Advertisment

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାରୁ ଏବେ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ: ନିର୍ବାଚନୀ ପ୍ରତିଶ୍ରୁତି ସତ୍ତ୍ୱେ କାହିଁକି ବଦଳିଗଲା ବିଜେଡି

ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ‘ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ’ ମାନ୍ୟତା ଦେବା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସେ ଗୃହରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଓଡ଼ିଶା ପ୍ରତିବର୍ଷ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ।

author-image
Ordigital Desk
undefined

BJD

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ହାସଲ ପାଇଁ ବିଜେଡି ଲଢ଼େଇ କରିବ ବୋଲି ୨୦୦୯,୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ନିଜର ଦଳୀୟ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇଛି । ଆଉ ୟା’ ଭିତରେ ନିଜର ସ୍ୱରକୁ ବଦଳାଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନୁହେଁ ବରଂ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଅ ବୋଲି ଦାବି ଦୋହରାଉଛି । ତେବେ ରାଜ୍ୟବାସୀଙ୍କୁ ପ୍ରାୟ ଏକ ଦଶନ୍ଧି ଧରି ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଆସୁଥିବା ବିଜେଡି କାହିଁକି ନିଜର ସ୍ୱରକୁ ବଦଳାଇଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ସବୁ ପ୍ରସଙ୍ଗରେ ଗତ  ୭-୮ ବର୍ଷ ଧରି କେନ୍ଦ୍ରର ଏନଡିଏ ସରକାରକୁ ଅଯାଚିତ ସମର୍ଥନ ଦେଇ ଆସୁଥିବା ବିଜେଡି କାହିଁକି ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ହାସଲ ଦିଗରେ ରାଜନୀତିକ ମୂଲଚାଲ୍ କରିବାରେ ବିଫଳ ହେଲା ତାକୁ ନେଇ ଚର୍ଚ୍ଚା ।

Advertisment

ସୂଚନା ଅନୁସାରେ ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ‘ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ’ ମାନ୍ୟତା ଦେବା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସେ ଗୃହରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଓଡ଼ିଶା ପ୍ରତିବର୍ଷ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ବ୍ୟାପକ ଭିତ୍ତିଭୂମି ନଷ୍ଟ ହେଉଥିବାରୁ ଓଡ଼ିଶାର ମେରୁଦଣ୍ଡ ଦୋହଲି ଯାଉଛି। ତେଣୁ ସ୍ପେଶାଲ ଫୋକସ ଷ୍ଟେଟ୍ ମାନ୍ୟତା ପାଇବାକୁ ଓଡ଼ିଶା ହକଦାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି ଜଣାଇଛନ୍ତି। କେନ୍ଦ୍ର ସରକାର ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ମାନ୍ୟତା ଦେବାକୁ ରାଜି ନାହାନ୍ତି । ମାତ୍ର ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାରେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିବା ସହ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଅବଧି ମାତ୍ର ୩ବର୍ଷ ରହୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ କୌଣସି ଆର୍ଥିକ ଚାପ ବି ସୃଷ୍ଟି ହେଉନି। ତେଣୁ ଏଦିଗରେ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରିବାକୁ ସେ ଦାବି କରିଥିଲେ ।

ତେବେ ବିଗତ ୩ଟି ସାଧାରଣ ନିର୍ବାଚନରେ ନିଜର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ହକ୍ ହାସଲ୍ ପାଇଁ ଲଢ଼େଇ କରିବାକୁ ପ୍ରତିଶ୍ରୁତି ଦେଇଥିବା ବିଜେଡି କାହିଁକି ଏବେ ନିଜର ସ୍ୱରକୁ ବଦଳାଇଛି । ଯଦିଓ କୌଣସି ରାଜ୍ୟକୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ମାନ୍ୟତା ନଦେବା ପାଇଁ ରଘୁରାମ ରାଜନ କମିଟି ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ । ଏହା ଜାଣି ମଧ୍ୟ ବିଜେଡି ୨୦୧୪ ନିର୍ବାଚନୀ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଦୋହରାଇଥିଲା । ଆଉ ନିର୍ବାଚନକୁ ଦୃଷ୍ଟିରେ ରଖି ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିଥିଲା ।

Advertisment

୨୦୧୯ ନିର୍ବାଚନୀ ଇସ୍ତାହାରରେ ବିଜେଡି ମଧ୍ୟ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’କୁ ହାସଲ ପାଇଁ ଲଢ଼େଇ କରିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଦିନ ଗଡ଼ିବା ସହ ବିଜେଡିର ସ୍ୱର ବଦଳିଯାଇଛି । ନବୀନ ପଟ୍ଟନାୟକଙ୍କ ବିଜେଡି ୨୦୨୦ ମସିହା ପରଠୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଛାଡ଼ି ‘ସ୍ୱତନ୍ତ୍ର ଫୋକସ ଷ୍ଟେଟ’ ମାନ୍ୟତା ଦାବି କରି ଆସୁଛି। ଯଦିଓ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରକୁ ବିଗତ ୬-୭ ବର୍ଷ ଧରି ବିଜେଡି ସବୁ ପ୍ରସଙ୍ଗରେ ସମର୍ଥନ କରି ଆସୁଛି । ଏନଡିଏ ସହ ନିଜର ଘନିଷ୍ଠ ସମ୍ପର୍କ ଥିବାର ପ୍ରମାଣ ସବୁସମୟରେ ବିଜେଡି ଦେଇ ଆସୁଥିଲେ ମଧ୍ୟ ଓଡ଼ିଶାର ହକ୍ ପାଇଁ ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ହାସଲ ନିମନ୍ତେ କେନ୍ଦ୍ରର ଏନଡିଏ ସରକାର ସହ କୌଣସି ପ୍ରକାରର ରାଜନୀତିକ ଡିଲ୍ ବା ଚାପ ସୃଷ୍ଟି ନିମନ୍ତେ ବିଜେଡି ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନି ।

BjD Bjd Leader