Advertisment

ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ଦେଲେ, ବାକି ୩ ରାଜ୍ୟର ଜନାଦେଶକୁ ସ୍ୱୀକାର କଲେ ରାହୁଲ ଗାନ୍ଧି

ବର୍ତ୍ତମାନ ଯାଏ ଗଣତି ଶେଷ ହୋଇ ନଥିଲେ ହେଁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ଜିତିବା ନିଶ୍ଚିତ ହୋଇଛି। କିନ୍ତୁ ଛତିଶଗଡ଼ରେ ଏବେ ବି ଜୋରଦାର ଟକ୍କର ଚାଲିଛି।

author-image
Hemant Lenka
Rahul Gandhi

Rahul Gandhi

ହିନ୍ଦୀ ହାର୍ଟଲ୍ୟାଣ୍ତରେ ପରାସ୍ତ ହୋଇଥିବା କଂଗ୍ରେସ ଏକମାତ୍ର ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସ ଜିତିବାକୁ ସକ୍ଷମ ହୋଇଛି। ଦଳ ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାରେ ଥିଲେ ମଧ୍ୟ ଏଥର ବିଜେପି ଠାରୁ ହାରିଛି।

Advertisment

ବର୍ତ୍ତମାନ ଯାଏ ଗଣତି ଶେଷ ହୋଇ ନଥିଲେ ହେଁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ଜିତିବା ନିଶ୍ଚିତ ହୋଇଛି। କିନ୍ତୁ ଛତିଶଗଡ଼ରେ ଏବେ ବି ଜୋରଦାର ଟକ୍କର ଚାଲିଛି।

ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସ ପରୋକ୍ଷରେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନିଜର ପରାଜୟକୁ ସ୍ୱୀକାର କରିଛି। ଏଥିସହ ତେଲେଙ୍ଗାନାର ଲୋକମାନେ କଂଗ୍ରେସ ଉପରେ ଭରସା କରିଥିବାରୁ ଦଳ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, “ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ଜନାଦେଶକୁ ଆମେ ବିନମ୍ରତାର ସହ ଗ୍ରହଣ କରୁଛୁ। ବିଚାରଧାରାର ଲଢ଼େଇ ଜାରି ରହିବ। ତେଲେଙ୍ଗାନାର ଲୋକଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ପ୍ରଜାଳୁ ତେଲେଙ୍ଗାନା ଗଠନ ପାଇଁ ଆମେ ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ପୂରଣ କରିବୁ। ସବୁ କର୍ମକର୍ତ୍ତାଙ୍କୁ ସେମାନଙ୍କ ପରିଶ୍ରମ ଓ ସମର୍ଥନ ପାଇଁ ଧନ୍ୟବାଦ।”

ସେହିପରି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଉପରେ ବିଶ୍ୱାସ ଓ ଭରସା ଦେଖାଇଥିବା ତେଲେଙ୍ଗାନାର ମତଦାତାଙ୍କୁ ଧନ୍ୟବାଦ ଦେଉଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେଉଁମାନେ ଆମକୁ ଭୋଟ ଦେଇଛନ୍ତି, ସେମାନଙ୍କୁ ବି ମୁଁ ଧନ୍ୟବାଦ ଜଣାଉଛି।

ନିର୍ବାଚନର ଫଳାଫଳ ଆମର ଆଶା ଭଳି ହୋଇନାହିଁ। କିନ୍ତୁ ଆମର ବିଶ୍ୱାସ ଅଛି ଯେ ଆମେ କଠିନ ପରିଶ୍ରମ ଓ ଦୃଢ଼ ନିଶ୍ଚିତରେ ମଜବୁତ ହୋଇ କମବ୍ୟାକ କରିବୁ। କଂଗ୍ରେସ ଦଳ ପୂରା ଦମ ଓ ଶକ୍ତି ଲଗାଇ ଏହି ୪ ରାଜ୍ୟରେ ନିର୍ବାଚନରେ ଭାଗ ନେଇଥିଲା। ମୁଁ ମୋର ଅସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କ ପାଖରେ କୃତଜ୍ଞ। ଆମେ ଏହି ପରାଜୟରେ ହତାଶ ନ ହୋଇ, ଇଣ୍ଡିଆ ଦଳ ସହ ସହିତ ଦୁଇ ଗୁଣା ଜୋଶ ନେଇ ଲୋକସଭା ନିର୍ବାଚନର ପ୍ରସ୍ତୁତିରେ ଲାଗି ପଡ଼ିବା।”

Congress Rahul Gandhi Election Election Results