Advertisment

କାହିଁକି ବିଜେପି ଛାଡ଼ିଲେ ପ୍ରକାଶ ବେହେରା? ପଢ଼ନ୍ତୁ କ’ଣ କହିଲେ

୨୦୧୪ରେ ପ୍ରକାଶ ବେହେରା କଂଗ୍ରେସ ଟିକେଟରେ ସାଲେପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ ଓ ସାଲେପୁରରୁ ଲଢ଼ିଥିଲେ।

ଅଦ୍ୟତନ ହୋଇଛି
Prakash Behera

Prakash Behera

Advertisment

ବିଜେପିରୁ ଆଜି ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଦଳର କଟକ ଜିଲ୍ଲା ସଭାପତି ଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ କାହିଁକି ଦଳ ଛାଡ଼ିଲେ? ଏନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରକାଶ ବେହେରା।

Advertisment

ସେ କହିଛନ୍ତି, ଦଳରେ ମିଶିବା ପରେ ଓ କଟକ ଜିଲ୍ଲା ସଭାପତି ହେବା ପରେ ସଂଗଠନକୁ ମଜବୁତ କରିବା ପାଇଁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି। ଦଳକୁ ଆଗକୁ ନେବା ସହିତ ବିଶ୍ୱସ୍ତ ହୋଇ ରହିବା ପାଇଁ ଚେଷ୍ଟା କରିଛି। କିନ୍ତୁ ମୁଁ ଦଳ ସହ ଆଡଜଷ୍ଟ୍ କରି ପାରିଲିନି। ଏଥିପାଇଁ ମୁଁ ଅସନ୍ତୁଷ୍ଟ ଥିଲି। ଏ ନେଇ ମୁଁ ଦଳରେ ଦାୟିତ୍ୱରେ ଥିବା ନେତାମାନଙ୍କ ସହିତ ଆଲୋଚନା କରିଥିଲି। ମୁଁ ଚାହୁଁଥିଲି ଯେଉଁମାନେ ସଂଗଠନ ଦାୟିତ୍ୱରେ ଅଛନ୍ତି, ସେମାନଙ୍କୁ ଉପଯୁକ୍ତ ପ୍ରାଧାନ୍ୟ ଦିଆଯିବା ଦରକାର। ଯେଉଁଭଳି ଢଙ୍ଗରେ ମୁଁ ସଂଗଠନକୁ ଆଗକୁ ନେବାକୁ ଚାହୁଁଥିଲି, ତାହା ହୋଇପାରିଲା ନାହିଁ। ଯେଉଁ ସ୍ତରକୁ ମୁଁ ସଂଗଠନକୁ ନେବାକୁ ଚାହୁଁଥିଲି, ତାହା କରିପାରିଲି ନାହିଁ। ସେଥିପାଇଁ ମୁଁ ନିଜକୁ ଦାୟୀ କରିଥିଲି। ତେଣୁ ବହୁ ଚିନ୍ତା କରିବା ପରେ ଆଜି ମୁଁ ଦଳ ଛାଡ଼ିବା ପାଇଁ ବାଧ୍ୟ ହୋଇଛି।

ପ୍ରକାଶ କହିଛନ୍ତି, ମୁଁ ଦଳୀୟ ନେତୃତ୍ୱ ବିରୋଧରେ କହିବି ନାହିଁ। ଟିକେଟ୍ ପାଇବା ନେଇ କୌଣସି ସମସ୍ୟା ନଥିଲା। ମୋତେ ଏଥର ଦଳ ତରଫରୁ ଟିକେଟ ମିଳି ନଥା’ନ୍ତା ବୋଲି ଯେଉଁ ଆଲୋଚନା ହେଉଛି, ସେଥିରେ ସତ୍ୟତା ନାହିଁ। ଦଳ ସହିତ ମୋର ବିଚାରଗତ ସମସ୍ୟା ରହିଲା। ମୁଁ ଦଳରେ ନିଜକୁ ଆଡଜଷ୍ଟ କରିପାରିଲି ନାହିଁ। ଦଳ ଭିତରେ କେତେ ଜଣଙ୍କ ସହିତ ମୋର ବୁଝାମଣା ଠିକ୍ ରହିଲା ନାହିଁ।

Advertisment

ପ୍ରକାଶ ବେହେରା ବିଜେଡିରେ ମିଶିବେ ବୋଲି ଆଲୋଚନା ହେଉଛି। ଏନେଇ ସେ କହିଛନ୍ତି, ମୁଁ ମୋର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ବନ୍ଧୁ, ଶୁଭେଚ୍ଛୁମାନଙ୍କ ସହିତ ଆଲୋଚନା କଲା ପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବି। ସେମାନଙ୍କୁ ନପଚାରି ମୁଁ କୌଣସି ନିଷ୍ପତ୍ତି ନେଇ ପାରିବି ନାହିଁ।

ପ୍ରକାଶ ଚନ୍ଦ୍ର ବେହେରା ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ- ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି। ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି। କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରି ନାହିଁ। 

୨୦୧୪ରେ ପ୍ରକାଶ ବେହେରା କଂଗ୍ରେସ ଟିକେଟରେ ସାଲେପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ ଓ ସାଲେପୁରରୁ ଲଢ଼ିଥିଲେ। ତେବେ ସେ ପରାସ୍ତ ହୋଇଥିଲେ।

Bjp Congress BjD Prakash Behera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe