Advertisment

ଜିତିବା ଗାଦିକୁ ହାତଛଡା କରି ଦେଲା କି କଂଗ୍ରେସ୍‌ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବିଧାନସଭା ପାଇଁ ବିଜେଡି ମହେଶ୍ୱର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଅରୋ ପ୍ରସାଦ ମିଶ୍ର ଓ ବିଜେପି ଜୟନ୍ତ ଷଡଙ୍ଗୀଙ୍କୁ ଦେଇଛି ଟିକେଟ। ହେଲେ ପାରିପାର୍ଶ୍ୱିକ ସ୍ଥିତି କହୁଛି, ଏଠାରେ ମହେଶ୍ୱରଙ୍କ ବିରୋଧରେ ସତ୍ତା ବିରୋଧୀ ହାୱା ଅଧିକ ଥିଲେ ବି ବିଜେଡି ଫାଇଦା ନେବ। ଏହାର କାରଣ ବିରୋଧୀଙ୍କ ଦୁର୍ବଳ ପ୍ରାର୍ଥିତ୍ୱ। ମୁଖ୍ୟତ‍ଃ ପ୍ରାର୍ଥୀ ଚୟନ ଶ୍ରୀକ୍ଷେତ୍ରରେ କଂଗ୍ରେସକୁ ବ୍ୟାକ୍‌ଫୁଟରେ ରଖିଛି। କୁହାଯାଉଛି, ଗତଥର ଶାସକ ଦଳକୁ ଏଠାରେ ଭଲ […]

author-image
Mihir Pattnayak
ଜିତିବା ଗାଦିକୁ ହାତଛଡା କରି ଦେଲା କି କଂଗ୍ରେସ୍‌ ?

uma

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବିଧାନସଭା ପାଇଁ ବିଜେଡି ମହେଶ୍ୱର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଅରୋ ପ୍ରସାଦ ମିଶ୍ର ଓ ବିଜେପି ଜୟନ୍ତ ଷଡଙ୍ଗୀଙ୍କୁ ଦେଇଛି ଟିକେଟ। ହେଲେ ପାରିପାର୍ଶ୍ୱିକ ସ୍ଥିତି କହୁଛି, ଏଠାରେ ମହେଶ୍ୱରଙ୍କ ବିରୋଧରେ ସତ୍ତା ବିରୋଧୀ ହାୱା ଅଧିକ ଥିଲେ ବି ବିଜେଡି ଫାଇଦା ନେବ। ଏହାର କାରଣ ବିରୋଧୀଙ୍କ ଦୁର୍ବଳ ପ୍ରାର୍ଥିତ୍ୱ। ମୁଖ୍ୟତ‍ଃ ପ୍ରାର୍ଥୀ ଚୟନ ଶ୍ରୀକ୍ଷେତ୍ରରେ କଂଗ୍ରେସକୁ ବ୍ୟାକ୍‌ଫୁଟରେ ରଖିଛି।

Advertisment

କୁହାଯାଉଛି, ଗତଥର ଶାସକ ଦଳକୁ ଏଠାରେ ଭଲ ରକମର ପାଣି ପିଆଇଥିବା କଂଗ୍ରେସ ନେତା ଉମା ବଲ୍ଲଭ ରଥଙ୍କୁପରିବର୍ତ୍ତନ କରି ପୁରୀ ବିଧାନସଭା ଆସନଟି କଂଗ୍ରେସ ଶାସକ ବିଜେଡି ହାତକୁ ଟେକି ଦେଇଛି।

ଏଥର ବିଜେଡିର ବିଧାୟକ ପ୍ରାର୍ଥୀ ମହେଶ୍ୱର ମହାନ୍ତି ଗତଥର ୭୬,୭୬୦ ଖଣ୍ଡ ଭୋଟ ପାଇ ବିଧାୟକ ଭାବେ ବିଧାନସଭାରେ ପୁରୀ ପାଇଁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ପଛକୁ ରହିଥିଲେ କଂଗ୍ରେସର ଉମା । ଯାହାଙ୍କୁ ମଳିଥିଲା ୪୨,୦୩୯ ଖଣ୍ଡ ଭୋଟ୍। ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ଉମା। ଉଭୟ ପାଇଥିବା ଭୋଟକୁ ଦେଖିଲେ, ମହେଶ୍ୱରଙ୍କ ଭୋଟ ହାର କିମିଥିବା ବେଳେ ଉମାଙ୍କ ପ୍ରତି ସମର୍ଥନ ବଢିଥାବା ଅନୁମାନ କରାଯାଉଥିଲା।

Advertisment

୨୦୧୪ର ସ୍ଥିତି ଏଥର କିନ୍ତୁ ବଦଳି ଯାଇଛି। ପୁରୀବାସୀ କେତେକ ନିର୍ଦ୍ଦିଷ୍ଟ କାରଣ ପାଇଁ ମହେଶ୍ୱରଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ। ଏଣୁ ପୂର୍ବବତ୍‌ ସ୍ଥତିରେ ଯଦି ନିର୍ବାଚନ ହୋଇଥାନ୍ତା ଓ ଉମାଙ୍କୁ ଏଠାରୁ ପୁଣି ସୁଯୋଗ ମିଳିଥାନ୍ତା, ହୁଏତ କଂଗ୍ରେସ ଫାଇଦାରେ ରହିଥାନ୍ତା। ଏ ନେଇ ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହେଲା। ଉମାଙ୍କ ହାୱା ମଧ୍ୟ ପୁରୀରେ ବହିଲା। କିନ୍ତୁ ନିର୍ବାଚନର କିଛି ଦିନ ପୂର୍ବରୁ ଉମା ହଠାତ୍‌ ଆଠଗଡ ଆଡ଼କୁ ମୁହାଁଇଲେ। ଏମିତି ବି ଚର୍ଚ୍ଚା ହେଲା ଯେ, ରାଜା(ରଣେନ୍ଦ୍ର ପ୍ରତାପ ସ୍ୱାଇଁ)ଙ୍କ ଟିକେଟ ବିଜେଡିରୁ କଟିପାରେ ଏବଂ ଆବଶ୍ୟକ ପଡିଲେ ଉମାଙ୍କୁ ବିଜେଡି ଏଠାରୁ ଟିକେଠ ଦେଇପାରେ। କିନ୍ତୁ ସବୁ ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣଚ୍ଛେଦ ପଡିବା ପରେ ରାଜା ସ୍ୱାଇଁ ଆଠଗଡ଼ ବିଜେଡି ଟିକେଠ ପାଇଲେ ଓ କଂଗ୍ରେସ ଟିକେଟ ମିଳିଲା ଉମାଙ୍କୁ।

ଅପ୍ରତ୍ୟାଶିତ ଭାବେ ଉମାଙ୍କୁ ପୁରୀରୁ ଏଠାକୁ ଆଣି ଲଢେଇବାର ଉଦ୍ଦେଶ୍ୟ କିଛି ବୁଝା ପଡୁନି। ପୁରୀରେ ମହେଶ୍ୱରରୁ ଅତି ସହଜରେ ହରାଇବାର କ୍ଷମତା ରଖିଥିବା ଉମାଙ୍କୁ ଏଥର ଆଠଗଡ଼ରେ ରଣେନ୍ଦ୍ରଙ୍କୁ ସାମ୍ନା କରିବାକୁ ପଡିବ। ଏପରିକି ରାଜାଙ୍କ ପରି ଦୀର୍ଘଦିନର ବିଧାୟକଙ୍କୁ ହରାଇବା ଉମାଙ୍କ ପାଇଁ କାଠିକର ପାଠ ହେବ ବୋଲି ଆଲୋଚନା ହେଉଛି। ଏଣୁ ଏପରି ପ୍ରାର୍ଥୀ ବଦଳର ଉଦ୍ଦେଶ୍ୟ କ’ଣ ତାହା ଏ ଯାଏଁ ବୁଝା ପଡୁନି। ଆଠଗଡ଼ ସହ ଉମାଙ୍କ ସମ୍ପର୍କ ପୁରୁଣା ହୋଇଥିଲେ ମଧ୍ୟ ପୁରୀରେ ତାଙ୍କ ସଙ୍ଗଠନ ସବୁଠାରୁ ଭଲ ଥିଲା। ଏଣୁ ଦୀର୍ଘ ଦିନ ପରେ ଦଳ ଏଭଳି ନିଷ୍ପତ୍ତି କ’ଣ ପାଇଁ ନେଲା ତାହା ଦଳ ମୁଖିଆ ନିରଞ୍ଜନ ହିଁ ଜାଣିଥିବେ। ବିଜେଡିର କିଛି ଭିତିରି ସମୀକରଣ ଏଠାରେ କାମ କରୁଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନଚେତ୍‌ ନିରଞ୍ଜନଙ୍କ ପ୍ରାର୍ଥୀ ଚୟନକୁ ନେଇ ଯେଭଳି ଶଣ୍ଢୁଆଶି ଆକ୍ରମଣ ହେଉଛି ହୁଏତ ସେଭଳି ଆକ୍ରମଣ ନିର୍ବାଚନ ପରେ ପୁରୀ-ଆଠଗଡ଼ ବିଧାନସଭା ମଣ୍ଡଳୀ ପାଇଁ ହେବ ଏଥିରେ ସନ୍ଦେହ ନାହିଁ।