Advertisment

ବିଜେପି ନେତାଙ୍କ ପ୍ରଶ୍ନବାଣରେ ଘାଇଲା ନବୀନ! ଦେଉନାହନ୍ତି ଉତ୍ତର

ଓଡ଼ିଶାବାସୀଙ୍କ ଉପରେ ନବୀନ କାହିଁକି ତାମିଲ ବାବୁଙ୍କ ଶାସନ ଥୋପି ପକେଇବାକୁ ଚେଷ୍ଟା କରୁଛନ୍ତି?

author-image
Biswajit Samal
undefined

Naveen Patnaik

ଖାଲି ମୋଦି ଓ ଶାହ ନୁହଁନ୍ତି, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯିଏ ବି ଆସୁଛନ୍ତି ସମସ୍ତଙ୍କ ପାଖରେ ପ୍ରସଙ୍ଗ ସମାନ। ଆଉ ନବୀନ ସରକାରଙ୍କୁ ସମାଲୋଚନାର ସ୍ୱର ବି ସମାନ। କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି ? କାହିଁକି ଚାପିଛନ୍ତି ତଦନ୍ତ କମିଶନ୍ ରିପୋର୍ଟ ? ଭକ୍ତଙ୍କ ପାଇଁ କାହିଁକି ଖୋଲାଯାଉନି ଶ୍ରୀମନ୍ଦିର ଚାରି ଦ୍ୱାର? ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା କୁଆଡ଼େ ଗଲା ? ଖଣି ଦୁର୍ନୀତି ଅଭିଯୁକ୍ତ ଉପରେ କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ ? ଜିଲ୍ଲା ଖଣିଜ ପାଣ୍ଠି- DMFରେ କିଏ କରୁଛି ଘୋଟାଲା? ଓଡ଼ିଶାବାସୀଙ୍କ ଉପରେ ନବୀନ କାହିଁକି ତାମିଲ ବାବୁଙ୍କ ଶାସନ ଥୋପି ପକେଇବାକୁ ଚେଷ୍ଟା କରୁଛନ୍ତି? ହେଲେ ଏସବୁ ତମାମ ପ୍ରଶ୍ନକୁ ନେଇ ନିରବ ନବୀନ।

Advertisment

ପ୍ରଶ୍ନ ଉଠୁଛି କାହିଁକି ବିଜେପି ହେଭିୱେଟଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ। ନା ନିର୍ବାଚନୀ ମଞ୍ଚରେ କିଛି କହୁଛନ୍ତି, ନା ସର୍ଟ ଭିଡିଓକି ରିଲ୍ସରେ ବି ଉତ୍ତର ରଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କଣ ଏସବୁ ପ୍ରଶ୍ନର ଉତ୍ତର ନାହିଁ ? ନା ଏସବୁ ପ୍ରସଙ୍ଗରେ ବ୍ୟାକ୍ ଫୁଟରେ ଅଛି ବିଜେଡି ସରକାର?

ଅନ୍ୟପଟେ ବିଜେପି ସରକାରକୁ ଆସିଲେ ଓଡ଼ିଶାକୁ ୧ ନମ୍ବର କରିବାକୁ ମୋଦି ଦେଇଛନ୍ତି ଗ୍ୟାରେଣ୍ଟି। ଖାଲି ସେତିକି ନୁହେଁ, ସବୁ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଦେଉଛନ୍ତି ଟାଇମ ଲାଇନ୍। ବିଜେପି ସରକାରକୁ ଆସିବାର ୬ ଘଣ୍ଟାରେ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ୱାର। ଦେଢ ମାସରେ ରତ୍ନଭଣ୍ଡାର ଖୋଲି ମଣତି, ଗଣତି ହେବ। ଚାବି ହଜିବା ତଦନ୍ତ କମିଶନର ରିପୋର୍ଟ ସାର୍ବଜନୀନ ହେବ। ୧୦୦ ଦିନରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଦେଢ ବର୍ଷରେ ଚିଟପଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଯିବ ଜମା ଟଙ୍କା। ଜେଲ୍ ଯିବେ ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ବିଜେଡି ନେତା। ଟାଇମ୍ ଲାଇନ୍ ଦେଇ ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ନିଜେ କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ବିଜେଡିର ୨୫ ବର୍ଷର ଲମ୍ବା ଶାସନ ପରେ ବି ରାଜ୍ୟରେ ରହିଛି ପୁଳା ପୁଳା ପ୍ରସଙ୍ଗ। ଆଉ ରାଜ୍ୟ ସରକାରଙ୍କ ମନ୍ଥର ଗତି କାର୍ଯ୍ୟାନୁଷ୍ଠାନକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ବି ରହିଛି। ଏମିତି ସ୍ଥିତିରେ ଲୋକଙ୍କ ପାଖରେ ବିଜେପି ଟାଇମଲାଇନ୍ ରଖି ବିଶ୍ୱସନୀୟତା ବଢ଼ାଇବାକୁ ଭରପୂର୍ ଉଦ୍ୟମ ଜାରି ରଖିଛି।

Naveen Patnaik Narendra Modi Amit Shah 2024 Election Loka Sabha Election 2024 Odisha Assembly Election 2024