Advertisment

'କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ମଦ ଉପରୁ ବ୍ୟାନ୍ ହଟାଇ ଦେବି'

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଏପରି କହିଛନ୍ତି ପ୍ରଶାନ୍ତ କିଶୋର।

author-image
Debibandita Barick
ଅଦ୍ୟତନ ହୋଇଛି
Prasant Kishor

Prasant Kishor

'କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ବିହାରରୁ ମଦ ଉପରୁ ବ୍ୟାନ୍ ହଟାଇ ଦେବି...' ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଏପରି କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର। ଅକ୍ଟୋବର ୨ରେ ତାଙ୍କ ଦଳ ଜନ ସୁରାଜର ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ ସେ ଏପରି କହିଛନ୍ତି। 

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସେ କହିଛନ୍ତି, "୨ ଅକ୍ଟୋବର (ଦଳର ପ୍ରତିଷ୍ଠା ଦିବସ) ପାଇଁ କୌଣସି ବିଶେଷ ପ୍ରସ୍ତୁତିର ଆବଶ୍ୟକତା ନାହିଁ। ଆମେ ଗତ ଦୁଇ ବର୍ଷ ଧରି ଏଥିପାଇଁ ପ୍ରସ୍ତୁତି ଚଳାଇଛୁ... ଯଦି ଜନ ସୁରାଜ ସରକାରକୁ ଆସେ, ତେବେ ଆମେ ଗୋଟିଏ ଘଣ୍ଟା ମଧ୍ୟରେ ରାଜ୍ୟରେ ମଦ ଉପରୁ ବ୍ୟାନ୍ ହଟାଇଦେବୁ।"

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ଯାତ୍ରା ବିଷୟରେ ପଚରାଯିବାରୁ ସେ କହିଥିଲେ, "ମୋର ତାଙ୍କୁ ଶୁଭେଚ୍ଛା। ଅନ୍ତତଃ ପକ୍ଷେ ସେ ଘରୁ ବାହାରି ଜନସାଧାରଣଙ୍କ ପାଖକୁ ଯାଉଛନ୍ତି।"

Advertisment

ପ୍ରକାଶ ଥାଉକି, ବିହାରରେ ୫ ଏପ୍ରିଲ ୨୦୧୬ରେ ନୀତୀଶ କୁମାରଙ୍କ ସରକାର ରାଜ୍ୟରେ ମଦ ବ୍ୟାନ୍ କରିଥିଲେ। ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ମଦ ବିକ୍ରୟ, କ୍ରୟ, ଉତ୍ପାଦନ, ସେବନ ଏବଂ ପରିବହନ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। ବିହାରରେ ମଦମୃତ୍ୟୁ ବଢିବା ପରେ ଏହି ନିୟମ ଲାଗୁ କରାଯାଇଥିଲା। 

Liquor Ban Prashant Kishor Bihar Liquor Ban