Advertisment

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ କାହିଁକି ଗିରଫ କରାଯାଉନି: ବିଜେପି

ଚାଷୀମାନେ ହରାଇଥିବା ୩୦୦କୋଟିରୁ ଅଧିକ ଟଙ୍କା କେବେ ଫେରିପାଇବେ ବୋଲି ପ୍ରଶ୍ନ କରିଛି ବିଜେପି।

author-image
Ordigital Desk
ଅଦ୍ୟତନ ହୋଇଛି
MLA Sudhanshu Parida

MLA Sudhanshu Parida

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ବିରୁଦ୍ଧରେ ଚାଷୀଙ୍କ କୋଟି କୋଟି ଟଙ୍କାର ସବସିଡି ହଡ଼ପ କରିଥିବାର ପ୍ରମାଣ ଭିଜିଲ୍ଲାନ୍ସ ତଦନ୍ତରେ ମିଳିବା ପରେ ବି କାହିଁକି ତାଙ୍କୁ ଗିରଫ କରାଯାଉନି ବୋଲି ବିଜେପି ପ୍ରଶ୍ନ କରିଛି । ଏହାସହିତ ଚାଷୀମାନେ ହରାଇଥିବା ୩୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବେସୁଦ୍ଧା ଫେରିପାଇବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରେସ୍ ରିଲିଜ୍ କରିବେ କି ବୋଲି ବିଜେପି ଜାଣିବାକୁ ଚାହିଁଛି ।

Advertisment

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ଦ୍ୱାରା ହୋଇଥିବା ମହାଠକେଇ ୨୦୧୭ରୁ ୨୦୨୦ ମସିହା ମଧ୍ୟରେ ହୋଇଛି । ଚାଷୀଙ୍କର କୋଟିକୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସୁଧାଂଶୁ ପରିଡ଼ାଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହେବା ପରେ କାହିଁକି ସରକାର ଦୀର୍ଘଦିନ ଧରି ଚୁପ୍ ବସିଛନ୍ତି । ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ହେବାପରେ ବିଧାୟକ ଶ୍ରୀ ପରିଡ଼ାଙ୍କୁ ଗିରଫ କାହିଁକି କରାଯାଉନି । ଚାଷୀମାନେ ହରାଇଥିବା ୩୦୦କୋଟିରୁ ଅଧିକ ଟଙ୍କା କେବେ ଫେରିପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାଲିଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସ୍ୱଚ୍ଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି । ବିଜୁ ଜନତା ଦଳରେ ୪୦ଜଣ ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ଅଛି । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ? ଯେଉଁ ଗଣମାଧ୍ୟମ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିବ ତାକୁ ମିଛ ମାମଲାରେ ଫସାଇ ଦିଆଯିବ । ଏହା ଓଡ଼ିଶାରେ ବାରମ୍ବାର ଘଟୁଛି । ଜଣେ ସଚିବଙ୍କୁ ସମାଲୋଚନା କରିବାକୁ ବିଜେଡିରେ ଦୁଇ ଦୁଇ ଜଣ ବିଧାୟକଙ୍କ ବିରୁଦ୍ଧରେ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଥିରୁ ସ୍ପଷ୍ଟ ଯେ, ବିଜେଡି ଦଳ ଭିତରେ ଥିବା ଅସହାୟତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ । ତାଙ୍କ ନାଁରେ ଚାଷୀଙ୍କ କୃଷି ସବସିଡି ବାବଦରେ ପ୍ରାୟ ୩କୋଟି ଟଙ୍କା ହଡ଼ପ କରିଛନ୍ତି ଓ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି ବୋଲି ନବୀନ କହିବା ପରେ ଶ୍ରୀ ପରିଡ଼ାଙ୍କୁ ଭିଜିଲାନ୍ସ ଖୁବଶୀଘ୍ର ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଛି ।

BjD Bjp Sudhansu Parida