Advertisment

Biju Legacy ବିଜୁ ଜୟନ୍ତୀ: କୃତଜ୍ଞ ହେବେ ନା କୃତଘ୍ନ ସାଜିବେ ବିଜୁ ଅନୁଗତ, ଗୁମର ଖୋଲିଲେ ଶ୍ରୀମୟୀ

ଦୀର୍ଘ ୩ଦଶନ୍ଧି ଧରି କ୍ଷମତାରେ ଥାଇ ମଧ୍ୟ ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଦିଗରେ ନବୀନ ଚେଷ୍ଟା କରିନାହାନ୍ତି । ଓଲଟା ଧର୍ମକୁ ଆଖିଠାର ମାରିବା ଭଳି ଅନ୍ୟର ସ୍କ୍ରିପ୍ଟ ପଢ଼ି କାମ ସାରିଦେଇଛନ୍ତି ।

SHREEMAYEE-MISHRA
Advertisment

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ସମ୍ମାନ ପ୍ରଦାନ ନିମନ୍ତେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି ପ୍ରୟାସ ନକରିବା ପ୍ରସଙ୍ଗରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର।

Advertisment

 ବିଜୁବାବୁଙ୍କ ନାମରେ ଆଂଚଳିକ ଦଳ ଗଠନ କରି ଅଢ଼େଇ ଦଶନ୍ଧି ଧରି ଶାସନ କଲେ, କେନ୍ଦ୍ରମନ୍ତ୍ରୀ , ୫ଥର ମୁଖ୍ୟମନ୍ତ୍ରୀ ଓ ଏବେ ବିରୋଧୀ ଦଳ ନେତା ହୋଇଥିଲେ ମଧ୍ୟ ନବୀନବାବୁ ନିଜ ପିତାଙ୍କ ନିମନ୍ତେ ‘ଭାରତ ରତ୍ନ’ ସମ୍ମାନ ଆଣିବା ଦିଗରେ ପଦକ୍ଷେପ ନେଲେ ନାହିଁ, ଏହା କ’ଣ ଜଣେ ପ୍ରଭାବଶାଳୀ ପୁଅର କର୍ତ୍ତବ୍ୟ କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଏହାସହିତ ବିଜୁ ଅନୁଗତମାନେ କୃତଜ୍ଞ ହୋଇ ବିବେକାନୁମୋଦିତ କାର୍ଯ୍ୟ କରିବେ ନା ଭଣ୍ଡ ଅନୁଗାମୀ ସାଜିବେ ବୋଲି କହି କଟାକ୍ଷ କରିବାକୁ ପଛାଇ ନାହାନ୍ତି।


ବିଜୁବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, କେନ୍ଦ୍ରରେ ଯେଉଁ ଦଳ ଥାଉନା କାହିଁକି  ସମସ୍ତଙ୍କ ସହ ନବୀନ ପଟ୍ଟନାୟକଙ୍କର ଭଲ ସଂପର୍କରେ ରହିଥାଏ । ହଲିଲା ପାଣିରେ ଗୋଡ଼ ନଦେଇ, ସମଦୂରତା ପାଠ, ଓଡ଼ଶା ସ୍ୱାର୍ଥ ଭଳି ଅନେକ ଥିଓରି ସୃଷ୍ଟି କରି ନିଜେ କେମିତି ସୁରକ୍ଷିତ ରହିବେ, ସେ ଦିଗରେ ଚିନ୍ତା କରନ୍ତି । ମାତ୍ର ଦୀର୍ଘ ୩ଦଶନ୍ଧି ଧରି କ୍ଷମତାରେ ଥାଇ ମଧ୍ୟ ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଦିଗରେ ନବୀନ ଚେଷ୍ଟା କରିନାହାନ୍ତି । ଓଲଟା ଧର୍ମକୁ ଆଖିଠାର ମାରିବା ଭଳି ଅନ୍ୟର ସ୍କ୍ରିପ୍ଟ ପଢ଼ି କାମ ସାରିଦେଇଥାନ୍ତି ।

Advertisment

ଯେଉଁ ପିତାଙ୍କ ନାଁରେ କ୍ଷମତା ଉପଭୋଗ କଲେ, କ’ଣ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଆଉ ଖଣ୍ଡି ଓଡ଼ିଆରେ ଭାଷଣ ଦେବା ହିଁ ଜଣେ ପୁଅର କର୍ତ୍ତବ୍ୟ କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି।

ସେହିପରି ପୁରୀ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧି ଭାଙ୍ଗି ତାକୁ ପୁରୀର ଅନ୍ୟ କୌଣସି ସ୍ଥାନରେ ପୁନଃନିର୍ମାଣ କରାନଯିବା ପାଇଁ ନବୀନଙ୍କୁ ଦାୟୀ କରିଛନ୍ତି ଶ୍ରୀମୟୀ। ବିଜୁବାବୁଙ୍କ ସ୍ମୃତିକୁ ସମାଧିସ୍ଥ କରି ଦେଇ ଓଲଟା ବାହାବା ନେବାକୁ ନିଜ ଦରମାଭୋଗୀମାନଙ୍କ ମାଧ୍ୟମରେ ବଳିଦାନର କାହାଣୀ ରଚିବାର ପ୍ରୟାସ ହୋଇଥିଲା। ଏହା କ’ଣ ବିଜୁବାବୁଙ୍କ ପ୍ରତି ତାଙ୍କ କୁଚକ୍ରୀ ମାନସିକତାକୁ ଉଜାଗର କରୁନାହିଁ କି?

ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁବାବୁଙ୍କୁ ଶେଷସମୟରେ ନିଜ ଘରେ ରଖି ବାପାଙ୍କ ଭଳି ସବୁକଥା ଦିଲ୍ଲୀପ ରାୟ ବୁଝୁଥିଲେ ବୋଲି ବିଜୁବାବୁଙ୍କ ପାଖଲୋକମାନେ କୁହନ୍ତି । ପିତାମାତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କ ପାଖରେ ସବୁ ପିଲାମାନେ କୃତଜ୍ଞ ରୁହନ୍ତି। ରାଜ୍ୟସଭା ନିର୍ବାଚନରେ ବାପାଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ଜାହିର କରିବା ଉଚିତ୍ କି ନୁହେଁ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି। ଏମିତି କେତେ ନିର୍ବାଚନ ଆସିବ, ଯେଉଁଥିରେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇହେବ। 

କିନ୍ତୁ ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ସେବା କରିଥିବା ବ୍ୟକ୍ତିଙ୍କୁ ଯଦି ସମ୍ମାନ ଓ ସମର୍ଥନ ନଦେଇପାରିବେ ତେବେ ସେ ପୁତ୍ର କୃତଜ୍ଞ ନା କୃତଘ୍ନ ବୋଲି ଶ୍ରୀମୟୀ ପ୍ରଶ୍ନ କରିବା ସହ ବିଜୁବାବୁଙ୍କୁ ଆଦର୍ଶ ମାନୁଥିବା ବିଧାୟକମାନଙ୍କୁ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି। ଆଉ ପରୋକ୍ଷରେ ବିଜୁବାବୁଙ୍କ ସେବାଯତ୍ନ କରିଥିବା ଦିଲ୍ଲୀପ ରାୟଙ୍କ ପ୍ରତି ସମର୍ଥନ ଦେବାକୁ ସେ ବିଜୁ ଅନୁଗତମାନଙ୍କୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe