Advertisment

ନୀତୀଶ କୁମାରଙ୍କୁ ପୁଣି ‘ଇଣ୍ଡିଆ’ ମେଣ୍ଟ ଗ୍ରହଣ କରିବ କି? ଜବାବ ରଖିଲେ ଲାଲୁ ପ୍ରସାଦ

ବିହାର ରାଜନୀତିରେ ଲାଲୁ ଓ ନୀତୀଶଙ୍କ ବେଶ ଦବଦବା ରହିଛି। କେତେବେଳେ ଉଭୟ ସରକାର ଗଠନ କରିଛନ୍ତି ତ କେତେବେଳେ ପରସ୍ପରର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି।

Lalu

Lalu

Advertisment

ବେଶ ନାଟକୀୟ ଢଙ୍ଗରେ ବିରୋଧୀ ମେଣ୍ଟ ଇଣ୍ଡିଆ ଛାଡ଼ି ପୁଣି ଏନଡିଏକୁ ଫେରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗତମାସରେ ସେ କଂଗ୍ରେସ ଓ ଆରଜେଡିକୁ ଛାଡ଼ି ବିଜେପି ସହ ହାତ ମିଳାଇଛନ୍ତି। ଏହାକୁ ବିରୋଧୀ ତୀବ୍ର ସମାଲୋଚନା କରୁଥିବା ବେଳେ କେହି କେହି ନୀତୀଶ କୁମାରଙ୍କୁ ପଲଟୁ ରାମ କହି କଟାକ୍ଷ କରିଛନ୍ତି।

Advertisment

ତଥାପି ନୀତୀଶ କୁମାରଙ୍କ ପାଇଁ ଇଣ୍ଡିଆ ଦ୍ୱାର ସବୁ ଦିନ ବନ୍ଦ ହୋଇ ନଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କହିଛନ୍ତି। ନୀତୀଶ କୁମାର ବାରମ୍ବାର ଦଳବଦଳାଉ ଥିବାରୁ ଆରଜେଡି ତାଙ୍କୁ ସମାଲୋଚନା କରିଥିଲା।

ହେଲେ ଲାଲୁ ପ୍ରସାଦ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଛି। ସେ କହିଛନ୍ତି, “ଯେବେ ଆସିବେ, ସେବେ ଦେଖାଯିବ। ଦ୍ୱାର ସବୁବେଳେ ଖୋଲା ରହିଛି।” ଲାଲୁଙ୍କ ଏପରି ବୟାନକୁ ନେଇ ଏବେ ରାଜନୀତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ବିହାର ରାଜନୀତିରେ ଲାଲୁ ଓ ନୀତୀଶଙ୍କ ବେଶ ଦବଦବା ରହିଛି। କେତେବେଳେ ଉଭୟ ସରକାର ଗଠନ କରିଛନ୍ତି ତ କେତେବେଳେ ପରସ୍ପରର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି।

ଅନେକ ଥର ନୀତୀଶ କୁମାର ଦଳ ବଦଳ କରୁଥିଲେ ହେଁ ତାଙ୍କୁ ସମସ୍ତେ ସବୁବେଳେ ଗ୍ରହଣ କରି ନେଉଛନ୍ତି। ଏବେ ପୁଣିଥରେ ନୀତୀଶ କୁମାର ବିଜେପି ଛାଡ଼ିଲେ ଇଣ୍ଡିଆ ମେଣ୍ଟ ତାଙ୍କୁ ସ୍ୱାଗତ କରିବ ବୋଲି ଲାଲୁ ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ତେବେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଗତ ସପ୍ତାହରେ ବିଧାନସଭାରେ ଆୟୋଜିତ ଟ୍ରଷ୍ଟ ଭୋଟ ବେଳେ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରି ସ୍ଥିତିରେ ନୀତୀଶ କୁମାର ପୁଣି ବିଜେପି ଛାଡ଼ୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Nitish Kumar Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe