Advertisment

ଜଳୁଛି ଏନ୍‌ଏସି ନିଆଁ, ବୁମେରାଂ ହେବ କି ନିର୍ବାଚନୀ ଥୋପ

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ଆସନ୍ତାକାଲି ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା।

NAC

NAC

Advertisment

୩୫ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ କରାଯିବ ବୋଲି ଘୋଷଣା କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ସରକାର ବିରୋଧୀ ନିଆଁ। ସେମାନଙ୍କ ଅଞ୍ଚଳକୁ ଏନ୍‌ଏସି ମାନ୍ୟତା ନ ମିଳିବାରୁ ଲୋକେ ଝାଡ଼ିଛନ୍ତି ଅସନ୍ତୋଷ। କେଉଁଠି ଲୋକେ ବନ୍ଦ ଡାକରା ଦେଇଛନ୍ତି ତ ଆଉ କେଉଁଠି ଭୋଟ୍ ବର୍ଜନ କରିବାକୁ ଧମକ ଦେଇଛନ୍ତି। ସେହିପରି ଆଉ କେଉଁଠି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

Advertisment

ଏନ୍‌ଏସି ମାନ୍ୟତା ଦିଆ ନଯିବା ପ୍ରତିବାଦରେ ରବିବାର ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଆଜି ବୌଦ୍ଧର ମନମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଫଳରେ ଦୋକାନ ବଜାର ଓ ବିଭିନ୍ନ ଘରୋଇ ଅନୁଷ୍ଠାନରେ ତାଲା ଝୁଲିଥିବା ବେଳେ, ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ବି ତୀବ୍ର ଜନ ଅସନ୍ତୋଷ ଦେଖିବାକୁ । NAC ଘୋଷଣା ଦାବିରେ ଏହି ଦୁଇଟି ସ୍ଥାନରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ବାମରାରେ ବି ସମାନ ଦାବି ନେଇ ଆସନ୍ତା ୨୮ ତାରିଖରେ ୧୨ ଘଣ୍ଟିଆ ବନ୍ଦ ପାଳିବେ ସ୍ଥାନୀୟ ଜନତା।

Advertisment

ବାଲେଶ୍ୱର ଜିଲ୍ଲା ଖଇରାରେ ଉଭୟ ବିଜେପି ଓ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି, ରାଜ୍ୟ ସରକାରଙ୍କ ସହ ସ୍ଥାନୀୟ ବିଜେଡି ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ୩୭ଟି ପଞ୍ଚାୟତ ଥିବା ଖଇରା ବ୍ଲକ୍ NAC ପାଇଁ ଅଧିକ ଯୋଗ୍ୟ ଥିବା ସତ୍ତ୍ୱେ ବିଧାୟକଙ୍କ ଘର ସିମୁଳିଆ ହୋଇଥିବାରୁ ସେ ସୁପାରିଶ କରି ସିମୁଳିଆକୁ NAC ଘୋଷଣା କରାଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ବିଜେଡି କିମ୍ବା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବିଜେଡିର ବୈମାତୃକ ମନୋଭାବ ଯୋଗୁଁ ଆଳି ଓ କନିକା NAC ଘୋଷଣା ହୋଇନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଦେବଙ୍କ କୁଶପୁତ୍ତଳିକା ଜାଳିଛି
କଂଗ୍ରେସ।

ଏସବୁ ଭିତରେ ବିଜେପି ଆଣିଛି ଏକ ଗୁରୁତର ଅଭିଯୋଗ। ଜନଶୁଣାଣି ନକରି ଏଭଳି NAC ଘୋଷଣା କରିବା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ବେଆଇନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। ସରକାରଙ୍କ ଏଭଳି ନିଷ୍ପତ୍ତି ସଂପର୍କରେ, ନିର୍ବାଚନ କମିଶନଙ୍କୁ ଅବଗତ ବିଜେପି କରିବା ସହିତ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବ ବୋଲି ସେ କହିଛନ୍ତି।

ଶନିବାର ୨୦ଟି ଜିଲ୍ଲାର ୩୪ଟି ସ୍ଥାନକୁ NAC ଘୋଷଣା କରାଯାଇଥିଲା। ଗତକାଲି ଅର୍ଥାତ୍ ରବିବାର ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କରାଯାଇଥିଲା। ଏନ୍‌ଏସି ମାନ୍ୟତା ତାଲିକାରେ ନାଁ ନଥିବାରୁ ଶନିବାର ଓ ରବିବାର ବୀରମହାରାଜପୁରରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋରେ କାଳି ବୋଳି ଦେଇଥିଲେ। ଏହା ସହିତ ସୋମବାର ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ଗତକାଲି ସରକାର ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କରିଥିଲେ।

ରାଜ୍ୟ ସରକାରଙ୍କ ୩୫ ନୂଆ ଏନ୍‌ଏସି ଘୋଷଣା ପରେ ଯେଉଁଭଳି ଭାବେ ଅନ୍ୟ ଅଞ୍ଚଳରେ ବିରୋଧର ସ୍ୱର ତେଜୁଛି, ତାକୁ ଦେଖି ପ୍ରଶ୍ନ ଉଠୁଛି- ଶାସକ ଦଳ ପାଇଁ ବୁମେରାଂ ହେବନି ତ 'NAC' ନିର୍ବାଚନୀ ଥୋପ ? ଆଚରଣ ବିଧି ଲାଗୁ ପୂର୍ବରୁ ତରବରିଆ ଭାବେ ଘୋଷଣା କରିନାହାନ୍ତି ତ ସରକାର ? ଯୋଗ୍ୟତା ଓ ଆବଶ୍ୟକତା ଭିତ୍ତିରେ ଘୋଷଣା ହୋଇଛି, ନା ଖାଲି ଭୋଟ୍ ପାଇଁ ? ପାତରଅନ୍ତର ଅଭିଯୋଗରେ କୁହୁଳୁଥିବା ଅସନ୍ତୋଷକୁ କିପରି ପ୍ରଶମିତ କରିବେ ସରକାର ?

NAC Municipality
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe