Advertisment

'ମୁଁ ପୁଣି ଆସିବି...'

ଦୃଢ଼ୋକ୍ତି ବାଢ଼ିଲେ ପ୍ରଧାନମନ୍ତ୍ରୀ। ଆସନ୍ତା ବର୍ଷ ପୁଣି ଲାଲକିଲ୍ଲା ଆସିବି। ଝଣ୍ଡା ଉଡାଇବି...

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଲଗାତାର ଦଶ ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି ନରେନ୍ଦ୍ର ମୋଦି। ଚଳିତ ବର୍ଷ ବିଜେପି ସରକାରର ଦ୍ୱିତୀୟ ପାଳିର ଅନ୍ତିମ ବର୍ଷ ଥିବାବେଳେ ଆସନ୍ତା ବର୍ଷ ମଧ୍ୟ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଦୃଢୋକ୍ତି ସହ ମୋଦି କହିଛନ୍ତି, '୨୦୨୪ରେ ପୁଣି କ୍ଷମତାକୁ ଆସିବୁ। ଆସନ୍ତା ବର୍ଷ ମଧ୍ୟ ଲାଲକିଲ୍ଲା ଆସିବି ଏବଂ ଏହିଠାରୁ ହିଁ ଦେଶର ବିକାଶ ନେଇ ହିସାବ ଦେବି।'

Advertisment

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ସମଗ୍ର ଭାରତବାସୀଙ୍କୁ ପରିବାରଜନ ବୋଲି କହିଛନ୍ତି। ପୂର୍ବରୁ ସେ ଜନତାଙ୍କୁ 'ମୋର ପ୍ରିୟ ଦେଶବାସୀ' କହି ସମ୍ବୋଧିତ କରୁଥିବା ବେଳେ ଏଥର କିନ୍ତୁ 'ମୋର ପ୍ରିୟ ପରିବାରଜନ' କହିଛନ୍ତି। ଏଥିସହ ନୂଆ ଯୋଜନା ଆରମ୍ଭ ନେଇ ଘୋଷଣା କରିବା ସହ ୨୦୪୭ ବେଳକୁ ଦେଶ ବିକଶିତ ରାଷ୍ଟ୍ର ହୋଇ ସାରିଥିବ ବୋଲି ଦୃଢୋକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ। 

୨୦୧୪ରେ ବିଜେପି ସରକାର ଆସିବା ପରେ ଦେଶରେ ସଂସ୍କାର ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। "ସଂସ୍କାର ଆଣିବା ପାଇଁ ସାହସ ମୋ ସରକାରର ଅଛି। ରିଫର୍ମ ସହ ପରଫର୍ମ କରି ଦେଶର ବିକାଶରେ ସାମିଲ ହୋଇଛି।" ବର୍ତ୍ତମାନ ସମୟରେ ଯେଉଁ ପଦକ୍ଷେପ ନିଆଯିବ, ତାହା ଆଗାମୀ ହଜାରେ ବର୍ଷ ପାଇଁ ସ୍ୱର୍ଣ୍ଣିମ ଇତିହାସ ଲେଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Advertisment
Independence Day Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe