Advertisment

କାହିଁକି କୋଟିଆ ଗଲେନି ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ; ବିଜେଡି କହୁଛି ଆନ୍ଧ୍ରର ଭାଷା: ବିଜେପି

ବିଜେଡିର ଏଭଳି ଓଡ଼ିଶା ବିରୋଧୀ ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ବିଧାୟକମାନେ ସମାଲୋଚନା କରିଛନ୍ତି ।

BJP Press meet

BJP Press meet

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବାପୂର୍ବରୁ କୋଟିଆ ଯାଇ ସ୍ଥିତି ଦେଖିଥିଲେ ଭଲ ହୋଇଥାନ୍ତା । କୋଟିଆରେ ଆନ୍ଧ୍ର ଅନୁପ୍ରବେଶ କରୁଛି, କିନ୍ତୁ କୋଟିଆର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବ କାହିଁକି କୋଟିଆ ଗସ୍ତରେ ଯାଉନାହାନ୍ତି । ଆଉ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା କଥାକୁ ସମର୍ଥନ କରିବା ପରିବର୍ତ୍ତେ ବିଜେଡ଼ି ନେତା ଆନ୍ଧ୍ରପ୍ରଦେଶ ସରକାରଙ୍କ ଭାଷା କହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେଡିର ଏଭଳି ଓଡ଼ିଶାବିରୋଧୀ ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ବିଧାୟକମାନେ ସମାଲୋଚନା କରିଛନ୍ତି ।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଉତ୍କଳ ଦିବସରେ କୋଟିଆ ଗସ୍ତରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ସନାତନ ବିଜୁଳି ଓ ସୂରଜ ସୂର୍ଯ୍ୟବଂଶୀ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କୋଟିଆ ଗ୍ରାମପୁଞ୍ଜର ସ୍ଥିତି ସମ୍ପର୍କରେ ଉଜାଗର କରିଥିଲେ । ସେମାନେ କହିଚନ୍ତି ଯେ, ଭୁବନେଶ୍ୱରରେ ବସି ନେତା ଓ ବାବୁମାନେ କୋଟିଆରେ ରାସ୍ତାଘାଟ ଠିକ୍ ଅଛି ଏବଂ ନିର୍ମାଣ କାର୍ଯ୍ୟରେ ୧୫୦ କୋଟି ଟଙ୍କା ବିନିଯୋଗ ହୋଇଛି ବୋଲି କହିବା ହାସ୍ୟାସ୍ପଦ ।

ସେଠାରେ ବୟସ୍କ ଲୋକଙ୍କୁ ଠିକ୍ ସମୟରେ ଭତ୍ତା ମିଳୁନାହିଁ । ଭତ୍ତା ଆଣିବା ପାଇଁ ସେମାନଙ୍କୁ ବହୁ କଷ୍ଟକରି ୨୫ରୁ ୩୦ କିମି ଯିବାକୁ ପଡୁଛି, ପୁଣି କମିଶନି ଦେବାକୁ ବି ପଡ଼ୁଛି । କୋଟିଆରେ ୨୮ଟି ରାଜସ୍ୱ ଗାଁରୁ ୨୧ଟିରୁ ଉର୍ଦ୍ଧ୍ୱ ଅଂଚଳରେ ଓଡ଼ିଶା ସରକାରଙ୍କ ପ୍ରବେଶ ନାହିଁ, ଯାହା ଆଶ୍ଚର୍ଯ୍ୟଜନକ । ମାତ୍ର ୭-୮ଟି ରାଜସ୍ୱ ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଖଜଣା ସଂଗ୍ରହ କରିବା ସମ୍ଭବପର ହେଉଛି । ଦୁଇ ଦିନ ହେବ କୋଟିଆକୁ ନେଇ ଯେଉଁ ରାଜନୀତି ବୟାନବାଜି ବିଶେଷ ଭାବରେ ବିଜେଡିର ବକ୍ତବ୍ୟ ରାଜ୍ୟବାସୀଙ୍କୁ କଷ୍ଟ ଦେଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଟିଆ ମାଟିରୁ ସାଢ଼େ ୪ କୋଟି ଦଳମତ ନିର୍ବିଶେଷରେ ଆନ୍ଧ୍ରର ଅନୁପ୍ରବେଶ ବିରୋଧରେ ଏକଜୁଟ୍ ହେବାକୁ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ବିଜେଡି ସ୍ୱାଗତ କରିବା ବଦଳରେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତାର ପରିଚୟ ।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ମସିହା ଏପ୍ରିଲ ୯ ତାରିଖରେ କୋଟିଆ ଗସ୍ତ ସମୟରେ ଲୋକ ମାନଙ୍କର ସମସ୍ୟା ଶୁଣିବା ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଦେବା ସହ ବ୍ୟକ୍ତିଗତ ଭାବରେ ଭେଟି କୋଟିଆ ସମସ୍ୟା ଉପରେ ଆଲୋଚନା କରିଥିଲେ । ୨୦୨୦ ଓ ୨୦୨୧ରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ । ପରବର୍ତୀ ସମୟରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ ୨୨ ସେପ୍ଟେମ୍ବର ୨୦୨୧ରେ ମଧ୍ୟ କୋଟିଆ ଗ୍ରାମପୁଞ୍ଜ ବିବାଦର ସମାଧାନ ପାଇଁ ଚିଠି ମାଧ୍ୟମରେ ୪ଟି ପ୍ରସ୍ତାବ ଦେଇଥିଲେ । ୩୧ ଅକ୍ଟୋବର ୨୦୨୨ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ପତ୍ର ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ସେ ରାଜ୍ୟର ସୀମା ବିବାଦ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସର୍ବଦଳୀୟ ବୈଠକ ପାଇଁ ବାରମ୍ବାର ଚିଠି ମାଧ୍ୟମରେ ଅନୁରୋଧ କରି ଆସିଛନ୍ତି, ତାହାକୁ କର୍ଣ୍ଣପାତ ନ କରିବା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିରୋଧୀ ମାନସିକତାର ପରିଚୟ । ସେହିପରି ୨୦୨୧ ଅଗଷ୍ଟ ୩୧ ତାରିଖରେ ସୁପ୍ରିମକୋର୍ଟ କୋଟିଆ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣା କରି ବାଟ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

