Advertisment

କାହିଁକି ଟ୍ରମ୍ପଙ୍କ ଆମେରିକା ନିମନ୍ତ୍ରଣକୁ ମନା କରି ଦେଇଥିଲେ ମୋଦି, ଆଜି ଭୁବନେଶ୍ୱରରେ କହିଲେ କାରଣ

ରାଜ୍ୟର ମୋହନ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ, ବର୍ଷକ ଭିତରେ ବେଶ୍‌ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।

PM Narendra Modi and Donald Trump

PM Narendra Modi and Donald Trump

Advertisment

“ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଆମର ଆରାଧ୍ୟ ନୁହଁନ୍ତି, ପ୍ରେରଣା ମଧ୍ୟ । ମହାପ୍ରଭୁଙ୍କ ଭକ୍ତି ଓ ଓଡ଼ିଶାବାସୀଙ୍କ ଭଲପାଇବା ତଥା ମହାପ୍ରଭୁଙ୍କ ପବିତ୍ର ମାଟି(ଓଡ଼ିଶା)କୁ ଆସିବା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲି ।” ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ମୋହନ ମାଝୀଙ୍କ ସରକାରର ପ୍ରଥମ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା କହିଛନ୍ତି । ଯାହା ଏବେ ଦେଶବିଦେଶର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦୁଇଦିନ ପୂର୍ବରୁ କାନାଡ଼ାରେ ଥିଲି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ କରି କହିଲେ କାନାଡ଼ାରେ ତ ଅଛନ୍ତି, ଆମେରିକା ଆସନ୍ତୁ । ଏକାଠି ରାତ୍ରିଭୋଜନ କରିବା । ମାତ୍ର ମୁଁ ତାଙ୍କର ନିମନ୍ତ୍ରଣକୁ ବିନମ୍ରତାର ସହ ପ୍ରତ୍ୟାଖାନ କରିଥିଲି । ମହାପ୍ରଭୁଙ୍କ ମାଟିକୁ ଯିବା ମୋ’ ପାଇଁ ଜରୁରୀ ବୋଲି ତାଙ୍କୁ କହିଥିଲି । ଓଡ଼ିଶାବାସୀଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ପ୍ରତି ଭକ୍ତି ମୋତେ ଏଠାକୁ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏବେ ଇସ୍ରାଏଲ-ଇରାନ ଯୁଦ୍ଧ, ପାକିସ୍ତାନ ସେନାମୁଖ୍ୟଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ଆଦି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ପ୍ରସଙ୍ଗରେ ଆମେରିକାର ପ୍ରମୁଖ ଘଟଣାବଳୀ ଏବେ ବିଶ୍ୱ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ  ସାକ୍ଷାତ ପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ବିଶ୍ୱର ପ୍ରମୁଖ ରାଷ୍ଟ୍ରର ମୁଖ୍ୟମାନେ ବେଶ୍ ଅପେକ୍ଷା କରୁଥିବାବେଳେ ମୋଦିଙ୍କ ତାଙ୍କର ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିବା ତା’ପୁଣି ଓଡ଼ିଶାକୁ ଆସିବା ପାଇଁ ବୋଲି କହିବା ବାସ୍ତବରେ ମୋଦିଙ୍କର ଓଡ଼ିଶା ପ୍ରତି ଦୁର୍ବଳତାକୁ ପ୍ରମାଣିତ କରିଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରସଙ୍ଗ ସହ ଜଡ଼ିତ ସମସ୍ତ ପ୍ରସଙ୍ଗର ସମାଧାନ ଏହି ବର୍ଷକ ମଧ୍ୟରେ ରାଜ୍ୟ ସରକାର କରିଛନ୍ତି । ଭକ୍ତର ନିବେଦନର ମାନ ରଖିଛନ୍ତି ମୋହନ ସରକାର । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି, ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜର ଭାଷଣର ଆରମ୍ଭ ଓଡ଼ିଆ ଭାଷାରେ କରିଥିଲେ ତଥା ଜୟ ଜଗନ୍ନାଥ ଓ ଜୟ ଲିଙ୍ଗରାଜ କହି ଆରମ୍ଭ କରିଥିଲେ । 

Advertisment

ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଷଷ୍ଠ ଓଡ଼ିଶା ଗସ୍ତ । ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବା ପରେ ସେଠାରୁ ତ୍ରିରଙ୍ଗା ଯାତ୍ରା ଓ ପରେ ଏକ ରୋଡ୍ ଶୋ’ରେ ଉତ୍ସବ ସ୍ଥଳରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏକ ଖୋଲା ଜିପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ରୋଡ୍ େ।।’ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟପାଶ୍ୱର୍ରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଜନତା ମଇଦାନରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ୧୮୬୫୩କୋଟି ଟଙ୍କାର ମୋଟ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ, ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ ସହ ବୌଦ୍ଧ ଜିଲ୍ଲାକୁ ରେଳମାର୍ଗ ସଂଯୋଗର ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପ୍ରାୟ ୩ଘଣ୍ଟା ରହି ଆନ୍ଧ୍ରପ୍ରଦେଶ ଅଭିମୁଖେ ଗସ୍ତ କରିଥିବା ଜଣାପଡ଼ିଛି ।

Donald Trump PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe