Advertisment

ସଂଯୁକ୍ତାଙ୍କ ସହ ତାରକା ହୋଟେଲରେ ଶ୍ରୀକାନ୍ତଙ୍କ ସକ୍ସେସ ପାର୍ଟି ମନାଇଥିବା ବିଜେଡି ନେତ୍ରୀମାନେ ନିରବ କାହିଁକି

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଜି ତୃତୀୟ ଥର ପାଇଁ ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି ।

ଅଦ୍ୟତନ ହୋଇଛି
BJD Leaders

BJD Leaders

Advertisment

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଜି ତୃତୀୟ ଥର ପାଇଁ ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପତ୍ନୀ ବୋଲି ନିଜକୁ ଦାବି କରି ଗତ ପ୍ରାୟ ୫ମାସ ଧରି ନ୍ୟାୟ ପାଇଁ ଥାନାରେ ଅଭିଯୋଗ ସହ ଗଣମାଧ୍ୟମ ଆଗରେ ଗୁହାରି କରୁଥିବା ଦଳର ନେତ୍ରୀ ସଂଯୁକ୍ତାଙ୍କ ପ୍ରତି ବିଜେଡି ନେତୃତ୍ୱ ସମ୍ପୂର୍ଣ୍ଣ ଆଖିବୁଜି ଦେବା ଓ ସମ୍ବେଦନହୀନ ରହି ମାମଲାକୁ ଚପାଇ ଦେବାକୁ ପ୍ରୟାସ ଜାରି ରଖିଥିବାରୁ ବିଜେଡିର ମହିଳାଙ୍କ ସମ୍ମାନ କେବଳ ଗୋଟିଏ ସ୍ଲୋଗାନ ହୋଇ ରହିଯାଇଛି । ଏପରିକି ଶ୍ରୀକାନ୍ତ ମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ୨ମାସ ପରେ ଗୋପାଳପୁରସ୍ଥିତ ଏକ ପ୍ରତିଷ୍ଠିତ ତାରକା ହୋଟେଲ ଆୟୋଜିତ ସକ୍ସେସ ପାର୍ଟିରେ ଭୁବନେଶ୍ୱରରୁ ସଂଯୁକ୍ତାଙ୍କ ସହ ଯାଇଥିବା ଦଳର ଆଗଧାଡ଼ିର ନେତ୍ରୀମାନେ ଉଭୟଙ୍କ ସମ୍ପର୍କ ଜାଣି ମଧ୍ୟ ଏବେ ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Advertisment

ସୂଚନା ଅନୁସାରେ, ଶ୍ରୀକାନ୍ତଙ୍କ ସହ ସଂଯୁକ୍ତାଙ୍କ ନିବିଡ଼ ସମ୍ପର୍କ ବିଷୟରେ ବିଜେଡି ମହଲରେ ସମସ୍ତେ ଅବଗତ ଥିଲେ । ଶ୍ରୀକାନ୍ତଙ୍କୁ ୨୦୨୨ ଜୁନ୍ ମାସରେ ମନ୍ତ୍ରୀ ପଦ ମିଳିବାର ଖୁସିରେ ଗୋପାଳପୁରର ଏକ ତାରକା ହୋଟେଲରେ ସକ୍ସେସ ପାର୍ଟିର ଆୟୋଜନ ହୋଇଥିଲା । ଯେଉଁଥିରେ ସଂଯୁକ୍ତା ନିଜର ବାନ୍ଧବୀମାନଙ୍କ ସହ ସାମିଲ ହୋଇଥିଲେ । ସଂଯୁକ୍ତା ଉକ୍ତ ସକ୍ସେସ ପାର୍ଟିର ମୁଖ୍ୟ ଆୟୋଜକ ଭାବେ ନିଜ ଦଳର ଆଗଧାଡ଼ିର ନେତ୍ରୀମାନଙ୍କୁ ସାଙ୍ଗରେ ଗୋପାଳପୁର ନେଇକରି ଯାଇଥିଲେ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଯୁବବିଜେଡି ମହାସଚିବ ଏଲିନା ଦାସ ପ୍ରମୁଖ ଏହି ସକ୍ସେସ ପାର୍ଟିରେ ଯୋଗ ଦେଇଥିଲେ । ଏପରିକି ସେମାନଙ୍କର ରହିବା ଓ ବୁଲିବା ପାଇଁ ମଧ୍ୟ ସେଠାରେ ସମସ୍ତ ପ୍ରକାରର ବନ୍ଦୋବସ୍ତ ସଂଯୁକ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା । ଏହି ସକ୍ସେସ ପାର୍ଟିରେ ସାମିଲ ହୋଇଥିବା ମହିଳା ନେତ୍ରୀମାନଙ୍କ ଫଟୋଚିତ୍ର ସୋସିଆଲ ମିଡିଆରେ ରହିଛି ।

BJD Women Leaderଗୋପାଳପୁରରେ ସଂଯୁକ୍ତା ମହଲା ଓ ଅନ୍ୟ ବିଜେଡି ନେତ୍ରୀ

ତେବେ ପ୍ରଶ୍ନ ଉଠୁଛି, ମହିଳାଙ୍କୁ ସମ୍ମାନ ଓ ଅଧିକାରର କଥା କହୁଥିବା ଦଳ ବିଜେଡିର ଏହି ଆଗାଧାଡ଼ିର ନେତ୍ରୀମାନେ ସବୁକିଛି ଜାଣି ମଧ୍ୟ ପ୍ରତାରଣା ଶୀକାର ହୋଇଥିବା ନିଜର ଜଣେ ସହଯୋଗୀ ଅବା ବାନ୍ଧବୀଙ୍କୁ ନ୍ୟାୟ ଦେବା ଦିଗରେ ପଦକ୍ଷେପ ନନେବା, ମୁହଁ ନଖୋଲିବା ହିଁ ସେମାନଙ୍କର ପ୍ରକୃତ ସ୍ୱରୂପକୁ ପଦାରେ ପକାଇଛି । ଯଦିଓ ଶ୍ରୀକାନ୍ତଙ୍କ ବିରୁଦ୍ଧରେ ଗତ ଫେବୃୟାରୀ ମାସରୁ ସଂଯୁକ୍ତା ଅଭିଯୋଗ ଆଣୁଛନ୍ତି । ଶାସକ ବିଜେଡିର ଏହି ଆଗଧାଡ଼ିର ନେତ୍ରୀମାନେ ଚାହିଁଥିଲେ ନିଜର ଜଣେ ବାନ୍ଧବୀଙ୍କୁ ସହାୟତାର ହାତ ବଢ଼ାଇ ପାରିଥାନ୍ତେ ଅବା ପୁଣି ଶ୍ରୀକାନ୍ତଙ୍କ ଉପରେ ଚାପ ପକାଇ ପାରିଥାନ୍ତେ । କିନ୍ତୁ ସେଭଳି କିଛି ହୋଇନି । ଓଲଟା ଏବେ ସମସ୍ତେ ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି । ଦଳର ଜଣେ ଆଗଧାଡ଼ିର ନେତ୍ରୀ ନ୍ୟାୟ ପାଇବାକୁ ୫ମାସ ଧରି ଅପେକ୍ଷା କରି ରହିଥିବାବେଳେ ତାଙ୍କ ସହଯୋଗୀ ଅନ୍ୟ ନେତ୍ରୀମାନେ ସେସବୁ ଜାଣି ଚୁପ୍ ରହିବା ‘ନାରୀଙ୍କୁ ସମ୍ମାନ ଓ ଅଧିକାର’ ଯେ କେବଳ ବିଜେଡି ପାଇଁ ଫମ୍ପା ସ୍ଲୋଗାନ ତାହା ପରୋକ୍ଷରେ ପ୍ରମାଣିତ ହୋଇଛି ।

Advertisment

ଏ ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ସଂଯୁକ୍ତା କହିଛନ୍ତି ଯେ, “ପୂର୍ବରୁ ଦଳ ଏସବୁ ଘଟଣାରେ ସମ୍ପୃକ୍ତ ଥିଲେ ମଧ୍ୟ କିଛି ସଫଳତା ମିଳିଲାନି । ଏପରିକି ଗୋପାଳପୁରରେ ଶ୍ରୀକାନ୍ତଙ୍କ ସକ୍ସେସ ପାର୍ଟି ପାଳିଥିବା କୌଣସି ବାନ୍ଧବୀମାନେ ଏହି ଘଟଣାକୁ ନେଇ କିଛି ସହଯୋଗ କରୁନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଏବେ ତାଙ୍କ ସହ କେହି ସମ୍ପର୍କରେ ନାହାନ୍ତି । ସମସ୍ତେ ତାଙ୍କଠୁ ଦୂରେଇ ଯାଇଛନ୍ତି ।  ଯାହା ଫଟୋରେ ଅଛି, ସେହି ନେତ୍ରୀମାନେ ଗୋପାଳପୁର ଯାଇଥିଲେ । ଆଉ ସେମାନଙ୍କ ସମ୍ପର୍କରେ ଅଧିକ କିଛି କହିବା ଠିକ୍ ହେବନି ବୋଲି ସଂଯୁକ୍ତା କହିଛନ୍ତି ।”

