Advertisment

ଜେଲରୁ ସରକାର ଚଳାଇବେ କି କେଜ୍ରିୱାଲ?

ଗତକାଲିଠୁ ଗିରଫଦାରୀ ସତ୍ତ୍ୱେ ଏଯାଏ ଇସ୍ତଫା ଦେଇନାହାନ୍ତି ଅରବିନ୍ଦ କେଜ୍ରିୱାଲ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦୀର୍ଘଦିନର ସମନ ପରେ ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଗତକାଲି ସନ୍ଧ୍ୟାରୁ ଗିରଫ ହୋଇଥିଲେ ମଧ୍ୟ ଏଯାଏ ଇସ୍ତଫା ଦେଇନାହାନ୍ତି କେଜ୍ରିୱାଲ। ଯଦି ମୁଖ୍ୟମନ୍ତ୍ରୀ ଜେଲରେ ରୁହନ୍ତି, ତେବେ ସରକାର କିପରି ଚାଲିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

କେଜ୍ରିୱାଲ କଣ ଜେଲରୁ ସରକାର ଚଲାଇବେ ପ୍ରଶ୍ନ ମଧ୍ୟରେ ଆପ୍ ରଖିଛି ସ୍ପଷ୍ଟୋକ୍ତି। ଆପ୍‌ର ବରିଷ୍ଠ ନେତା ତଥା ମନ୍ତ୍ରୀ ଆତିଶୀ ମର୍ଲେନା କହିଛନ୍ତି,
"ଗିରଫଦାରୀ ସତ୍ତ୍ୱେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ। ସେ ଜେଲରୁ ରହି ସରକାର ଚଳାଇବେ। ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ। କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଆଦୌ ଇସ୍ତଫା ଦେବେ ନାହିଁ।"

ପ୍ରକାଶଥାଉ କି, କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆପ୍ ଗତକାଲି ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ବିଳମ୍ବିତ ରାତିରେ ତତ୍କାଳ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲା ଦଳ। ହେଲେ ସର୍ବୋଚ୍ଚ ଅଦାଲତ ତତ୍କାଳ ଶୁଣାଣି ପାଇଁ ମନାକରି ଦେଇଥିଲେ। ଆଜି ଏ ଉପରେ ଶୁଣାଣି କରିବେ।

Advertisment

ସେପଟେ ଆଜି କେଜ୍ରିୱାଲଙ୍କର ସମସ୍ତ ମେଡିକାଲ ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇଡି ମୁଖ୍ୟାଳୟରେ ପହଞ୍ଚିଛି। ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର ହେବେ କେଜ୍ରିୱାଲ। 

ମଦ ଦୁର୍ନୀତି ମାମଲାରେ ପୂର୍ବରୁ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି। ବର୍ତ୍ତମାନ ନିର୍ବାଚନ ମାହୋଲ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଛି ଇଡି। ତେବେ ଆଗକୁ ଦିଲ୍ଲୀ ସରକାର କିପରି ଚାଲିବ ତା' ଉପରେ ସମସ୍ତଙ୍କ ନଜର।

Arvind Kejriwal AAP Enforcement Directorate Delhi Liquor Policy Scam Delhi Govt Kejriwal Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe