Advertisment

କଣ ପାଇଁ ଫେଲ୍‌ ହେଲା ‘ଆଳୁ ମିଶନ୍‌’? ବିଜେଡିକୁ ଘେରିଲା ବିଜେପି

ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ୨୪ ବର୍ଷ ଦରି ରହିଥିଲେ। କୌଣସି ସମସ୍ୟାର ସମାଧାନ କରିପାରିଲେ ନାହିଁ। ଆଳୁ ମିଶନ୍‌ ଫେଲ୍‌ ହେଲା। ଆଳୁ ଚାଷ ପାଇଁ କୃଷକଙ୍କୁ ପାଣି ଦେଲେନି। ବିହନ ଦେଲେନି। ପ୍ରୋତ୍ସାହନ ଦେଲେନି। ଶୀତଳଭଣ୍ଡାର କଲେନି।

undefined

Potato

Advertisment

ଆଳୁ ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛି ଓଡ଼ିଶା। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଅନେକ ସମୟରେ ନାଲି ଆଖି ଦେଖାଉଛି। ଆଉ ମନଇଚ୍ଛା ଆଳୁ ଯୋଗାଣ ବନ୍ଦ କରିଦେଉଛି। ଯେଉଁଥିପାଇଁ ରାଜ୍ୟରେ ଦେଖାଦେଉଛି ଆଳୁ ସଙ୍କଟ। ଏହାର ମୁକାବିଲା ପାଇଁ ପୂର୍ବ ସରକାର(ବିଜେଡି) ଆରମ୍ଭ କରିଥିଲେ ‘ଆଳୁ ମିଶନ୍‌’। ହେଲେ ଠିକ୍‌ ଭାବେ ରୂପାୟନ ହୋଇପାରିନଥିବାରୁ ବିଜେଡିର ଆଳୁ ମିଶନ୍‌ ଫେଲ୍‌ ମାରିଥିଲା। ଯାହାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି।

Advertisment

ପଶ୍ଚିମବଙ୍ଗ ସରକାରଙ୍କ ନାଲି ଆଖିକୁ ଦେଖି ୨୦୧୫ ମସିହାରେ ନବୀନ ପଟ୍ଟନାୟକ ସରକାର ଆରମ୍ଭ କରିଥିଲେ ତିନି ବର୍ଷିଆ ଆଳୁ ମିଶନ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟକୁ ଅତିରିକ୍ତ ୫୦ କୋଟି ଟଙ୍କା ଦିଆଯାଇଥିଲା। ଲକ୍ଷ୍ୟ ଥିଲା, ରାଜ୍ୟରେ ମାତ୍ର ୧୫ ହଜାର ହେକ୍ଟର ଜମିରେ ହେଉଥିବା ଆଳୁ ଚାଷକୁ ବଢ଼ାଇ ୩ ବର୍ଷରେ ୬୦ ହଜାର ହେକ୍ଟରରେ ପହଞ୍ଚାଇବା। ଚାଷୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ଉତ୍ପାଦିତ ଆଳୁକୁ ନିକଟସ୍ଥ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯିବ। ସେଥିପାଇଁ ୧୧୨ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବାର ଯୋଜନା କରାଯାଇଥିଲା। ହେଲେ ମିଶନ୍ ଅଧୀନରେ ରଖାଯାଇଥିବା ଗୋଟିଏ ବି ଲକ୍ଷ୍ୟ ପୂରଣ ହୋଇପାରିଲାନି। ୩ ବର୍ଷ ଭିତରେ ମାତ୍ର ୪ଟି ଶୀତଳଭଣ୍ଡାର ନିର୍ମାଣ ହୋଇପାରିଥିଲା। ଆଉ ଆଳୁ ଚାଷଜମି ମାତ୍ର ୨୫ ହଜାର ହେକ୍ଟରରେ ହାମୁଡେଇଲା। ଯାହାର ପରିଣାମ ସ୍ୱରୂପ ଆଳୁ ମିଶନ ମାଟି କାମୁଡିଲା। ଆଳୁ ଚାଷଠାରୁ ମୁହଁ ଫେରାଇ ନେଇଥିଲେ ଚାଷୀ।

୨୦୧୫ ମସିହାରେ ଫେଲ ମାରିଥିବା ‘ଆଳୁ ମିଶନ୍‌’ ୨୦୨୪ ମସିହାରେ ପୁଣି ଥରେ ଚର୍ଚ୍ଚାରେ। କାରଣ ଗତ ୨ରୁ ୩ ଦିନ ହେଲା ପଶ୍ଚିମବଙ୍ଗ ସରକାର ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଯେଉଁଥିପାଇଁ ରାଜ୍ୟରେ ଆଳୁ ଶଙ୍କଟ ଦେଖାଦେଇଛି। ଯେଉଁ ଆଳୁ ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଆଳୁ ଅଭାବୀକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ବର୍ତ୍ତମାନର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ୨୪ ବର୍ଷ ଦରି ରହିଥିଲେ। କୌଣସି ସମସ୍ୟାର ସମାଧାନ କରିପାରିଲେ ନାହିଁ। ଆଳୁ ମିଶନ୍‌ ଫେଲ୍‌ ହେଲା। ଆଳୁ ଚାଷ ପାଇଁ କୃଷକଙ୍କୁ ପାଣି ଦେଲେନି। ବିହନ ଦେଲେନି। ପ୍ରୋତ୍ସାହନ ଦେଲେନି। ଶୀତଳଭଣ୍ଡାର କଲେନି। ଆଳୁ ଓ ପିଆଜ, କେଉଁଥିରେ ସ୍ୱୟଂ ସଂପନ୍ନ କରିପାରିଲେ ନାହିଁ। ତାହା ହେଲେ ତୁମେ(ବିଜେଡି) ୨୪ ବର୍ଷ ଧରି କ’ଣ କରୁଥିଲ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଯୋଗାଣ ମନ୍ତ୍ରୀଙ୍କ ଆରୋପର ଜବାବ ଦେଇଛି ବିଜେଡି। ପୂର୍ବତନ ବିଧାୟକ ଦେବୀ ମିଶ୍ର କହିଛନ୍ତି, ଅନ୍ୟକୁ ଦୋଷ ଦେବା ସହଜ। କେଉଁ କାରଣରୁ ଆଳୁ ମିଶନ ଆଗେଇ ପାରିଲାନି, ତାହାର କାରଣ ଖୋଜି ଏବେକାର ସରକାର ତା’ର ସଫଳ ରୂପାୟନ କରି ଦେଖାନ୍ତୁ ବୋଲି ସେ କହିଛନ୍ତି।

ସେପଟେ କିନ୍ତୁ ବିଜେପି ଓ ବିଜେଡିକୁ ସମାଲୋଚନା କରି କଂଗ୍ରେସ। ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟେ ରାଜ୍ୟରେ ୯ ବର୍ଷ ମିଶିକି ଶାସନ କରିଥିଲେ। ତା’ପରେ ବିଜେପି ଏକାକୀ କେନ୍ଦ୍ରରେ ୧୦ରୁ ଅଧିକ ବର୍ଷ ହେଲା କ୍ଷମତାରେ ଅଛି। ତଥାପି କେହି ଓଡ଼ିଶାକୁ ଧ୍ୟାନ ଦେଇନାହାନ୍ତି।

BjD Bjp Potato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe