Advertisment

କ’ଣ ପାଇଁ ପୁଣି ସାରଦାଙ୍କୁ ବୁଥ୍‌କୁ ନେଲା ପୁଲିସ୍‌?

ଆଜି ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀର ଗୋପବନ୍ଧୁପାଲି ହାଇସ୍କୁଲରେ ମତଦାନ ଚାଲିଥିଲା। ଅପରାହ୍ନରେ ହଠାତ୍‌ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ଓ ତାଙ୍କ ସମର୍ଥକ ମତଦାନ କେନ୍ଦ୍ରରେ ପଶିଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ବେଳେ ଭୋଟରଙ୍କ ବିରୋଧ ସତ୍ତ୍ୱେ କ’ଣ ପାଇଁ ପୁଣି ଥରେ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ବୁଥ୍‌କୁ ନେଇଥିଲା ପୁଲିସ୍‌? ଏହା ପଛରେ କିଛି ରହସ୍ୟ ନାହିଁ ତ? ଏହାକୁ ନେଇ ଇସ୍ପାତନଗରୀ ରାଉରକେଲାରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

Advertisment

ଆଜି ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀର ଗୋପବନ୍ଧୁପାଲି ହାଇସ୍କୁଲରେ ମତଦାନ ଚାଲିଥିଲା। ଅପରାହ୍ନରେ ହଠାତ୍‌ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ଓ ତାଙ୍କ ସମର୍ଥକ ମତଦାନ କେନ୍ଦ୍ରରେ ପଶିଥିଲେ। ମତଦାନ ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ସହିତ କଥା ହେଉଥିଲେ। ଯାହାକୁ ବିରୋଧ କରିଥିଲେ ସେଠାରେ ଉପସ୍ଥିତ କିଛି ଲୋକ। ସେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ଆଣି କ’ଣ ପାଇଁ ମତଦାନ କେନ୍ଦ୍ରକୁ ଆସିଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ। ଏହି ଘଟଣାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ସାରଦା ନାୟକଙ୍କୁ ଘେରି ଯାଇଥିଲେ ଲୋକେ। ସେଠାରେ ସାରଦାଙ୍କ ସମର୍ଥକ ଓ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ଭିତରେ ଠେଲାପେଲା ମଧ୍ୟ ହୋଇଥିଲା।

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀମାନେ ସାରଦା ନାୟକଙ୍କୁ ମତଦାନ କେନ୍ଦ୍ରରୁ ବାହାର କରି ଗୋପବନ୍ଧୁପାଲି ଫାଣ୍ଡିକୁ ନେଇଥିଲେ। କିଛି ସମୟ ପରେ ପୁଲିସ୍‌ କର୍ମଚାରୀଙ୍କ ସହାୟତାରେ ମତଦାନ କେନ୍ଦ୍ରକୁ ଯାଇଥିଲେ ସାରଦା। 

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ବିରୋଧ ସତ୍ତ୍ୱେ ସାରଦା ନାୟକ ଦ୍ୱିତୀୟ ଥର ପାଇଁ କାହିଁକି ମତଦାନ କେନ୍ଦ୍ରକୁ ଯାଇଥିଲେ? ଏହା ପଛରେ ସାରଦାଙ୍କର କିଛି ଚାଲ୍ ନଥିଲା ତ? ତେବେ ସନ୍ଦେହ ଘେରରେ ଥିବା ବିଜେଡି ଓ ପୁଲିସ୍‌ ମଧୁଚନ୍ଦ୍ରିକାକୁ ନେଇ ଏପରି ନାନା କଳ୍ପନା ଜଳ୍ପନା ଲାଗି ରହିଛି।

ସେପଟେ କିନ୍ତୁ ବିବାଦକୁ ନେଇ ସାରଦା ନାୟକ କହିଛନ୍ତି, ପ୍ରତ୍ୟେକ ମତଦାନ କେନ୍ଦ୍ରକୁ ଯିବାର ଅଧିକାର ପ୍ରାର୍ଥୀଙ୍କର ରହିଛି। ସେହି ହିସାବରେ ମୁଁ ଗୋପବନ୍ଧୁପାଲି ହାଇସ୍କୁଲ ମତଦାନ କେନ୍ଦ୍ରକୁ ଯାଇଥିଲି। ମୁଁ ଏକୁଟିଆ ଯାଇଥିଲି। ଭୋଟରଙ୍କ ସହିତ କଥା ହେଉଥିଲି। ସେମାନଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝୁଥିଲି। ଠିକ୍‌ ସେହି ସମୟରେ କିଛି ମହିଳାଙ୍କୁ ଧରି ଜଣେ ଯୁବକ ସେଠାରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳି ଦେଇଥିଲା। କ’ଣ ପାଇଁ ଆସିଛ ବୋଲି ପଚାରିଥିଲେ। ଏ କଥା ଶୁଣି ଗେଟ୍‌ ବାହାରେ ଥିବା ମୋ ସମର୍ଥକମାନେ ଭିତରେ ପଶିଥିଲେ। କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସେଠାରୁ ମୁଁ ପଳାଇ ଆସିଲି। ମତଦାନ କେନ୍ଦ୍ରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକ ଚେୟାରରେ ବସି ଏସ୍‌ପିଙ୍କୁ ଫୋନ୍‌ କରି ସବୁ ଘଟଣା କହିଥିଲି। ତା’ପରେ ଦୁଇ ଜଣ ସବ୍‌ଇନ୍ସପେକ୍ଟର ସହିତ ଯାଇ ବୁଥ୍‌ ଦେଖିବା ବେଳେ କିଛି ମହିଳା ପୁଣି ପଶି ଗଣ୍ଡଗୋଳ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସେଠାରୁ ବାହାରି ଆସି ଏସ୍‌ପିଙ୍କୁ ସବୁ କଥା କହିଛି ବୋଲି ସାରଦା କହିଛନ୍ତି।

ସେପଟେ ଭୋଟର କହିଛନ୍ତି, ମତଦାନ ଠିକ୍‌ଠାକ୍‌ ଚାଲିଥିଲା। କୌଣସି ସମସ୍ୟା ନଥିଲା। ସାରଦା ନାୟକ ଓ ତାଙ୍କର ୨୦ରୁ ୨୫ ଜଣ ସମର୍ଥକ ହଠାତ୍‌ ବୁଥ୍‌ ଭିତରକୁ ପଶି ସମସ୍ତଙ୍କୁ ଠେଲାପେଲା କରିଥିଲେ। ବିଧାୟକ ହୋଇ ସାରଦା ନାୟକ ଏମିତି କରିବା କ’ଣ ଠିକ୍‌ ବୋଲି ପ୍ରଶ୍ନ କରିଛନ୍ତି ଜନତା।

BjD Rourkela General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe