ଜୟନାରାୟଣଙ୍କ ନିଯୁକ୍ତି: ରାଜ୍ୟରେ ବଦଳିବ କି ବିଜେପିର ରଣନୀତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଅସୁସ୍ଥ ଥିବା ପ୍ରଦୀପ୍ତ କୁମାର ନାଏକଙ୍କୁ ବିଜେପି ହଟାଇ ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ଓଡ଼ିଶାରେ ବିରୋଧୀ ଦଳ ନେତା ପଦରେ ଆସୀନ କରାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଜୟନାରାୟଣଙ୍କୁ ନୂଆ ନିଯୁକ୍ତି ଦେଇ ବିଜେପି ଓଡ଼ିଶାରେ ପୁଣିଥରେ ନିଜର ପୁରୁଣା ଆଭିମୁଖ୍ୟ ଆପଣାଇବ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି । ଯଦିଓ ୨୦୧୯ ସାଧାରଣ […]

bjp

bjp

Ordigital Desk
  • Published: Saturday, 30 July 2022
  • Updated: 30 July 2022, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଅସୁସ୍ଥ ଥିବା ପ୍ରଦୀପ୍ତ କୁମାର ନାଏକଙ୍କୁ ବିଜେପି ହଟାଇ ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ଓଡ଼ିଶାରେ ବିରୋଧୀ ଦଳ ନେତା ପଦରେ ଆସୀନ କରାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଜୟନାରାୟଣଙ୍କୁ ନୂଆ ନିଯୁକ୍ତି ଦେଇ ବିଜେପି ଓଡ଼ିଶାରେ ପୁଣିଥରେ ନିଜର ପୁରୁଣା ଆଭିମୁଖ୍ୟ ଆପଣାଇବ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି । ଯଦିଓ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିକୁ ସବୁ ପ୍ରସଙ୍ଗରେ ଉପରେ ପଡ଼ି ସମର୍ଥନ ଦେଇ ବିଜେଡି ରାଜ୍ୟର ଭୋଟରଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ବିଜେପି ସଂଗଠନକୁ ମଧ୍ୟ ଦୁର୍ବଳ କରିବା ରଣନୀତିରେ ଅନେକାଂଶରେ ସଫଳ ହୋଇଥିଲା । ଆଉ ଏହି କାରଣରୁ ଓଡ଼ିଶାରେ ଆଗକୁ ଆସି ନିଜର ସଂଗଠନକୁ ସୁଦୃଢ଼ କରିବା ଓ କର୍ମୀଙ୍କ ମନୋବଳକୁ ବୃଦ୍ଧି କରାଇବା ନିମନ୍ତେ ବିଜେପି ପାଇଁ ଜୟନାରାୟଣ ମିଶ୍ରଙ୍କ ଭଳି ନିଜର କଠୋରପନ୍ଥୀ ନେତାଙ୍କୁ ଚୟନ କରିବାର ବାଧ୍ୟବାଧକତା ଓ ଆବଶ୍ୟକତା ପଡ଼ିଥିବା ରାଜନୀତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

ବିରୋଧୀ ଦଳ ନେତା ଭାବେ ଆଜି ନାମ ଘୋଷଣା ହେବା ପରେ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଥମଦିନରୁ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ନବୀନ ବିରୋଧୀ ଆନ୍ଦୋଳନ ଜୋରଦାର ହେବ ବୋଲି ସେ ସନ୍ଦେଶ ଦେଇଛନ୍ତି । ଓଡ଼ିଶା ପାଇଁ ବିଜେପି ସଂଘର୍ଷ ପଥ ବାଛି ନେଇଛି ଓ ଏବେ ସଂଘର୍ଷ ହେବ । ତାଙ୍କୁ ବିରୋଧୀ ଦଳ ନେତା କରାଯିବା ହିଁ ଏହାର ସଙ୍କେତ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିବା ପରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ ପୁଣିଥରେ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳ ତାଙ୍କ ଉପରେ ବିଶ୍ୱାସ କରି ଦେଇଥିବା ଗୁରୁଦାୟିତ୍ୱକୁ ସେ ସମ୍ପାଦକ କରିବାକୁ ପୂର୍ଣ୍ଣ ପ୍ରୟାସ କରିବେ । ଆଗାମୀ ଦିନରେ ଦଳର ରଣନୀତି ପ୍ରସ୍ତୁତ କରାଯିବ ।

ୟବିଜେଡି ଉପରେ ରାଜ୍ୟ ବିଜେପିର ନରମ ମନୋଭାବ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ୍ । ୮ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଆସୁଛନ୍ତି । ନବୀନ ବିରୋଧୀ ଆନ୍ଦୋଳନର ଶୁଭ ସେ ହିଁ ଦେବେ । ୨୦୨୪ ସାଧାରଣ ନିର୍ବାଚନରେ ଆମେ ନିଶ୍ଚିତ ସଫଳତା ପାଇବୁ ।
ତେବେ ରାଷ୍ଟ୍ରପତି ନିର୍ବାଚନ ବିଜେଡି କାହିଁକି ସମର୍ଥନ ଦେଲା ତାହା ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ରାଷ୍ଟ୍ରପତି ପଦ ଏକ ଭିନ୍ନ କଥା । ଏଥିରେ ଦଳୀୟ ରାଜନୀତି ନଥାଏ । ନବୀନ କାହିଁକି ସମର୍ଥନ କରନ୍ତି ଓ ବିରୋଧ କରନ୍ତି ସେ କଥା ବିଜେଡି କହିବ । ଆମେ ଏମିତି କାମ କଲୁ ଯେ, ନବୀନ ସମର୍ଥନ କରିବାକୁ ବାଧ୍ୟ ହେଲେ । ଆଉ ନବୀନ ଯେଉଁ ପ୍ରହସନ କରିଛନ୍ତି ତାଙ୍କୁ ଧନ୍ୟବାଦ ଦେବି କ’ଣ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି । କାମ କରିବା ଶୈଳୀରେ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ ମଧ୍ୟରେ କିଛି ଫରକ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସମ୍ବଲପୁରର ବିଧାୟକ ଶ୍ରୀ ମିଶ୍ର ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ବିରୋଧୀ ବିଜେଡି ମନୋଭାବ ପାଇଁ ବେଶ୍ ବିବାଦରେ ରହି ଆସିଛନ୍ତି । ସୁଯୋଗ ପାଇବା ମାତ୍ରେ ସେ ବିଜେଡିକୁ ଖୋଲା ସମାଲୋଚନା କରିଥାନ୍ତି । ତାଙ୍କର ଏହି କଠୋରପନ୍ଥୀ ଆଭିମୁଖ୍ୟ ହିଁ ରାଜ୍ୟରେ ବିଜେପି କର୍ମୀମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସୁହାଇବା ଭଳି ଅନେକ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେଇଛନ୍ତି, ଯାହାକି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଛି । ଏହାର ପରିଣାମ ମଧ୍ୟ ବିଜେପିକୁ ଗତ ପଂଚାୟତ , ପୌର ଓ ସମବାୟ ନିର୍ବାଚନରେ ଭୋଗିବାକୁ ପଡ଼ିଛି । ବିଜେପିର ସ୍ଥିତି ରାଜ୍ୟରେ ଏଭଳି ହୋଇଛି ଯେ, କେଉଁ କାରଣ ପାଇଁ ଦଳ ନିର୍ବାଚନରେ ଏତେ ବିପର୍ଯ୍ୟୟର ସମ୍ମୁଖୀନ ହେଲା ତା’ର ସମୀକ୍ଷା କି ତର୍ଜମା କରିବାକୁ ମଧ୍ୟ ବିଜେପି ରାଜ୍ୟ ନେତୃତ୍ୱ ଚାହିଁଲେ ନାହିଁ । ମାତ୍ର ଏବେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିବା ପ୍ରାୟତଃ ନିଶ୍ଚିତ ।

କେନ୍ଦ୍ରରେ ବିଜେପି ଏବେ ବେଶ୍ ଭଲ ସ୍ଥିତିରେ ଥିବାରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟରେ ସଂଗଠନକୁ ସୁଦୃଢ଼ କରିବା ରଣନୀତିରେ ରହିଛି । ଓଡ଼ିଶାରେ ‘ମିଶନ-୧୨୦’ ଏବେବି ଉନ୍ମୁକ୍ତ ରଖିଥିବା ବିଜେପି ନେତୃତ୍ୱ ଦାବି କରୁଥିବାବେଳେ ଦଳ ସେ ଦିଗରେ କାର୍ଯ୍ୟ କରୁଛି ବୋଲି କହୁଛି । ୨୦୧୭ରେ ଭୁବନେଶ୍ୱରରେ ବିଜେପି ନିଜର ଜାତୀୟ କାର୍ଯ୍ୟକାରିଣୀ ବୈଠକ କରିବା ସହ ଓଡ଼ିଶାରୁ ୩ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଓ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ଆସୀନ କରିବା ବିଜେପିର ରଣନୀତିର ଅଂଶବିଶେଷ । ଅବଶ୍ୟ ବିଜେଡି ଉପରେ ପଡ଼ି ଜାତୀୟ ରାଜନୀତିରେ ବିଜେପିକୁ ସୁହାଇବା ଭଳି ଅନେକଗୁଡ଼ିକ ନିଷ୍ପତ୍ତି ନେଉଥିଲା, ଯାହା ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଥିଲା । ଯାହାର ପରିଣାମ ବିଜେପିକୁ ପଂଚାୟତ,ପୌର ଓ ସମବାୟ ନିର୍ବାଚନରେ ଭୋଗିବାକୁ ପଡ଼ିଛି । ଆଉ ବିଜେଡି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରାଇଛି ।

ଅନ୍ୟପକ୍ଷରେ ବିଜେଡି ଉପସଭାପତି ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ଓଡ଼ିଶା ବିରୋଧୀ ଦଳ ମୁକ୍ତ ହେବ । ବିଜେଡି ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜୟୀ ହେବ । ବିଜେଡି ସଂଗଠନ ତୃଣମୂଳସ୍ତରରୁ ସୁଦୃଢ଼ ଅଛି । ବିରୋଧୀଙ୍କ ହାୱା କାମ ଦେବନି ।

ଉଲ୍ଲେଖଯୋଗ୍ୟ, ବିଜେଡି ନେତୃତ୍ୱ ସମଦୂରତ୍ୱ ରଣନୀତିର ଆଳ ଦେଖାଇ ବାସ୍ତବରେ କେନ୍ଦ୍ରରେ ବିଜେପି ସରକାର ଓ ବିଜେପି ନେତୃତ୍ୱଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇ ସୁଚିନ୍ତିତ ଢଙ୍ଗରେ ରାଜ୍ୟରେ ବିରୋଧୀ ଦଳକୁ ନିଷ୍ପ୍ରଭ କରିବାକୁ ପ୍ରୟାସ କରିଛନ୍ତି । ୨୦୧୫ରେ ଜିଏସଟି ବିଲ, ୨୦୧୬ରେ ବିମୁଦ୍ରାକରଣ, ୨୦୧୭ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ, ୨୦୧୮ ଜୁଲାଇ ୨୦ରେ ମୋଦି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବବେଳେ ସଂସଦରୁ ନାଟକୀୟ ଢଙ୍ଗରେ କକ୍ଷତ୍ୟାଗ କରି ବିଜେଡି ସିଧାସଳଖ ନିଜର ଘନିଷ୍ଠତାର ପ୍ରମାଣ ଦେଇଥିଲା ।

୨୦୧୮ ଅଗଷ୍ଟ ୮ରେ ବିଜେଡି ନିଜର ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଲା । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, କଶ୍ମୀରରେ ଧାରା-୩୭୦ର ଉଚ୍ଛେଦ, ଟ୍ରିପଲ ତଲାକ ବିଲ୍ , ନାଗରିକତା ସଂଶୋଧନ ବିଲ୍ (ସିଏଏ)କୁ ସମର୍ଥନ ଦେବାକୁ ପଛାଇ ନଥିଲା । ୨୦୧୯ ଜୁନ୍ ମାସରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ଓ ନିଜର ଜିତିବା ସିଟକୁ ଛାଡ଼ି ବିଜେଡି ସମସ୍ତଙ୍କୁ ଚକିତ କରିଦେଇଥିଲା । ୨୦୨୨ରେ ଏନଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ ଦେବାକୁ ବିଜେଡି ପଛାଇ ନାହିଁ । ଏଭଳି ସମର୍ଥନ ଦେଇ ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଛି । ଏବେ ଜୟନାରାୟଣଙ୍କ ନିଯୁକ୍ତି ପରେ ଓ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେପି କର୍ମୀଙ୍କ ମନୋବଳ ଓ ନବୀନବିରୋଧୀ ଆନ୍ଦୋଳନ ରାଜ୍ୟରେ ଜୋରଦାର ହେବ ବୋଲି ଆକଳନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story