Advertisment

ଶୀଘ୍ର ବାହା ହେବେ ରାହୁଲ ଗାନ୍ଧି! ଦେଲେ ଏମିତି କିଛି ବୟାନ

ରାହୁଲଙ୍କ ବାହାଘର ଉପରେ ଟିପ୍ପଣୀର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

author-image
Hemant Lenka
Rahul Gandhi

Rahul Gandhi

ସମଗ୍ର ଦେଶରେ ନିର୍ବାଚନ ଚାଲିଥିବା ବେଳେ ପ୍ରତିଟି ଦଳ ପକ୍ଷରୁ ଜୋରାଦାର ପ୍ରଚାର ପ୍ରସାର ଚାଲିଛି। ଏସବୁ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ବାହା ହୋଇ ପାରନ୍ତି ରାହୁଲ ଗାନ୍ଧି। ଆମେ ଏକଥା କହୁ ନାହୁଁ, ବରଂ ରାହୁଲ ଗାନ୍ଧି ଆଜି ଏମିତି କିଛି କହିଛନ୍ତି।

Advertisment

ପ୍ରଥମଥର ପାଇଁ ୨୦୨୪ରେ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି। ଆଜି ଏଠାରେ ପ୍ରଚାର କରିବା ବେଳେ ଲୋକମାନେ ୫୩ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ବାହାଘର କେବେ ହେବ ବୋଲି ପ୍ରଶ୍ନ କରିଥିଲେ।

ପ୍ରଶ୍ନ ଶୁଣି ଲାଜେଇ ଯାଇଥିବା ରାହୁଲ ସ୍ମିତ ହାସ୍ୟ ଦେଇଥିଲେ। ଏହାପରେ ଷ୍ଟେଜ ଉପରେ କହିଥିଲେ ଯେ “ଏବେ ଶୀଘ୍ର କରିବାକୁ(ବାହାଘର) ପଡ଼ିବ।” ବାସ୍‌ ଏହା କହିବା ପରେ ରାହୁଲ ହସି ହସି ଲୋକଙ୍କୁ ହାତ ହଲାଇ ଷ୍ଟେଜ ଉପରୁ ଚାଲି ଯାଇଥିଲେ। ରାହୁଲଙ୍କ ବାହାଘର ଉପରେ ଟିପ୍ପଣୀର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

ଗତବର୍ଷ ରାହୁଲ ଗାନ୍ଧି ଜୟପୁରର ମହାରାଣୀ କଲେଜର ପିଲାମାନଙ୍କ ସହ ଆଲୋଚନା କରିବା ପରେ ତାଙ୍କୁ ବାହାଘର ନେଇ ପ୍ରଶ୍ନ କରାଯାଇଥିଲା। ୫୦ ଡେଇଁଥିଲେ ମଧ୍ୟ ରାହୁଲ କାହିଁକି ବିବାହ କରୁ ନାହାନ୍ତି, ସେତେବେଳେ ଏହାର ଜବାବ ଦେଇଥିଲେ। ରାହୁଲ କହିଥିଲେ ଯେ ସେ ନିଜର କାମ ପାଇଁ ଓ କଂଗ୍ରେସ ପାଇଁ ଉର୍ତ୍ସଗୀକୃତ। ତେଣୁ ବାହା ହେବା ପାଇଁ ତାଙ୍କ ପାଖରେ ସମୟ ନାହିଁ।

Rahul Gandhi Congress Lok Sabha Election 2024