କାହିଁକି ହଟିଲେ ଚେଲାକୁମାର, ରାହୁଲ ଦେଇଥିଲେ ସଙ୍କେତ

୨୦ ତାରିଖରେ ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ଶ୍ରୀ ଖଡଗେ,ରାହୁଲ ଗାନ୍ଧି ଓ ଭେନୁଗୋପାଳଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Challa Kumar

କଂଗ୍ରେସ ନେତା ଚେଲାକୁମାର(ଫାଇଲ ଫଟୋ)

Ordigital Desk
  • Published: Saturday, 23 December 2023
  • Updated: 23 December 2023, 09:27 PM IST

Sports

Latest News

ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ପଦରୁ ଡଃ ଏ ଚେଲାକୁମାରଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ଡଃ ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି। ତେବେ ରାଜ୍ୟ ବିଜେଡି ପ୍ରତି ନରମ ଆଭିମୁଖ୍ୟ ରହିଥିବା କାରଣରୁ ଚେଲାକୁମାରଙ୍କୁ ଅଚାନକ ଓଡ଼ିଶା ଦାୟିତ୍ୱରୁ ହଟାଇବା ଦିଆଗଲା ବୋଲି ପିସିସି ମହଲରେ ଚର୍ଚ୍ଚା ହେଉଛି । ଗତ ୨୦ତାରିଖରେ ନୂଆଦିଲ୍ଲୀରେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନଙ୍କ ବୈଠକବେଳେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସିଧାସଳଖ ଶାସକ ବିଜେଡି ସହ ସମ୍ପର୍କକୁ ନେଇ ଚେଲାକୁମାରଙ୍କ ସମେତ କିଛି ନେତାଙ୍କୁ ପ୍ରଶ୍ନ କରିଥିଲେ ବୋଲି ରାଜ୍ୟ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି । ଉକ୍ତ ବୈଠକରେ ହିଁ ଚେଲାକୁମାରଙ୍କୁ ଓଡ଼ିଶା ଦାୟିତ୍ୱରୁ ମୁକ୍ତ କରାଯାଇପାରେ ବୋଲି ସଙ୍କେତ ମିଳିଥିବା କୁହାଯାଉଛି।

ସୂଚନା ଅନୁସାରେ, ୨୦ ତାରିଖରେ ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ଶ୍ରୀ ଖଡଗେ,ରାହୁଲ ଗାନ୍ଧି ଓ ଭେନୁଗୋପାଳଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳକୁ ରାଜ୍ୟରେ ସୁଦୃଢ଼ କରିବା ନେଇ ରହିଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନାବେଳେ ଶାସକ ବିଜେଡି ସହ ରହିଥିବା ସମ୍ପର୍କକୁ ନେଇ ଚେଲାକୁମାରଙ୍କ ମଧ୍ୟ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାହୁଲଙ୍କ ଉପସ୍ଥିତିରେ ଶ୍ରୀ ଖଡଗେ କଡ଼ା ଭାଷାରେ ପ୍ରଶ୍ନ କରୁଥିଲେ ମଧ୍ୟ ରାହୁଲ ନିରବ ରହି ଚେଲାକୁମାର ସମେତ ଓଡ଼ିଶା ନେତାମାନଙ୍କ ଆଭିମୁଖ୍ୟକୁ ଅନୁଧ୍ୟାନ କରୁଥିଲେ ବୋଲି ସୂଚନା ମିଳିଛି । ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ପ୍ରଭାରୀ ପଦରୁ ଚେଲାକୁମାରଙ୍କୁ ହଟାଇ ଜଣେ ନୂଆ ତଥା ଅନୁଭବୀ ଚେହେରା ଭାବେ ଡଃ ଅଜୟ କୁମାରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଖଣି ବ୍ୟବସାୟୀଙ୍କ ସହ ଓଡ଼ିଶା କଂଗ୍ରେସର ସମ୍ପର୍କକୁ ନେଇ ମଧ୍ୟ ଶୀର୍ଷ ନେତୃତ୍ୱ ଅସନ୍ତୋଷ ବ୍ୟକ୍ତ କରିଥିବା ବୈଠକରେ ଉପସ୍ଥିତ ଜଣେ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।

Also Read

ଅନ୍ୟପକ୍ଷରେ ୨୦୨୦ ମସିହା ସେପ୍ଟେମ୍ବର ୧୧ତାରିଖରେ ଚେଲାକୁମାର  ରାଜ୍ୟ କଂଗ୍ରେସର ପ୍ରଭାରୀ ଦାୟିତ୍ୱ ନେଇଥିଲେ ମଧ୍ୟ ସଂଗଠନକୁ ସୁଦୃଢ଼ କରିବାରେ ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି। ଏପରିକି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ୨୦୨୨ ମେ’ ୨୩ତାରିଖରେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେବାରେ ଚେଲାକୁମାରଙ୍କ ଭୂମିକା ଥିବା ଚର୍ଚ୍ଚା ହୁଏ । ମାତ୍ର ଦଳକୁ ଯେଭଳି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ତାହା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି। ଏପରିକି ଚେଲାକୁମାର ଓଡ଼ିଶା ଦାୟିତ୍ୱରେ ଥିବା ସମୟରେ ରାଜ୍ୟରେ ତିର୍ତ୍ତୋଲ, ବାଲେଶ୍ୱର, ପିପିଲି, ଝାରସୁଗୁଡ଼ା, ଧାମନଗର, ବ୍ରଜରାଜନଗର ଓ ପଦମପୁର ବିଧାନସଭା ଉପନିର୍ବାଚନ ହୋଇଛି । ଆଉ କଂଗ୍ରେସକୁ ଅନେକ ସ୍ଥାନରେ ନିଜର ଅମାନତ ହରାଇବାକୁ ମଧ୍ୟ ପଡ଼ିଛି।

ନିଜର ୩ବର୍ଷର କାର୍ଯ୍ୟକାଳ ଭିତରେ ଚେଲାକୁମାର କୌଣସି ଗୋଟିଏ ବୃହତ୍ ଜନସଭା କିମ୍ବା ଜନ ଆନ୍ଦୋଳନର ନେତୃତ୍ୱ ନେବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି। ଯଦିଓ ଦାୟିତ୍ୱ ନେବାବେଳେ ରାଜ୍ୟରୁ ବିଜେଡିକୁ ହଟାଇବା ପାଇଁ ବ୍ୟାପକ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚେଲାକୁମାର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story