Advertisment

କାହାକୁ ବି ଅଯୋଗ୍ୟ ଘୋଷଣା କଲେନି ବାଚସ୍ପତି, ସୁପ୍ରିମକୋର୍ଟ ଯିବ ଉଦ୍ଧବ ସେନା

ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବିଦ୍ରୋହ ଘୋଷଣା କରିଥିବା ସିନ୍ଦେ ଆଣ୍ଡ କୋକୁ ଅଯୋଗ୍ୟ ଘୋଷଣା କରିବା ପାଇଁ କରିଥିବା ଆବେଦନକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଛନ୍ତି।

author-image
Hemant Lenka
SS

SS

ଶିବସେନା ଦୁଇ ଫାଳ ହେବା ପରେ ସୃଷ୍ଟି ହୋଇଥିବା ବିବାଦ ପୁଣି ତେଜିଛି। ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାରୱେକର ଶିବସେନାର ଦୁଇ ଗୋଷ୍ଠୀ କରିଥିବା ଆବେଦନର ଶୁଣାଣି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ସେ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି।

Advertisment

ସେହିପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବିଦ୍ରୋହ ଘୋଷଣା କରିଥିବା ସିନ୍ଦେ ଆଣ୍ଡ କୋକୁ ଅଯୋଗ୍ୟ ଘୋଷଣା କରିବା ପାଇଁ କରିଥିବା ଆବେଦନକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଛନ୍ତି।

ସିନ୍ଦେ ଗୋଷ୍ଠୀଙ୍କୁ ବାଚସ୍ପତି ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ ହେଁ ଉଦ୍ଧବ ସେନାର ଜଣେ ହେଲେ ବି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ନାହାନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛି ଉଦ୍ଧବ ସେନା। ଯଦି ସିନ୍ଦେ ଆଣ୍ଡ କୋ ପ୍ରକୃତ ଶିବସେନା, ତା’ହେଲେ ଆମକୁ କାହିଁକି ଅଯୋଗ୍ୟ ବିବେଚନା କରାଗଲା ନାହିଁ ବୋଲି ନିଜେ ଉଦ୍ଧବ ଠାକରେ ପ୍ରଶ୍ନ କରିଛନ୍ତି।

Advertisment

ସେହିପରି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଉଦ୍ଧବ ଆଣ୍ଡ କୋ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ମଧ୍ୟ କହିଛନ୍ତି। ବାଚସ୍ପତିଙ୍କ ରୁଲିଂ ପରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଏହା ବିଜେପିର ଷଡ଼ଯନ୍ତ୍ର। ସେମାନେ ବାଲାସାହେବ ଠାକରେଙ୍କ ଶିବସେନାକୁ ପୂରା ଖତମ କରିଦେବେ ବୋଲି ସ୍ୱପ୍ନ ଦେଖିଥିଲେ।

କିନ୍ତୁ ଶିବସେନେ ଏହି ଗୋଟିଏ ନିଷ୍ପତ୍ତିରେ ଶେଷ ହେବ ନାହିଁ। ଆମେ ସୁପ୍ରିମକୋର୍ଟ ଯିବୁ।” ଆଦିତ୍ୟ ଠାକରେ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଆଇନଗତ ଉପାୟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି।

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ। ଗଣତନ୍ତ୍ରକୁ ହତ୍ୟା କରିବାର ଏହା ଏକ କୌଶଳ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଏଥିସହ ବାଚସ୍ପତିଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବାର ସଙ୍କେତ ମଧ୍ୟ ସେ ଦେଇଛନ୍ତି।

Maharashtra Govt Sanjay Rout Uddhav Thackeray Shiv Sena Maharashtra Politics Eknath Sinde