୨୦୨୧ ନଭେମ୍ବର ୮ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସାକ୍ଷାତ୍ ହୋଇଥିଲା । କିନ୍ତୁ ଏହି ସାକ୍ଷାତର ପାଖାପାଖି ଦେଢ ବର୍ଷ ପରେ ମଧ୍ୟ ବିବାଦର ସମସ୍ୟା ସମାଧାନ ହେବା ପରିବର୍ତେ ଆନ୍ଧ୍ର ସରକାର ଓଡ଼ିଶା ସୀମାନ୍ତକୁ ଆକ୍ରାମକ ଭାବେ ଅନୁପ୍ରବେଶ କରିବା ଏକ ସଙ୍ଗୀନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଭିତିରି ବୁଝାମଣା କରି କୋଟିଆ ଗ୍ରାମପୁଞ୍ଜକୁ ଓଡ଼ିଶା ସରକାର ଆନ୍ଧ୍ରକୁ ଟେକିଦେବାର ଷଡ଼ଯନ୍ତ୍ର ରଚୁନାହାନ୍ତିି ତ? ଯଦି ଏହା ସତ୍ୟ ନୁହେଁ ତେବେ ସୀମାନ୍ତର ୧୦ କିମି ଆଭ୍ୟନ୍ତରରେ ଆନ୍ଧ୍ର ସରକାର ଯେଉଁଭଳି ଭାବରେ ସ୍ଥାୟୀ ନିର୍ମାଣ କାର୍ଯ୍ୟ କରୁଛନ୍ତି ଓ କୋରାପୁଟ ତଥା ଓଡ଼ିଶା ପ୍ରଶାସନ ନିରବରେ ତାହାକୁ ପରୋଷ ସମର୍ଥନ ଦେଉଛି, ତାହା ଓଡ଼ିଶା ସରକାରଙ୍କର ଓଡ଼ିଶାବିରୋଧୀ ମାନସିକତାକୁ ପ୍ରତିପାଦିତ କରୁଛି । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି ? ସମ୍ପୃକ୍ତ ଜିଲ୍ଲାପାଳ ଓ ଆରଡିସି କାହା ପ୍ରରୋଚନାରେ ନୀରବ ରହୁଛନ୍ତି? ସ୍ଥାନୀୟ ପ୍ରଶାସନ କ’ଣ ୫ଟି ଅର୍ନ୍ତଭୁକ୍ତ ନୁହେଁ କି ବୋଲି ବିଧାୟକମାନେ ପ୍ରଶ୍ନ କରିଛନ୍ତି ।

Kotia Issue Kotia Bjd Politics Bjp Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe