ଭାଙ୍ଗି ଯିବ କି ବିଜେଡି? ନବୀନଙ୍କ ଘନଘନ ବୈଠକକୁ ନେଇ ଚର୍ଚ୍ଚା

ଦଳ ଭିତରେ କନ୍ଦଳକୁ ନେଇ ଚିନ୍ତାରେ ଅଛନ୍ତି କି ନବୀନ? ଦଳରେ ଭିକେ ପାଣ୍ଡିଆନ ବିରୋଧୀ ଅସନ୍ତୋଷକୁ ନେଇ ଟେନସନରେ କି ବିଜେଡି ସୁପ୍ରିମୋ?

Naveen

ନବୀନ ପଟ୍ଟନାୟକ (‍ଫାଇଲ ଫଟୋ)

Hemant Lenka
  • Published: Sunday, 23 June 2024
  • Updated: 23 June 2024, 08:06 PM IST

Sports

Latest News

୨୦୨୪ ନିର୍ବାଚନର ପରାଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଆସିଛି ଅନେକ ପରିବର୍ତ୍ତନ। ସେ ନିଜ ଅନ୍ଦାଜରେ ପରିବର୍ତ୍ତନ ଆଣିଛନ୍ତି। ନୀବନ ନିବାସର ଚିତ୍ର ମଧ୍ୟ ବଦଳି ଯାଇଛି। ତେବେ ଏସବୁ ଭିତରେ ନବୀନଙ୍କ ଦୁଇଟି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଥମଟି ହେଉଛି, ସେ କର୍ମୀଙ୍କୁ ଏକଜୁଟ୍ ରହିବାକୁ ଆହ୍ୱାନ ଦେବା। ଦ୍ୱିତୀୟଟି ହେଉଛି, ନିର୍ବାଚନ ପରାଜୟର ସମୀକ୍ଷା ନକରି ଦୈନିକ ନେତାମାନଙ୍କୁ ନବୀନ ନିବାସକୁ ନେତାଙ୍କୁ ଡାକି ଆଲୋଚନା କରିବା।  କରୁଛନ୍ତି।

ଏପରି ଇସାରା କ’ଣ ସୂଚାଉଛି? ବିରାଟ ପରାଜୟ ପରେ କ’ଣ ବିଭାଜନ ଆଡକୁ ମୁହାଁଇଛି କି ବିଜେଡି? ଏସବୁକୁ ନେଇ ଏବେ ଟେନସନରେ ଅଛନ୍ତି କି ସୁପ୍ରିମୋ ନବୀନ ପଟ୍ଟନାୟକ ? ନବୀନଙ୍କୁ ଘାରିଛି କି ବିଜେଡି ଭାଙ୍ଗିଯିବାର ଭୟ ? ଦଳ ଭିତରେ କନ୍ଦଳକୁ ନେଇ ଚିନ୍ତାରେ ଅଛନ୍ତି କି ନବୀନ? ଦଳରେ ଭିକେ ପାଣ୍ଡିଆନ ବିରୋଧୀ ଅସନ୍ତୋଷକୁ ନେଇ ଟେନସନରେ କି ବିଜେଡି ସୁପ୍ରିମୋ?

Also Read

ନବୀନ ଦଳୀୟ କର୍ମୀ ଓ ନେତାଙ୍କୁ ଏକଜୁଟ୍ ହୋଇ ରହିବାକୁ ଆହ୍ୱାନ ଦେବା ପରେ ଏପରି ପ୍ରଶ୍ନ ସବୁ ଉଠିବାରେ ଲାଗିଛି। ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିବା ବେଳେ ଏକଜୁଟ୍ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ। ଏହାସହ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଅଛି ସତ, ହେଲେ ମ୍ୟାଜିକ ନମ୍ବରରୁ ମାତ୍ର ୨ରୁ ୩ ଜଣ ଅଧିକ ଅଛନ୍ତି।

ସେହିପରି କେନ୍ଦ୍ରରେ ସଂଖ୍ୟାଲଘୁ ସରକାର ରହିଛି। ତେଣୁ ଅପେକ୍ଷା କର ଓ ଆଉ ଏକଜୁଟ୍ ହୋଇ ରୁହ। ଦଳକୁ ମଜବୁତ କର। ଆଉ ନବୀନଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଯେତିକି, ବିଜେଡି ଅନ୍ଦର ମହଲରେ ବି ଆଲୋଚନା ସେତିକି।

କାହିଁକି ହଠାତ୍ ଏକାଠି ରହିବାକୁ କର୍ମୀଙ୍କୁ ଦେଲେ ନବୀନ? ବଡ଼ କଥା ହେଲା ଏବେ ପ୍ରତିଦନ ନିର୍ବାଚନ ମଣ୍ଡଳୀ ୱାରି କିଛି ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି ନବୀନ। ଫିଡ୍ ବ୍ୟାକ୍ ବି ନେଉଛନ୍ତି। କିନ୍ତୁ ପ୍ରଶ୍ନ ହେଲା, ନିର୍ବାଚନ ପରାଜୟର ସମୀକ୍ଷା ନ କରି କାହିଁକି ଡେଲି ନେତାଙ୍କୁ ଡାକି ସେ ଆଲୋଚନା କରୁଛନ୍ତି? କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ନବୀନଙ୍କୁ ଭେଟୁଚନ୍ତି ନେତା? ସେପଟେ ନବୀନଙ୍କ ଏହି ମନ୍ତବ୍ୟ କେବଳ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର।

ଅନ୍ୟପକ୍ଷରେ ଯଦିଓ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି, ତା ସତ୍ତ୍ୱେ ବି ଦଳରେ ବଢିବାରେ ଲାଗିଛି ପାଣ୍ଡିଆନ ବିରୋଧୀ ଅସନ୍ତୋଷ। ନିକଟରେ ପରାଜୟ ପାଇଁ ପାଣ୍ଡିଆନ ତଥା କୋଟେରୀ ଗୋଷ୍ଠୀ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ବିରୋଧରେ ବିଷୋଦଗାର କରିଥିଲେ ଖୋଦ ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣ ସଂପାଦକ ପଲ୍ଲବ କୁମାର ଲିମା।

ସେହିପରି ଦୁଇ ଦିନ ତଳେ ଭୁବନେଶ୍ୱର ଓ କଟକ ମହାନଗର ନିଗମ କମିଟି ଅଧ୍ୟକ୍ଷ ନିର୍ବାଚନରେ ବି ପଦାରେ ପଡ଼ିଥିଲା ବିଜେଡି ଗୋଷ୍ଠୀ କନ୍ଦଳ। ପ୍ରଶ୍ନ ଉଠୁଛି ଦଳରେ ବିଭାଜନ ଆଶଙ୍କାରେ ପରାଜୟର ସମୀକ୍ଷା କରିବାକୁ ପଛାଉଛନ୍ତି କି ନବୀନ?

ନିର୍ବାଚନ ଚାଲିଥିବା ବେଳେ ପାଣ୍ଡିଆନ ମଧ୍ୟ ସମାନ ଆଶାଙ୍କା କରିଥିଲେ। ବିଜେପି ୫୦ ଉପରକୁ ଗଲେ ବିଜେଡିକୁ ଭାଙ୍ଗି ସରକାର କରିବା ଥୟ ବୋଲି ସେ କହିଥିଲେ। ତେଣୁ ଏବେ ପ୍ରଶ୍ନ ଉଠୁଛି କାହିଁକି ନିଜ ଦଳର ନେତାଙ୍କ ଉପରେ ଭରସା କରିପାରୁ ନାହାନ୍ତି ଦଳର ଟପ୍ ଲିଡର୍? ବିଜେଡିରେ କମୁଛି କି ନେତାଙ୍କ ବିଶ୍ୱସନୀୟତା? ଅନ୍ୟପଟେ ପରାଜୟ ସମୀକ୍ଷା ପୂର୍ବରୁ ବିଜେଡି ସଙ୍ଗଠନରେ ନବ କଳେବର ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story