Advertisment

'ଅବକି ବାର୍ ୪୦୦ ପାର୍' ସଫଳ ହେବ କି? କ'ଣ କହୁଛି ଜନମତ ସର୍ଭେ?

୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ଲିନ୍ ସ୍ୱିପ୍ କରିବ NDA...

author-image
Debibandita Barick
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ତୃତୀୟ ଥର ପାଇଁ ସତ୍ତାରେ ରହିପାରେ ବିଜେପି, କିନ୍ତୁ ଦଳର 'ଅବକି ବାର୍ ୪୦୦ ପାର୍' ନାରା ବିଫଳ ହୋଇପାରେ ବୋଲି NDTV ଜନମତ ସର୍ଭେ ପ୍ରକାଶ କରିଛି। ସର୍ଭେ ରିପୋର୍ଟ ଅନୁସାରେ, ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(NDA) ୫୪୩ ଆସନରୁ ୩୬୫ ଜିତିବ ବୋଲି ଆଶା କରାଯାଉଛି ଏବଂ କଂଗ୍ରେସ ନେତୃତ୍ୱାଧୀନ INDIA ୧୨୨ ପାଇପାରେ, ଅବଶିଷ୍ଟ ୫୬ ଆସନ ଅନ୍ୟାନ୍ୟ ଦଳ(ଯେଉଁମାନେ ମେଣ୍ଟରେ ନାହାନ୍ତି)କୁ ଯାଇପାରେ।  

Advertisment

୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ଲିନ୍ ସ୍ୱିପ୍ କରିବ NDA
ଜାତୀୟ ରାଜଧାନୀ ଦିଲ୍ଲୀ, ନରେନ୍ଦ୍ର ମୋଦfଙ୍କ ହୋମ୍ ଷ୍ଟେଟ୍ ଗୁଜରାଟ ଏବଂ ଉତ୍ତର-ପୂର୍ବରେ ଅରୁଣାଚଳ ପ୍ରଦେଶ ସମେତ ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ NDA କ୍ଲିନ୍ ସ୍ୱିପ୍ କରିବ ବୋଲି ଜନମତ ସର୍ଭେ ଆକଳନ କରିଛି। 

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ପ୍ରାଧାନ୍ୟ ରହିବ   
ବିଜେପି ଏବଂ ସହଯୋଗୀ ଦଳ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ବିଜୟ ହାସଲ କରିବା ନେଇ ଜନମତ ସର୍ଭେ ଆକଳନ କରିଛି। ଏଠାରେ ନିର୍ବାଚନ ହେବାକୁ ଥିବା ୧୪୯ଟି ସିଟ୍ ମଧ୍ୟରୁ NDA ୧୩୭ ଆସନ ସହ ବୃହତ ବିଜୟ ହାସଲ କରିପାରେ। 

Advertisment

ପଶ୍ଚିମବଙ୍ଗ-ମହାରାଷ୍ଟ୍ର
ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହୟୁତି ସହଯୋଗୀ ଦଳ ଏବଂ ମହା ବିକାଶ ଆଗାଡି ମିଳିତ ମଞ୍ଚ ଏବଂ ବଙ୍ଗଳାର ତୃଣମୂଳ ସହ ବିଜେପିର କଡା ଟକ୍କର ହେବ। ହାଇ ପ୍ରୋଫାଇଲ୍ ଲଢେଇ ମଧ୍ୟରେ ମହାରାଷ୍ଟ୍ରରେ ବିଜେପି ବିଜୟ ହାସଲ କରିପାରେ ବୋଲି ଜନମତ ସର୍ଭେ ଆକଳନ କରିଛି। 

କିନ୍ତୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଟପି ପାରିବନି ବିଜେପି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ବଙ୍ଗଳାରେ ୪୨ଟି ଆସନରୁ ସର୍ବାଧିକ ୨୨ ସହ ବିଜୟ ହାସଲ କରିବା ନେଇ ଆଶା କରାଯାଉଛି। ବିଜେପି ଏଠାରୁ ୧୯ଟି ଆସନ ଜିତିବ ବୋଲି ଜନମତ ସର୍ଭେ ଆକଳନ କରିଛି। 

PM Modi Lok Sabha Election 2024 INDIA Vs NDA Opinion Polls