Advertisment

ଅନାସ୍ଥା ପ୍ରସ୍ତାବ ବେଳେ ସଂସଦ ଟିଭିର ଟିକ୍‌ରକୁ ନେଇ ତାତିଲେ ବିରୋଧୀ

ଲୋକସଭାର ସିଧାପ୍ରସାରଣ ସଂସଦ ଟିଭିରେ ଚାଲିଥିବା ବେଳେ ଏଥିରେ ପ୍ରଦର୍ଶିତ ହେଉଥିବା ଛୋଟ ଟିକରକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ଗୌରବ ଗୋଗୋଇଙ୍କ ପରେ ଦୁବେଙ୍କ ପାଳି ପଡ଼ିଥିଲା।

Lok Sabha

Lok Sabha

Advertisment

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଲୋକସଭାରେ କଂଗ୍ରେସର ଉପ ନେତା ଗୌରବ ଗୋଗୋଇ ବିତର୍କ ଆରମ୍ଭ କରିଥିବା ବେଳେ ବିଜେପି ପକ୍ଷରୁ ନିଶିକାନ୍ତ ଦୁବେ ନିଜର ଯୁକ୍ତି ବାଢ଼ିଥିଲେ। ତେବେ ଗୌରବ ଗୋଗୋଇଙ୍କ ଭାଷଣ ପରେ ସଂସଦ ଟିଭିର ଟିକରକୁ ନେଇ ଗୃହରେ ବିରୋଧୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଲୋକସଭାର ସିଧାପ୍ରସାରଣ ସଂସଦ ଟିଭିରେ ଚାଲିଥିବା ବେଳେ ଏଥିରେ ପ୍ରଦର୍ଶିତ ହେଉଥିବା ଛୋଟ ଟିକରକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ଗୌରବ ଗୋଗୋଇଙ୍କ ପରେ ଦୁବେଙ୍କ ପାଳି ପଡ଼ିଥିଲା।

ତେବେ ସେ ରାହୁଲ ଗାନ୍ଧି ଓ କଂଗ୍ରେସକୁ ଟାର୍ଗେଟ କରିବା ପୂର୍ବରୁ ବିରୋଧୀଙ୍କ ନଜର ସଂସଦ ଟିଭିରେ ଚାଲିଥିବା ଟିକର ଉପରେ ପଡ଼ିଥିଲା। ଏହାକୁ ନେଇ ବେଶ କିଛି ମିନିଟ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

Advertisment

ବିଏସ୍‌ପି ସାଂସଦ ଡାନିଶ ଅଲୀ ନିଜ ଆସନରେ ଛିଡ଼ା ହୋଇ ସଂସଦ ଟିଭିରେ ଚାଲିଥିବା ଟିକରରେ ସରକାରଙ୍କ ସଫଳତାକୁ ପ୍ରଦର୍ଶିତ କରାଯାଉଥିବା କହିଥିଲେ। ନିୟମ ଅନୁସାରେ ଲୋକସଭାରେ ଚାଲିଥିବା ବିତର୍କର ଅପଡେଟ ଚାଲିବା କଥା।

କିନ୍ତୁ ଏହା ବଦଳରେ ଟିକରରେ ସରକାରଙ୍କ ଗୁଣଗାନ କରାଯାଉଥିବା କଥା କହି ସେ ଆପତ୍ତି ଉଠାଇଥିଲେ। ଏହାକୁ ଅନ୍ୟ ବିରୋଧୀ ଦଳର ସାଂସଦମାନେ ମଧ୍ୟ ସମର୍ଥନ କରିଥିଲେ। ବିଏସ୍‌ପି ଏଯାଏ ଅନାସ୍ଥା ପ୍ରସ୍ତାବ ସପକ୍ଷରେ କି ବିପକ୍ଷରେ ରହିଛି, ସେକଥା ସ୍ପଷ୍ଟ କରିନି। କିନ୍ତୁ ଦଳୀୟ ସାଂସଦ ଆଜି ଟିକରକୁ ଦେଖି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଲୀଙ୍କ ଆପତ୍ତିକୁ ସମର୍ଥନ କରି ବିରୋଧୀ ଦଳର ସାଂସଦମାନେ ମଧ୍ୟ ନାରାବାଜୀ କରିଥିଲେ। ହଟ୍ଟଗୋଳ ଭିତରେ ବାଚସ୍ପତି ଓମ ବିର୍ଲା ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “ମୋ ପାଖରେ ଏହାର ବଟନ ନାହିଁ। ବୈଷୟିକ ତ୍ରୁଟିକୁ ସୁଧାରିବାକୁ କୁହାଯାଇଛି।”

ସେହିପରି ଦୁବେଙ୍କୁ ଆଡ଼କୁ ଚାହିଁ କହିଥିଲେ ଯେ “ସମ୍ଭବତଃ ବିରୋଧୀ ଆପଣଙ୍କ ଭାଷଣକୁ ଡରୁଛନ୍ତି।” ତେବେ କିଛି ସମୟର ନାରାବାଜୀ ଓ ବିରୋଧ ପରେ ନିଶିକାନ୍ତ ଦୁବେ ନିଜର ପକ୍ଷ ରଖି ସରକାରଙ୍କ ସଫଳତା କଥା ବଖାଣିଥିଲେ। ଏଥିସହ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। କିନ୍ତୁ ମଣିପୁର ହିଂସା ସମ୍ପର୍କରେ ଖାସ କିଛି କଥା କହି ନଥିଲେ।

Bjp Congress PM Modi Parliament No Confidence Motion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe