Advertisment

ବିଜେପି ଫୋକସରେ କଣ ପାଇଁ ଗଞ୍ଜାମ?

ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ରରେ ଏଥର ବିଜୟ ବାନା ଉଡ଼ାଇବାକୁ ପଣ କରିଛି କି ବିଜେପି? ଯେହେତୁ ହିଞ୍ଜିଳି ବିଧାନସଭା ଆସନ ଗଂଜାମ ଜିଲ୍ଲାରେ ଆସୁଛି ଓ ମୁଖ୍ୟମନ୍ତ୍ରୀ ସେଠୁ ଲଢୁଛନ୍ତି। ତେଣୁ ସେଇ ଜିଲ୍ଲାରୁ ପ୍ରଥମେ ଦଳୀୟ ନେତା ଓ କର୍ମୀଙ୍କୁ ସରକାର ବଦଳାଇବାର ମନ୍ତ୍ର ଦେଉଛି କି ବିଜେପି?

BJP

BJP

Advertisment

ବିଜେପି ଫୋକସ୍‌ରେ ଗଞ୍ଜାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ହୋଇଥିବାରୁ ଏଠାକୁ ଘନ ଘନ ପ୍ରଚାରରେ ଆସୁଛନ୍ତି ବିଜେପି ତୁଙ୍ଗ ନେତୃତ୍ୱ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବା ବେଳେ ପୂର୍ବରୁ ରାଜନାଥ ସିଂହ ଓ ଜେପି ନଡ୍ଡା ବ୍ରହ୍ମପୁରରେ ନିର୍ବାଚନୀ ସଭା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ବିଜେପିର ୩ ହେଭିୱେଟ୍‌ ଗଞ୍ଜାମ ଜିଲ୍ଲା ଗସ୍ତ କରିସାରିଲେଣି। ଫେବ୍ରୁଆରୀ ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଞ୍ଜାମ ଗସ୍ତରେ ଆସି ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି ଦେଖାଇଥିଲେ। ଗତ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଗଞ୍ଜାମ ଗସ୍ତରେ ଆସି ବିଜେଡି ସରକାରକୁ ଟାର୍ଗେଟ କରିଥିଲେ। ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ମାଟିରେ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ୨୦୨୪ ନିର୍ବାଚନ ମହାସମରରେ ଘନ ଘନ ଗଂଜାମ ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃବୃନ୍ଦ?

ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ରରେ ଏଥର ବିଜୟ ବାନା ଉଡ଼ାଇବାକୁ ପଣ କରିଛି କି ବିଜେପି? ଯେହେତୁ ହିଞ୍ଜିଳି ବିଧାନସଭା ଆସନ ଗଂଜାମ ଜିଲ୍ଲାରେ ଆସୁଛି ଓ ମୁଖ୍ୟମନ୍ତ୍ରୀ ସେଠୁ ଲଢୁଛନ୍ତି। ତେଣୁ ସେଇ ଜିଲ୍ଲାରୁ ପ୍ରଥମେ ଦଳୀୟ ନେତା ଓ କର୍ମୀଙ୍କୁ ସରକାର ବଦଳାଇବାର ମନ୍ତ୍ର ଦେଉଛି କି ବିଜେପି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରହ୍ମପୁର ସଭାରେ ବିଜେଡି ସରକାରକୁ ସିଧା ନିଶାନା କରିଥିଲେ। ମୋଦି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି। ଏଠି ମେଡିକାଲରେ ଡାକ୍ତର ନାହାନ୍ତି। ପିଲା ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କି ପିଇବା ପାଣି ନାହିଁ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଶାଣିତ ଭାଷଣ ପରେ ବେଶ ଉତ୍ସାହିତ ହୋଇଛନ୍ତି ଗଂଜାମ ଜିଲ୍ଲା ଭୋଟ ମଇଦାନରେ ଥିବା ବିଜେପିର ଲୋକସଭା ଓ ବିଧାନସଭା ଯୋଦ୍ଧା।

Advertisment

କାହିଁକି ଗଞ୍ଜାମ ଜିଲ୍ଲାକୁ ବିଜେପିର ଏତେ ଫୋକସ୍‌? ପ୍ରଥମତଃ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବିଜେଡି ଗଡ଼କୁ ଧୂଳିସାତ୍ କରାଇବା ଓ ଦ୍ୱିତୀୟରେ ୨୦୧୯ ନିର୍ବାଚନରେ ବଢ଼ିଥିବା ଭୋଟ୍ ପ୍ରତିଶତକୁ ଆହୁରି ବଢ଼ାଇ ବିଜେପିକୁ ବିଜୟ ଟିକା ପିନ୍ଧାଇବା ଭାରତୀୟ ଜନତା ପାର୍ଟିର ବଡ଼ ଟାର୍ଗେଟ୍। ୧୯ ନିର୍ବାଚନ ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିକୁ ଭଲ ଫାଇଟ ଦେଇଥିଲା ବିଜେପି। ଉଭୟ ଦଳ ମଧ୍ୟରେ ଥିଲା ମାତ୍ର ୯ ପ୍ରତିଶତ ଭୋଟ୍ ଅନ୍ତର। ସେହିପରି ଏହି ଲୋକସଭା ଅନ୍ତର୍ଗତ କେବଳ ପାରଳାଖେମୁଣ୍ଡି ଆସନରେ ଯଦିଓ ପଦ୍ମ ଫୁଟିଥିଲା, ତେବେ ଜିଲ୍ଲାର ଗୋପାଳପୁର, ଭଞ୍ଜନଗର, ପୋଲସରା ଓ ସୋରଡ଼ାରେ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏସବୁ ଆସନରେ ବିଜେପି ପ୍ରାର୍ଥୀମାନେ ମାତ୍ର ୨ରୁ ୧୩ ହଜାର ଭୋଟ୍ ବ୍ୟବଧାନରେ ହାରିଥିଲେ। ସାନଖେମୁଣ୍ଡି ଓ ମୋହନା ଆସନ କଂଗ୍ରେସ ପକେଟକୁ ଚାଲି ଯାଇଥିଲା। ହେଲେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। କଳେ ବଳେ କୌଶଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଏଥର ବିଜେପିକୁ ଜିତାଇବାକୁ ବଡ଼ ଯୋଜନା କରିଛି ଦଳ।

Bjp Ganjam Narendra Modi Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe