Advertisment

ଝାରସୁଗୁଡ଼ାରେ କାହିଁକି ହାରିଲା କଂଗ୍ରେସ? ଏମିତି କହିଲେ ଜିଲ୍ଲା ସଭାପତି

‘ଉପ-ନିର୍ବାଚନର ପୂର୍ବରୁ ଅର୍ଥାତ ୭ ତାରିଖରେ ଭୁବନେଶ୍ୱରରେ ଦଳୀୟ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ଯୋଗୁ ଝାରସୁଗୁଡ଼ାରେ ଦଳ ଭୋଟ ହରାଇଥିଲା।’

Congress

Congress

Advertisment

ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ କାହିଁକି ହେଲା? ଦଳ ଏହାର ମାନସ ମଥନ କରୁଥିବା ବେଳେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ରାଜ୍ୟ ସ୍ତରୀୟ କିଛି ନେତାଙ୍କ ଉପରେ ଦୋଷ ଲଦିଛନ୍ତି। ଆଉ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ଚିରଞ୍ଜୀବ ବିଶ୍ୱାଳ ଓ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ଉପ-ନିର୍ବାଚନର ପୂର୍ବରୁ ଅର୍ଥାତ ୭ ତାରିଖରେ ଭୁବନେଶ୍ୱରରେ ଦଳୀୟ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ଯୋଗୁ ଝାରସୁଗୁଡ଼ାରେ ଦଳ ଭୋଟ ହରାଇଥିଲା। ତେଣୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇଙ୍କୁ ଦଳ ସ୍ୱୀକୃତି ଦେଇ ବିଭିନ୍ନ ପଦ ପଦବୀରେ ବସାଇଥିଲା। ତାଙ୍କ ବାପା ନିଜେ କଂଗ୍ରେସ ଶାସନ ସମୟରେ ସୁପର ଚିଫମିନିଷ୍ଟର ଥିଲେ। ସବୁଆଡୁ ବିଫଳ ହେବା ପରେ ଚିରଞ୍ଜୀବ ବାବୁ ଦଳରେ ରହି ଦଳକୁ ଆକ୍ଷେପ କରିବା ନିନ୍ଦନୀୟ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ରl

Jharsugudaଝାରସୁଗୁଡ଼ାରେ ହାରିବାର କାରଣ କରୁଛନ୍ତି କଂଗ୍ରେସ ଜିଲ୍ଲା ସଭାପତି

ସେ କହିଛନ୍ତି, ବିଧାୟକ ମହମ୍ମଦ ମୋକିମ ପିସିସି ସଭାପତି ପଦ ନପାଇବାରୁ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ବିଜେଡି ନେତା ସୌମ୍ୟ ପଟ୍ଟନାୟକ ତାଙ୍କ ବିବୃତିରେ ବସନ୍ତ ବିଶ୍ୱାଳଙ୍କୁ ଯଥେଷ୍ଟ ପ୍ରଶଂସା କରିବା ସହ କଂଗ୍ରେସ ଦଳକୁ ନିନ୍ଦିତ କରିବାକୁ ଚେଷ୍ଟା କରିଛନ୍ତିl କଂଗ୍ରେସରେ ଥିବା ବେଳେ ସୌମ୍ୟ ବାବୁଙ୍କୁ ଦଳ ରାଜନୈତିକ ସ୍ୱୀକୃତି ଦେଇଥିଲା। ଦଳରେ ଥିବା ବେଳେ ଚିଟ୍‌ଫଣ୍ଡ ବିରୋଧରେ ନେତାଙ୍କୁ ସଂଗଠିତ କରୁଥିଲେ। ମାତ୍ର ବିଜେଡି ଯାଇ ସେ ସେହି ପ୍ରସଙ୍ଗ ଭୁଲିଗଲେ। ଯେଉଁ ବସନ୍ତ ବିଶ୍ୱାଳଙ୍କୁ ସେ ପ୍ରଶଂସା କରୁଥିଲେ, ସେ ଦିନେ ପୂର୍ବ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ବସନ୍ତ ବାବୁଙ୍କ ସେ ରୋଗର ଶୁକ୍ରାଣୁ ଆଜିବି ଦଳରେ ରହିଛିl ତେଣୁ କଂଗ୍ରେସର ଏଭଳି ସ୍ଥିତିରେ ଅନ୍ତତଃ ସୌମ୍ୟ ବାବୁ ଏଭଳି ମନ୍ତବ୍ୟ ଦେଇ କଂଗ୍ରେସର ଯୁବନେତାଙ୍କ ମନୋବଳକୁ ଭାଙ୍ଗନ୍ତୁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତିl

Advertisment
Congress Jharsuguda Odisha Congress Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe