Advertisment

କାହିଁକି ଜନ୍ମଦିନରେ ନବୀନ ନିବାସ ବନ୍ଦ ?

ନବୀନ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

author-image
Manoj Swain

୭୮ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ। ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା CMO ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। 

Advertisment
Odisha Naveen Patnaik