BJD Leadersଗୋପାଳପୁରରେ ସଂଯୁକ୍ତା ସାହୁ ଓ ଅନ୍ୟ ବିଜେଡି ନେତ୍ରୀମାନେ

ସୂଚନାଯୋଗ୍ୟ, ବିଜେଡି ନେତ୍ରୀ ସଂଯୁକ୍ତା ଆଜି ତୃତୀୟ ଥର ମହିଳା ଥାନାକୁ ଯାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ପୂର୍ବରୁ ୨୦୨୩ ଏପ୍ରିଲ ୧୩ତାରିଖ ଓ ଫେବୃୟାରୀ ୨୭ତାରିଖରେ ସମାନ ଅଭିଯୋଗ ନେଇ ମହିଳା ଥାନାରେ ସଂଯୁକ୍ତା ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗ ଉପରେ ସେତେବେଳେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଶାସକ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ହସ୍ତକ୍ଷେପ ଯୋଗୁ ମାମଲାକୁ ରଫାଦଫା ଓ ଚପାଇ ଦେବାକୁ ପ୍ରୟାସ ହୋଇଥିଲା । ଫେବୃୟାରୀ ୨୭ତାରିଖରେ ମହିଳା ଥାନାରେ ସଂଯୁକ୍ତା ଅଭିଯୋଗ କରିବା ପରେ ବିଜେଡି ମହଲରେ ହଇଚଇ ସୃଷ୍ଟି ହୋଇଥିଲା । ସେତେବେଳେ ବିଧାନସଭାର ବଜେଟ୍ ଅଧିବେଶନ ଚାଲୁଥିବାରୁ ଦଳର କିଛି ବରିଷ୍ଠ ନେତାଙ୍କ ନିର୍ଦ୍ଦେଶରେ ତାଙ୍କର ଦୁଇଜଣ ବାନ୍ଧବୀ(ବିଜେଡି ନେତ୍ରୀ) ଥାନାରେ ଉପସ୍ଥିତ ରହି ତାଙ୍କୁ ବୁଝାସୁଝା କରିଥିଲେ । ଏପରିକି ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜେ ଓ ତାଙ୍କର ଜଣେ ବନ୍ଧୁଙ୍କ ବୁଝାସୁଝା ପରେ ସେ ଅଭିଯୋଗକୁ ଫେରସ୍ତ ଆଣିଥିଲେ । ତେବେ ପରିସ୍ଥିତିରେ ସୁଧାର ନଆସିବାରୁ ପୁଣିଥରେ ଏପ୍ରିଲ ୧୩ତାରିଖରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଉକ୍ତଥର ତାଙ୍କ ଏଫଆଇଆର ରୁଜୁ ପାଇଁ ଜିଦ୍ ଧରିବା ପରେ ଗଣମାଧ୍ୟମର ଚାପରେ ପୁଲିସ୍ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା ଓ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରିଥିଲା । କିନ୍ତୁ ପରେ ଦଳର କିଛି ପ୍ରଭାବଶାଳୀ ନେତାମାନଙ୍କ ହସ୍ତକ୍ଷେପ ଓ ପ୍ରତିଶ୍ରୁତି ଦେବାରୁ ସଂଯୁକ୍ତା ନିଜର ଏଫଆଇଆରକୁ ପ୍ରତ୍ୟାହାର କରିନେଇଥିଲେ ଓ ଶ୍ରୀକାନ୍ତଙ୍କ ସହ ତାଙ୍କର ମନୋମାଳିନ୍ୟ ଯୋଗୁ ସେ ରାଗରେ ଏଭଳି ଅଭିଯୋଗ କରିଥିଲେ ବୋଲି ଥାନାକୁ ଅବଗତ କରି ନିଜର ଅଭିଯୋଗକୁ ଫେରସ୍ତ କରିଥିଲେ । ଏହାପରେ ଶ୍ରୀକାନ୍ତଙ୍କ ମନ୍ତ୍ରୀ ପଦ ଯିବା ଓ ତାଙ୍କ ସହ କୌଣସି ସମ୍ପର୍କ ନରଖିବା ଏବଂ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନହେବାରୁ

ସଂଯୁକ୍ତା ପୁଣିଥରେ ଆଜି ମହିଳା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଦୀର୍ଘ ୯ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରତାରଣା କରୁଛନ୍ତି । ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଶ୍ରୀକାନ୍ତ ତାଙ୍କୁ ଦେଇଛନ୍ତି । ସେ ପତ୍ନୀ ଭାବେ ତାଙ୍କ ଅଧିକାର ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି ସଂଯୁକ୍ତା କହିଛନ୍ତି ।

BjD Srikanta Sahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe