୟରୁ ଜଣେକେହି ବିଜେଡିର ଉତ୍ତରାଧିକାରୀ ହେବା ପାଇଁ ଏବେଠୁ ମାର୍ଗ ପ୍ରଶସ୍ତ ଚାଲିଥିବା ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ।

ନବୀନଙ୍କୁ ଭେଟିବେ ବରିଷ୍ଠ ନେତା

ସଂସଦରେ ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ରାଜ୍ୟବ୍ୟାପୀ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ସେମାନଙ୍କର ଆତ୍ମସମ୍ମାନ ଓ ଦମ୍ଭ ସହ ନବୀନ-ପାଣ୍ଡିଆନ ଖେଳୁଥିବା ମଧ୍ୟ ଅଭିଯୋଗ ହେଲାଣି । ଏସବୁ ମଧ୍ୟରେ ଦଳର ବରିଷ୍ଠ ନେତାମାନେ ଖୁବଶୀଘ୍ର ନବୀନଙ୍କୁ ଭେଟି ଏହା ଉପରେ ସ୍ପଷ୍ଟୀକରଣ ମାଗିବେ ବୋଲି ଭୂପିନ୍ଦର ସିଂ ଗଣମାଧ୍ୟମକୁ ଶୁକ୍ରବାର ସୂଚନା ଦେଇଛନ୍ତି । ତେବେ ପାଣ୍ଡିଆନଙ୍କ ଚାପରେ ଅସହାୟ ଅବସ୍ଥାରେ ରହିଥିବା ନବୀନ ଏହି ନେତାମାନଙ୍କୁ କିଭଳି ସନ୍ତୁଷ୍ଟ କରିବେ ତାହା ବି ବଡ଼ ପ୍ରଶ୍ନବାଚୀ ହୋଇଛି।

ଚର୍ଚ୍ଚା ହେଉଛି , ବିଜେଡି ଶାସନ କାଳରେ ନବୀନ ପଟ୍ଟନାୟକ ସରକାରର ମାଳମାଳ ଦୁର୍ନୀତି ଓ ଅନିୟମିତତାର କଳା ଚିଠା ଦିଲ୍ଲୀ ଦରବାରରେ ଗଚ୍ଛିତ ରହିଛି । ଯାହା ନବୀନ ଓ ପାଣ୍ଡିଆନ ପାଇଁ କାଳ ହୋଇଛି । ଆଉ ଏହି ଅପକର୍ମ ହିଁ ଏବେ ପାଣ୍ଡିଆନଙ୍କୁ ବିଜେଡି ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ କରାଉଛି । ନିଜର ବୟସାଧିକ୍ୟ ଯୋଗୁ ସଂଗଠନଠୁ ଦୂରେଇ ରହୁଥିବା ନବୀନଙ୍କୁ ପ୍ରଭାବିତ କରି ପାଣ୍ଡିଆନ ଏବେ ନିଜର ସ୍ୱାର୍ଥ ପାଇଁ ଲକ୍ଷଲକ୍ଷ ଦଳୀୟ କର୍ମୀ ଓ ନେତାମାନଙ୍କ ଭାବନା ଓ ଆତ୍ମସମ୍ମାନକୁ ବାଜି ଲଗାଇ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story