ଓଡ଼ିଶାକୁ କାହିଁକି ଆସୁନି ସିବିଆଇ ଓ ଇଡି: ଫେରାଦ ହେବେ ୨୨ ବିଜେପି ବିଧାୟକ

ବିଜେଡି ଶିବିରରେ ଛନକା ପଶିଛି । ସିବିଆଇ ଓ ଇଡି ସକ୍ରିୟ ହେଲେ ଆଗାମୀ ନିର୍ବାଚନରେ ପରିଚାଳନାଗତ ସଙ୍କଟ ଦେଇ ବିଜେଡିକୁ ଯିବାକୁ ପଡ଼ିପାରେ ।

Jayanarayan Mishra PhotoOR

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

Ordigital Desk
  • Published: Thursday, 12 October 2023
  • Updated: 12 October 2023, 06:04 PM IST

Sports

Latest News

ଅନ୍ୟ ରାଜ୍ୟରେ ଦୁର୍ନୀତି ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଉଛି । କିନ୍ତୁ ଓଡ଼ିଶାକୁ କାହିଁକି ଆସୁନି ବୋଲି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି । ଆଉ ଓଡ଼ିଶାରେ ହେଉଥିବା ଦୁର୍ନୀତି ବାବଦରେ ବିଜେପିର ୨୨ଜଣିଆ ବିଧାୟକ ଦଳ ଖୁବଶୀଘ୍ର ଦିଲ୍ଲୀ ଯିବ ବୋଲି କହିଛନ୍ତି ।

ବିଧାୟକମାନଙ୍କ ଗସ୍ତର ତାରିଖ ଚୂଡ଼ାନ୍ତ ହୋଇନି । କିନ୍ତୁ ବିଜେପି ବିଧାୟକମାନେ ଦିଲ୍ଲୀ ଯାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ନିର୍ବାଚନ କମିଶନ ଓ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟି ଓଡ଼ିଶାରେ ସାମ୍ବିଧାନିକ ସରକାର ଚାଲିନି ଓ ଦୁର୍ନୀତି ସବୁ ସୀମା ଟପିଥିବା ନେଇ ଅଭିଯୋଗ କରାଯିବ । ସାଧାରଣ ନିର୍ବାଚନ ପୂର୍ବରୁ ଇଡି ଓ ସିବିଆଇ ମାଧ୍ୟମରେ ଚାପ ପକାଇବାକୁ ବିଜେପି ବିଧାୟକ ଦଳ ପକ୍ଷରୁ ହେଉଥିବା ପ୍ରୟାସକୁ ନେଇ ବିଜେଡି ମହଲରେ ଛନକା ପଶିଛି । ଦିଲ୍ଲୀ ଗସ୍ତରୁ ଫେରିବା ପରେ ଓଡ଼ିଶାରେ ଇଡି ଓ ସିବିଆଇ ଅଧିକ ସକ୍ରିୟ ହେବ ବୋଲି ବିଜେପି ବିଧାୟକମାନେ ଆଶାବାଦୀ ଅଛନ୍ତି । ଆଉ ଏପଟେ କଂଗ୍ରେସ ଏହା କେବଳ ଧର୍ମକୁ ଆଖିଠାର ବୋଲି କହିବା ସହ ବିଜେଡି-ବିଜେପି ଭାଇଭାଇ ଅଛନ୍ତି ଓ ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେବନି ବୋଲି କହିଛି ।

ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ସରକାରକୁ ବିଜେଡି ଅଯାଚିତ ସମର୍ଥନ ଦେଇ ଆସୁଛି । ଆଉ ଏହାକୁ ନେଇ ବିଜେଡି ଓ ବିଜେପି ଏକ ବୋଲି କଂଗ୍ରେସ କରୁଥିବା ଅଭିଯୋଗ ଏବଂ ସାଧାରଣ ଲୋକଙ୍କ ମନରୁ  ଦ୍ୱନ୍ଦ୍ୱ(ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ) ଦୂର କରିବା ଉଦ୍ଦେଶ୍ୟରେ ବିଜେପି ଏବେ ଦିଲ୍ଲୀ ଗସ୍ତରେ ଯିବାକୁ ନିଷ୍ପତ୍ତି ନେଇଛି । ଜାତୀୟ ନେତୃତ୍ୱଙ୍କ ବିନା ସମ୍ମତିରେ ବିଜେପି ବିଧାୟକ ଦଳ ଦିଲ୍ଲୀ ଯିବାର ସମ୍ଭାବନା କ୍ଷୀଣ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଦଳର କର୍ମୀମାନଙ୍କୁ ଉତ୍ସାହିତ କରିବା ଓ ସାଧାରଣ ଭୋଟରଙ୍କ ମଧ୍ୟରେ ବିଜେଡି ସରକାର ପ୍ରତି ରହିଥିବା ଆକ୍ରୋଶକୁ ନିଜ ସପକ୍ଷରେ ନେବା ପାଇଁ ବିଜେପି ଏଭଳି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ବିଜେପି ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଏହି ସୂଚନା ଦେବା ପରେ ବିଜେଡିରେ ଛନକା ପଶିଛି । ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ବ୍ଲାକରୋଜ୍ ବୁଡ଼ି ଆଦି ଘଟଣାରେ ବିଜେଡି ବ୍ୟାକଫୁଟରେ ଅଛି । ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ଭଳି ଏଜେନ୍ସୀକୁ ସକ୍ରିୟ କରାଇବାକୁ ରାଜ୍ୟ ବିଜେପି ଚାହୁଁଛି । ଯାହାର ଆଭାସ ଆଜି ଜୟନାରାୟଣ ମିଶ୍ର ଦେଇ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାରେ ଦଳୀୟ ହିସାବରେ ସରକାର କାମ କରୁଛି । ଦଳ ଓ ସରକାର ଗୋଟିଏ ହୋଇଯାଇଛି । ଆଗରୁ ଏହା ଜଣାପଡ଼ୁନଥିଲା, ଏବେ ତାହା ଖୋଲାଖୋଲି ହେଉଛି ।

Also Read

ଓଡ଼ିଶାରେ ସମ୍ବିଧାନିକ ହିସାବରେ ସରକାର ଚାଲିନାହିଁ । ପିଅନଠୁ ଆରମ୍ଭ କରି ଆଇଏଏସ୍ ପର୍ଯ୍ୟନ୍ତ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଏନେଇ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବୁ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ସାମ୍ବିଧାନିକ ସରକାର ଚାଲୁନି ଏବଂ ଦୁର୍ନୀତି ଚରମସୀମାରେ ପହଂଚିଲାଣି ବୋଲି ଲିଖିତ ସ୍ମାରକପତ୍ର ଦେଇ ଜଣାଇବୁ । କାର୍ଯ୍ୟାନୁଷ୍ଠାନ ଦାବି କରିବୁ । ଯଦି ଅନ୍ୟ ରାଜ୍ୟକୁ ଇଡି ଓ ସିବିଆଇ ଯାଉଛି, ତା’ହେଲେ ଓଡ଼ିଶାକୁ କାହିଁକି ଆସୁନି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ବିଜେପିର ୨୨ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯିବେ । ଦିଲ୍ଲୀରେ ଯଦି ଓଡ଼ିଶାର ଦଳୀୟ ସାଂସଦମାନେ ଥିବେ,ସେମାନେ ଏହି ଟିମରେ ସାମିଲ ହେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ମଧ୍ୟ ସାକ୍ଷାତ କରି ଏସବୁ ବିଷୟ ଅବଗତ କରାଯିବ । ବିକାଶ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟି ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ବିଜେପି ବିଧାୟକମାନେ କେବେ ଦିଲ୍ଲୀ ଯିବେ ତା’ର ତାରିଖ ସ୍ଥିର ହୋଇନି । ଏବେ ସ୍ମାରକପତ୍ର ପ୍ରସ୍ତୁତ ଚାଲିଛି।

ଶ୍ରୀ ମିଶ୍ର ଏହି ସୂଚନା ଦେବାପରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ଓ ବିଜେପି ଭାଇଭାଇ ବୋଲି ସମସ୍ତେ ଜାଣନ୍ତି । ଏମାନେ ଅଭିଯୋଗ କଲେ ମଧ୍ୟ ସିବିଆଇ କି ଇଡି ଓଡ଼ିଶା ଆସିବେ ନାହିଁ । ଓଡ଼ିଶାରେ ଲକ୍ଷଲକ୍ଷ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ଓ ଖଣି ଦୁର୍ନୀତି ହୋଇଛି । ସିବିଆଇ ତଦନ୍ତ ଗଲା କୁଆଡ଼େ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଏଭଳି ସୂଚନା ପରେ ବିଜେଡି ଶିବିରରେ ଛନକା ପଶିଛି । ସିବିଆଇ ଓ ଇଡି ସକ୍ରିୟ ହେଲେ ଆଗାମୀ ନିର୍ବାଚନରେ ପରିଚାଳନାଗତ ସଙ୍କଟ ଦେଇ ବିଜେଡିକୁ ଯିବାକୁ ପଡ଼ିପାରେ । ତେଣୁ ବିଜେଡି ଏବେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନି । ଏପରିକି ଶ୍ରୀ ମିଶ୍ର ଗତ ଦୁଇଦିନ ତଳେ ଏକ ବିସ୍ଫୋରକ ତଥ୍ୟ ଗଣମାଧ୍ୟମରେ ରଖିଥିଲେ,ଯାହାକୁ ନେଇ ବି ବିଜେଡି ନିରବ ରହିଛି । ଆଗୁଆ ନିର୍ବାଚନ କରିବା ପାଇଁ ଓଡ଼ିଶା ସରକାର ଚାହୁଁଥିବାରୁ ଅମିତ୍ ଶାହ ଭୁବନେଶ୍ୱରରେ ହୋଟେଲକୁ ଡାକି ଭିକେ ପାଣ୍ଡିଆନଙ୍କୁ ଧମକାଇଥିଲେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏବେ ଓଡ଼ିଶାରେ ସିବିଆଇ ଓ ଇଡିକୁ ସକ୍ରିୟ କରିବା ନିମନ୍ତେ ନିଜ ଦଳର ନେତୃତ୍ୱଙ୍କୁ ଭେଟିବାକୁ ବିଜେପି ବିଧାୟକମାନେ ଯେଉଁ ଯୋଜନା କରିଛନ୍ତି ତାହା ନିଶ୍ଚିତ ଭାବେ ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି କରିବ । ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତରେ ଯିବା ପରେ ବି ଯଦି ଓଡ଼ିଶାରେ ଇଡି ଓ ସିବିଆଇ ସକ୍ରିୟ ନହେବେ, ତା’ହେଲେ ସାଧାରଣ ଭୋଟରଙ୍କ ମଧ୍ୟରେ ବିଜେପି ପ୍ରତି ରହିଥିବା ବିଶ୍ୱାସ ବୃଦ୍ଧି ହେବା ପରିବର୍ତ୍ତେ ଆଖିଦୃଶିଆ ହ୍ରାସ ପାଇବ । ଆଉ ବିଜେପି ନେତୃତ୍ୱ ରାଜ୍ୟରେ ନିଜ ଗୋଡ଼ରେ କୁରାଢ଼ୀ ମାରିବାକୁ କଦାପି ଚାହିଁବେ ନାହିଁ । ତେଣୁ ଆଗାମୀ କିଛିମାସରେ ବିଜେଡି ଉପରେ ସିବିଆଇ ଓ ଇଡି ଚାପ ଯେ ନିଶ୍ଚିତ ବଢ଼ିବ ଏବେଠୁ ଜଳଜଳ ହୋଇ ଦିଶିଲାଣି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story