Advertisment

‘ମୁଁ ଜଣେ ବଡ଼ ନେତା, କ’ଣ ମୁଁ ଲୋକଙ୍କୁ ହାତ ଯୋଡ଼ି ଭୋଟ ମାଗିବି?’ ବିଜେପି ଭେଟରାନଙ୍କ ବୟାନକୁ ନେଇ ଚର୍ଚ୍ଚା

ଏଥର ଇନ୍ଦୋର-୧ ଆସନରୁ ପ୍ରାର୍ଥୀ ହୋଇଥିବା କୈଳାସ ବିଜୟଭର୍ଗିୟା ପୂର୍ବରୁ ଏକାଧିକ ପଦପଦବୀରେ କାମ କରି ସାରିଛନ୍ତି।

BJP

BJP

Advertisment

ଯେତେବେଳେ କୌଣସି ରାଜନୀତିକ ଦଳ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରେ ସେତେବେଳେ ଯେଉଁମାନଙ୍କ ନାଁ ନଥାଏ, ସେମାନେ ଅସନ୍ତୋଷ ପ୍ରକାଶ କରନ୍ତି। କିନ୍ତୁ ବିଜେପି କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଜେପି ଏମିତି ଜଣେ ବରିଷ୍ଠ ନେତାଙ୍କୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି, ଯିଏ ଟିକେଟ ପାଇ ଖୁସି ନାହାନ୍ତି। 

Advertisment

ସେହି ବରିଷ୍ଠ ନେତା ଜଣଙ୍କ ହେଲେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା। ତାଙ୍କୁ ଦଳ ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଇନ୍ଦୋର-୧ ଆସନରୁ ଲଢ଼ିବାକୁ ପ୍ରାର୍ଥୀ କରିଛି। ହେଲେ ସେ ପରୋକ୍ଷରେ ନିର୍ବାଚନ ଲଢ଼ିବା ମୁଡରେ ନଥିବା କହିଛନ୍ତି। ଏଥିସହ ସେ ଜଣେ ବରିଷ୍ଠ ନେତା ହୋଇଥିବାରୁ ଲୋକଙ୍କୁ ହାତ ଯୋଡ଼ି ଭୋଟ ମାଗିପାରିବେ ନାହିଁ ବୋଲି କହିବାକୁ ଚେଷ୍ଟା କରିଛନ୍ତି।

ନିଜର ସମର୍ଥକମାନଙ୍କୁ ସମ୍ବୋଧନ କରି କୈଳାସ ବିଜୟଭର୍ଗିୟା କହିଛନ୍ତି, “ପ୍ରାର୍ଥୀ ତାଲିକାରେ ମୁଁ ମୋ ନାଁ ଦେଖି ଆଶ୍ଚର୍ଯ୍ୟ। ଏଥର ନିର୍ବାଚନ ଲଢ଼ିବାକୁ ମୋର ୧% ମଧ୍ୟ ଇଚ୍ଛା ନାହିଁ। ଟିକେଟ ପାଇ ମୁଁ ମୋ ନିଜ ଭିତରେ ଖୁସି ନାହିଁ। ମୁଁ ସତ କଥା ହିଁ କହୁଛି।

Advertisment

ମୋର ନିର୍ବାଚନ ଲଢ଼ିବାକୁ ଆଦୌ ଇଚ୍ଛା ନାହିଁ। ନିର୍ବାଚନ ଲଢ଼ିବାକୁ ଗୋଟିଏ ମାନସିକତା ଥିବା ଦରକାର। ମୁଁ ଏବେ ଦଳର ଜଣେ ବରିଷ୍ଠ ନେତା। ଏବେ ମୁଁ କ’ଣ ଲୋକଙ୍କୁ ହାତ ଯୋଡ଼ି ଭୋଟ ମାଗିବି? ମୁଁ ଭାବୁଥିଲି ଯେ ମୁଁ ଭାଷଣ ଦେବି ଓ ଚାଲିଯିବି। ଏହା ମୋ ଯୋଜନା ଥିଲା।”

ଏଥର ଇନ୍ଦୋର-୧ ଆସନରୁ ପ୍ରାର୍ଥୀ ହୋଇଥିବା କୈଳାସ ବିଜୟଭର୍ଗିୟା ପୂର୍ବରୁ ଏକାଧିକ ପଦପଦବୀରେ କାମ କରି ସାରିଛନ୍ତି। ସେ ଇନ୍ଦୋରର ମେୟର ଭାବେ ମଧ୍ୟ କାମ କରି ସାରିଛନ୍ତି। ତାଙ୍କ ପୁଅ ଏବେ ଇନ୍ଦୋର-୩ ଆସନରୁ ବିଧାୟକ ରହିଛନ୍ତି।

ଟିକେଟ ମିଳିବା ପରେ ବିଜୟଭର୍ଗିୟା ଆହୁରି କହିଛନ୍ତି, “ମୁଁ ୮ଟି ସାଧାରଣ ସଭାର ଯୋଜନା କରିଥିଲି। ୫ଟି ସଭାକୁ ହେଲିକପ୍ଟରରେ ଓ ୩ଟିକୁ କାର୍‌ରେ ଯିବାର ଥିଲା। କିନ୍ତୁ ଆପଣ ଯାହା ଭାବିଥିବେ, ସେଇଟା କେବେ ବି ହେବନି। ସବୁ କିଛି ଭଗବାନଙ୍କ ଇଚ୍ଛାରେ ହୁଏ। ଭଗବାନ ଚାହୁଁଛନ୍ତି ମୁଁ ପୁଣି ନିର୍ବାଚନ ଲଢ଼େ ଓ ପୁଣି ଲୋକଙ୍କ ପାଖକୁ ଯାଏ। ଏବେ ବି ମୁଁ ଟିକେଟ ମିଳିବା କଥାକୁ ବିଶ୍ୱାସ କରିପାରୁ ନାହିଁ।”

ତେବେ ଗଣମାଧ୍ୟମ ଆଗରେ ସେ ଆଉ କିଛି କହିଛନ୍ତି। ସେ କହିଛନ୍ତି, “ଗୋଟିଏ ନିର୍ବାଚନ ପାଇଁ ଦଳ ପୁଣି ମୋତେ ଚୟନ କରିଥିବାରୁ ମୁଁ ଭାଗ୍ୟବାନ। ମୁଁ ଦଳର ଆଶାକୁ ପୂରଣ କରିବାକୁ ସବୁ ପ୍ରକାରର ଚେଷ୍ଟା କରିବି। ଇନ୍ଦୋର-୧ ନିର୍ବାଚନ ମଣ୍ଡଳୀକୁ ବିକଶିତ କରିବାର ଅନେକ ସୁଯୋଗ ରହିଛି। ସେଠାରେ ଅନେକ ଲୋକ ମୌଳିକ ଜିନିଷଗୁଡ଼ିକ ପାଉନାହାନ୍ତି।” ଇନ୍ଦୋର-୧ ଆସନରେ ଏବେ କଂଗ୍ରେସର ସଞ୍ଜୟ ଶୁକ୍ଳା ବିଧାୟକ ରହିଛନ୍ତି।

Bjp Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe