ବିଜେପି ଆଉ ବିଜେଡି ସମ୍ପର୍କ ମଧ୍ୟରେ ସଠିକ୍ ବସୁଥିବାର ଆଲୋଚନା ଜୋରସୋର ଚାଲିଛି। ନିର୍ବାଚନୀ ବର୍ଷରେ ରାତି ପାହିଲେ ବିଜେଡି-ବିଜେପି ମୁହାଁମୁହିଁ ହେବେ। କିନ୍ତୁ ରାଜ୍ୟରେ କ୍ଷମତାସୀନ ଶାସକ ବିଜୁ ଜନତା ଦଳ ଯେଭଳି ଭାବରେ ଲଗାତାର ଏନଡିଏକୁ ସୁହାଇବା ଭଳି ସମର୍ଥନ ଘୋଷଣା କରିଆସୁଛି ସେଥିରୁ ଖାସ କରି ବିଜେଡିର ସମର୍ଥକ ମହଲରେ ଏକ ରାଜନୈତିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।